କଣ୍ଟ୍ରାକ୍ଟ ଲୋଭରେ ତୁମୁଳ କାଣ୍ତ; ସିଙ୍ଗଡ଼ାରୁ ବାହାରିଲା ଅଜବ ସାମଗ୍ରୀ
by Argus News
Wed, Apr 10 | 7:57 p.m.

ଅର୍ଗସ ବ୍ୟୁରୋ: ସମସ୍ତଙ୍କୁ ସିଙ୍ଗଡ଼ା ଭାରି ପସନ୍ଦ। କିନ୍ତୁ ଆଜି ସିଙ୍ଗଡ଼ାକୁ ନେଇ ଘଟିଛି ଏକ ଅଜବ ଘଟଣା। ଯାହା ଆପଣ କେବେ ବି ଶୁଣି ନ ଥିବେ। ସିଙ୍ଗଡ଼ା ଭିତରୁ ବାହାରିଲା ଆପଣ ବିଶ୍ବାସ କରିପାରୁ ନାହାନ୍ତି ନା କିନ୍ତୁ କଥାଟା ସତ।  ସିଙ୍ଗଡ଼ାରୁ ବାହାରିଲା ଗୁଟଖା ଓ ପଥର ଗୁଣ୍ତ। କମ୍ପାନୀକୁ ବଦନାମ କରିବା ପାଇଁ କର୍ମଚାରୀଙ୍କ ଅଜବ କାଣ୍ତ।  ପୋଲିସ ଏନେଇ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଣେରେ ନାମୀଦାମୀ ଅଟୋମୋବାଇଲ୍‌ କମ୍ପାନୀରେ ଘଟିଛି ଏଭଳି କାଣ୍ତ। ଅର୍ଡର କରିଥିବା ସିଙ୍ଗଡ଼ାରେ ବାହାରିଛି ଏହିସବୁ ଜିନିଷ।

ସିଙ୍ଗଡ଼ାରେ ଷ୍ଟଫ୍‌ ହୋଇଛି କଣ୍ତୋମ, ଗୁଟଖା ଓ ପଥର ଗୁଣ୍ତ। କଣ୍ଟ୍ରାକ୍ଟ ନ ମିଳିବାରୁ ରାଗରେ କମ୍ପାନୀକୁ ବଦନାମ କରିବା ପାଇଁ ୫ ଜଣ ଅଭିଯୁକ୍ତ ରହୀମ ଶେଖ୍‌, ଅଜହର ଶେଖ, ମଜହର ଶେଖ, ଫିରୋଜ ଶେଖ୍‌ ଏବଂ ବିକି ଶେଖ୍‌ ଘଟାଇଛନ୍ତି ଏହି କାଣ୍ତ। 

ପୋଲିସ କହିବାନୁଯାୟୀ କାଟାଲିଷ୍ଟ ସର୍ଭିସ ସଲ୍ୟୁସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ କମ୍ପାନୀ ଏକ ଅଟୋମାବାଇଲ୍‌ କମ୍ପାନୀର କ୍ୟାଣ୍ଟିନ୍‌କୁ ଖାଦ୍ୟ ଡେଲିଭରି କରୁଥିଲେ। ଦିନେ ଅର୍ଡର ହୋଇଥିବା ସିଙ୍ଗଡ଼ାରେ କଣ୍ତୋମ, ଗୁଟଖା ଓ ପଥର ଗୁଣ୍ତ ଦେଖିବାକୁ ମିଳିଥିଲା। ଏହାପରେ କମ୍ପାନୀର କର୍ମଚାରୀ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ମନୋହର ଏଣ୍ଟରପ୍ରାଇଜର୍ସର ଦୁଇ କର୍ମଚାରୀ ଫିରୋଜ୍‌ ଶେଖ୍‌ ଓ ବିକି ଶେଖ୍‌ ଏଭଳି ଘଟଣା ଘଟାଇଛନ୍ତି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ମୋଦିଙ୍କ କଡ଼ା
2m ago
ମୋଦିଙ୍କ କଡ଼ା ଆଭିମୁଖ୍ୟରେ ଶେଷ ହେବ କି ନବୀନଙ୍କ ରାଜତ୍ବ ?
ଅର୍ଗସ ବ୍ୟୁରୋ: ବିଜେପିର ସେଣ୍ଟ୍ରାଲ ଲିଡରସିପ୍ ନଜରରେ ଓଡ଼ିଶା । 19 ତାରିଖରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 19 ତାରିଖ ସନ୍ଧ୍ୟା 7ଟାର
ପାଣ୍ଡିଆନଙ୍କୁ
5m ago
ପାଣ୍ଡିଆନଙ୍କୁ ତାମିଲନାଡୁ ପଠାଇଦେବାକୁ ଓଡ଼ିଆଙ୍କୁ ଦେଲେ ଅହ୍ବାନ
ଅର୍ଗସ ବ୍ୟୁରୋ: ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପି ହେଭିୱେଟଙ୍କ ଟାର୍ଗେଟରେ ପାଣ୍ଡିଆନ୍। ଭିତର ରତ୍ନ ଭଣ୍ଡାର ଚାବି ହଜିବା ନେଇ ସିଧାସାଧା ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି ଆସା
MILK
15m ago
କେଉଁ କ୍ଷୀର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ
ଅର୍ଗସ ବ୍ୟୁରୋ: ସହରରେ ରହୁଥିବା ଅଧିକାଂଶ ଲୋକ ପ୍ୟାକେଡ୍ କ୍ଷୀର ବବ୍ୟହାର କରିଥାନ୍ତି । ଅନ୍ୟ କେତେକ ଲୋକ ଟେଟ୍ରା ପ୍ୟାକ୍ କ୍ଷୀର ପିଉଥିବାବେଳେ ଅନ୍ୟମାନେ ନିକଟରୁ କ୍ଷୀର କିଣ