ମାଟି କାମୁଡି ପଡ଼ିଛି କୋଟି କୋଟି ଖର୍ଚ୍ଚ ବ୍ୟୟରେ ଜଗନ୍ନାଥ ବନୀକରଣ ପ୍ରକଳ୍ପ 
by Argus News
Fri, Apr 26 | 6:23 p.m.

ପୁରୀ: ଅଚଳାଚଳ ସମ୍ପତ୍ତିର ମାଲିକ ବିଶ୍ୱ ନିଅନ୍ତା ମହାପ୍ରଭୁ ଜଗନ୍ନାଥ । ତାଙ୍କ ରଥଯାତ୍ରା ବିଶ୍ଵର ସବୁଠାରୁ ବଡ଼ ଯାତ୍ରା । ରଥଯାତ୍ରା ପାଇଁ ପ୍ରତିବର୍ଷ ଆବଶ୍ୟକ ୯ ଶହ ପାଖାପାଖି କାଠ । ହେଲେ ଯେତିକି ସଂଖ୍ୟାରେ କାଠ ଆବଶ୍ୟକ ,ସେତକ ପୂରଣ ପାଇଁ ଦାତାଙ୍କ ବାରିରୁ ଦାନ ଉପରେ ଏବେ ବି ନିର୍ଭରଶୀଳ ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାର ।୨୪ ବର୍ଷ ସରକାରରେ ରହି,ଜଗନ୍ନାଥଙ୍କ ନାମରେ ରାଜନୀତି କରୁଛନ୍ତି ସରକାର । ହେଲେ ଏଯାଏଁ ବି କରି ପାରିଲେନି ଉପଯୁକ୍ତ ବନୀକରଣ ।

ଆଗାମୀ ଦିନରେ କାଠ ସଙ୍କଟ ପୂରଣ କେମିତି ହେବ । ବିଶ୍ଵ ବ୍ରହ୍ମାଣ୍ଡ ମାଲିକଙ୍କ ରଥ ନିର୍ମାଣ ପାଇଁ ଦାନ କାଠକୁ ଅପେକ୍ଷା କରିବା କେତେଦିନ ଯାଏଁ ସମ୍ଭବ । ବନ ବିଭାଗ ଅଧିକାରୀଙ୍କ ସ୍ପଷ୍ଟିକରଣ ଅନୁଯାୟୀ ବନ ପ୍ରକଳ୍ପ ଅନ୍ତର୍ଗତ ଗଛ ଲାଗିଛି । ତାହା ପୁଣି ଉପଯୁକ୍ତ ଅର୍ଥାତ ୬ ଫୁଟ୍ ଗୋଲେଇ ଓ ୪୦ ଫୁଟ୍ ଲମ୍ବ ହେବାକୁ ୭୦ ବର୍ଷ ଲାଗିଯିବ । ସେବେ ଯାଏଁ କଣ ମଗାଯଚାରେ ଚାଲିବ ତ ରଥ ନିର୍ମାଣ । ଆଗାମୀ ୨୦ ବର୍ଷ ଯାଏଁ କାଠ ମିଳିଯିବ ବୋଲି ବି ସେ ପ୍ରତିକ୍ରିୟା ରଖିଛନ୍ତି । 

ତେବେ ୨୦ ରୁ ୭୦ ବର୍ଷ ପର୍ଯ୍ୟନ୍ତ କେମିତି ଚାଲିବ ବିଶ୍ୱନିଅନ୍ତାଙ୍କ ରଥ ନିର୍ମାଣ । ରଥକାଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କୁହନ୍ତି ଯୋଉଠି ହେଲେ ବି ଦାତାଙ୍କ ବାରିରୁ ସଂଗ୍ରହ ହୋଇ ଆସିବ କାଠ । ତେବେ ପ୍ରଶ୍ନ ଦାନକୁ ଅପେକ୍ଷା କାହିଁକି । ବିକ୍ରି ହେଉଛି ଖାଲି ପଡ଼ିଥିବା ଜଗନ୍ନାଥ ଜମି । ହେଲେ ଗଛ ଲଗାଇବାରେ ଆନ୍ତରିକତାର ଅଭାବ କାହିଁକି ?

ଚଳିତ ବର୍ଷ ବି ଏଯାବତ୍ ବି ରଥ ଖଳାରେ ପହଞ୍ଚି ପାରିନି ଫାଶୀ କାଠ । ଗୟଳ ଓ ଦଣ୍ଡା ପାଇଁ ଆବଶ୍ୟକ ଧଉରା ଓ ଅସନ କାଠ ରଥ ଖଳାରେ ପହଞ୍ଚିଥିବା ବେଳେ ତୁମ୍ବ ପାଇଁ ଆବଶ୍ୟକ ଫାଶୀ କାଠ ପାଇଁ ଦାତା ଯୋଗାଡ ହୋଇଛନ୍ତି । ରଥକାଠ ପାଇଁ ପ୍ରତ୍ୟେକ ବର୍ଷ ୯୦୦ ପାଖାପାଖି କାଠର ଆବଶ୍ୟକତା ରହିଥାଏ । ହେଲେ ଶ୍ରୀମନ୍ଦିର ପ୍ରଶାସନ ୭୦ ବର୍ଷ ତଳୁ ଶ୍ରୀମନ୍ଦିର ଦାୟିତ୍ଵ ନେଇଥିବା ବେଳେ ଉପଯୁକ୍ତ ବନୀକରଣ କରିବା ପଦକ୍ଷେପକୁ ମନ ବଳାଇ ପାରିନାହିଁ କାହିଁକି ।

ତେବେ ୨୦୦୦ ମସିହାରୁ କ୍ରମେ ଚାଲି ଆସୁଥିବା ଜଗନ୍ନାଥ ବନ ପ୍ରକଳ୍ପ ବି ବିଭିନ୍ନ ଜିଲ୍ଲାରେ ମାଟି କାମୁଡି ପଡ଼ିଛି । କୋଟି କୋଟି ଖର୍ଚ୍ଚ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଏଯାବତ୍ କାଠ ଅଭାବ ପୁରଣ ପାଇଁ କୌଣସି ଆଶା ସଞ୍ଚାର କରିପାରିନାହିଁ ।୨୪ ବର୍ଷର ସ୍ଥିର ସରକାର ବି ଏ ଦିଗରେ ସ୍ଥିର ନିଷ୍ପତ୍ତି ନେବାରେ ବିଫଳ ରହିଛନ୍ତି । ଯେଉଁଥିପାଇଁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ରହିଛି ।ଅର୍ପଣ ରଥରେ ବୁଲାଇ ବୁଲାଇ ବ୍ରହ୍ମାଣ୍ଡ ଠାକୁର ମହାପ୍ରଭୁଙ୍କ ପାଇଁ ଚାଉଳ ଭିକ୍ଷା ଭଳି ରଥକାଠ ପାଇଁ ଦାତାଙ୍କ ଦାନଙ୍କୁ ପ୍ରତିବର୍ଷ ଅପେକ୍ଷା କରିବା କଣ ଓଡ଼ିଆଙ୍କ ଭାବାବେଗକୁ କୁଠାରଘାତ ନୁହେଁ କି ?
 

SAMEER DAS
50m ago
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ସାମିଲ ହେଲେ ସମୀର ଦାଶ
ଅର୍ଗସ ବ୍ୟୁରୋ: ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମୀର ଦାଶ। ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ବିଜେଡି ଛାଡିଥିଲେ
STORM
ବଡ ଖବର: ମାଡି ଆସୁଛି ବାତ୍ୟା ? ?
ଅର୍ଗସ ବ୍ୟୁରୋ: ଆସୁଛି ବାତ୍ୟା। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡିଶାକୁ ବାତ୍ୟା ଭୟ। ୨୦ରୁ ୨୧ ତାରିଖ ମଧ୍ୟରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ବର୍ଷା ନେଇ ପାଣିପା
ELECTIONS
ଆଜି ରେଢ଼ାଖୋଲ, ପାଟଣା ଓ ଖୋର୍ଦ୍ଧାରେ ଜନସଭା କରିବେ ରାଜନାଥ ସିଂ
ଅର୍ଗସ ବ୍ୟୁରୋ: ଓଡ଼ିଶା ଗସ୍ତରେ ବିଜେପିର ତୁଙ୍ଗ ନେତା । ଆଜି ରେଢ଼ାଖୋଲ, ପାଟଣା ଓ ଖୋର୍ଦ୍ଧାରେ ଜନସଭା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରେଢାଖୋଲ ସଭାରେ ସାଙ୍ଗରେ ରହିବ