ଡିସେମ୍ବର ସୁଦ୍ଧା କୋଟିଏରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଟଙ୍କା
by Argus News
Sat, Nov 02 | 7:43 p.m.

ଅର୍ଗସ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା । ଗାଇଡଲାଇନ୍ କୋହଳ କରି ଅଧିକ ମହିଳାଙ୍କୁ ସାମିଲ୍ କରିବାକୁ ନିଷ୍ପତ୍ତି । ଏ ନେଇ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖାରଜ ଆବେଦନର ପୁନର୍ବିଚାର ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା ।  ଏ ନେଇ ବିଡ଼ିଓଙ୍କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ବ ଦିଆଯାଇଛି । ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାର ଙ୍କୁ ନେଇ ତିନି ଜଣିଆ କମିଟି ଗଠନ କରାଯାଇଛି ।

୧ - ଅଙ୍ଗନବାଡ଼ି ଦିଦିଙ୍କ ମାଧ୍ୟମରେ ଖାରଜ ହୋଇଥିବା ହିତାଧିକାରୀଙ୍କୁ ନୋଟିସ ହେବ
୨ - ଜମି ଆଧାରରେ ଯେଉଁ ମାନଙ୍କର ଖାରଜ ହୋଇଛି ତହସିଲଦାର ଓ ଆରଆଇଙ୍କ ଦ୍ଵାରା ଆଉ ଥରେ ଯାଞ୍ଚ କରାଯିବ
୩ - ବ୍ୟାଙ୍କ ଲିଙ୍କେଜ ନ ଥିବାରୁ କଟିଥିଲେ ସେମାନେ ବ୍ୟାଙ୍କ ସହିତ ଯୋଗାଯୋଗ କରି ବ୍ୟାଙ୍କ ସ୍ପଷ୍ଟୀ କରଣ ଦାଖଲ କରିବାକୁ ହେବ 
୪ - ଅଙ୍ଗନବାଡି କର୍ମୀ ଏବଂ ଏମବିକେ ମାନଙ୍କୁ ସରକାରୀ ଚାକରିଆ ଭାବେ କଟା ଯାଇଥିଲେ,  ଯାଞ୍ଚ କରାଯାଇ ସାମିଲ କରାଯିବ 

ନଭେମ୍ବର ଶେଷ ସପ୍ତାହରେ ୨୦ ଲକ୍ଷ ରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବାକୁ ଯାଉଥିବା ବେଳେ ଡିସେମ୍ବରରେ ମିଳିବ ଚର୍ତୁଥ ପର୍ଯ୍ୟାୟ ଟଙ୍କା ସହ ଏକ କୋଟି ରୁ ଉର୍ଦ୍ଧ୍ବ ମହିଳା ଙ୍କୁ ସୁଭଦ୍ରା ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର । 

ସେପଟେ ସୁଭଦ୍ରା ଯୋଜନାକୁ ରାଜନୈତିକ ପ୍ରସଙ୍ଗ କରି ମହିଳା ଙ୍କୁ ଭ୍ରମିତ କରୁଥିଲେ ବିରୋଧୀ । ସମସ୍ତଙ୍କୁ ଟଙ୍କା ମିଳିବା ନେଇ ସରକାର ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପରେ ଶୁଣନ୍ତୁ କଣ କହୁଛି ବିଜେଡି ।

ଅଧିକରୁ ଅଧିକ ମହିଳାକୁ ସୁଭଦ୍ରା ଯୋଜନାରେ ଯୋଡିବାର ପ୍ରୟାସକୁ ସ୍ବାଗତ କରିଛନ୍ତି ସବୁ ବର୍ଗର ମହିଳା ।  ୨୧ ରୁ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ମହିଳା ମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା ।  ଆଉ ତା ପରେ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବେ ରାଜ୍ୟ ସରକାର । ଅର୍ଥାତ ବାର୍ଦ୍ଦକ୍ୟ ଭତ୍ତା ପାଇଁ 60 ପରେ ଆଉ ଥରେ ଆବେଦନ କରିବାକୁ ପଡିବ ନାହିଁ । 

ଆମେରିକା ହ୍ୟୁଷ୍ଟନରେ
10m ago
ଆମେରିକା ହ୍ୟୁଷ୍ଟନରେ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ତୀବ୍ର ବିରୋଧ
ଅର୍ଗସ ବ୍ୟୁରୋ: ଆମେରିକା ହ୍ୟୁଷ୍ଟନରେ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ତୀବ୍ର ବିରୋଧ । ଆସନ୍ତା 9 ତାରିଖରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ପାଇଁ ପ୍ରବାସୀ ଭାରତୀୟ
ବାଲିଯାତ୍ରାକୁ ନେଇ
52m ago
ବାଲିଯାତ୍ରାକୁ ନେଇ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହେଲା ଆଲୋଚନା
ଅର୍ଗସ ବ୍ୟୁରୋ: କଟକ ବାଲିଯାତ୍ରାକୁ ନେଇ ବଡ଼ ଖବର। ଉପର ପଡ଼ିଆରେ ବି ହୋଇପାରେ ବାଲିଯାତ୍ରା। ଉପର ପଡ଼ିଆରେ ବାଲିଯାତ୍ରା ନକରିବା ନେଇ ପ୍ରଶାସନକୁ ହାଇକୋର୍ଟ ପରାମର୍ଶ ଦେଇଥିଲେ।
ବିଜୁ ପଟ୍ଟନାୟକ
ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପୁଣି ବୋମା ଧମକ
ଅର୍ଗସ ବ୍ୟୁରୋ: ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପୁଣି ବୋମା ଧମକ । ବିସ୍ଫୋରଣ କରି ବିମାନବନ୍ଦର ଉଡ଼ାଇବେବାକୁ ଧମକ । ସୋମବାର ରାତିର