ମନ୍ତ୍ରୀଙ୍କ ପାଖ ଲୋକ ବୋଲି ସବୁ ଦୋଷ ମାପ
by Argus News
Thu, Feb 01 | 12:15 p.m.

ଅର୍ଗସ ବ୍ୟୁରୋ : ୪୨୦ ସରପଞ୍ଚ । ଏ କଥା ଆମେ କହୁନୁ । ଆମ ହାତରେ ଲାଗିଥିବା ତଥ୍ୟ କହୁଛି । କାମ କଲେନି, ବୈଠକ ବି କଲେନି ଶେଷରେ ଅଭିଯୋଗ ହେବାରୁ ମିଛ ଦସ୍ତଖସ୍ତ ମାରି ନାଟକ କଲେ । ତାହା ପୁଣି ପୋଲିସ ବାବୁଙ୍କ ଦସ୍ତଖସ୍ତ । ଏଭଳି କିଛି ସଙ୍ଗିନ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରୁ । ଅଭିଯୋଗ ଆସିଛି ସରପଞ୍ଚ ଗଣନାଥ ସାହୁଙ୍କ ବିରୋଧରେ । 

ମିଛି ଢାଙ୍କିବାକୁ ଯାଇ ୪୨୦ କେସରେ ଫସିଲେ ସରପଞ୍ଚ ବାବୁ । ଥାନାରେ ମାମଲା ରୁଜୁ ହେବା ସହ ସଙ୍ଗିନ ଅଭିଯୋଗ ବି ଲାଗିଛି । ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପାଖ ଲୋକ ବୋଲି କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଉଛି ଜିଲ୍ଲା ପ୍ରଶାସନ । ଅଭିଯୋଗ ଅନୁସାରେ ସରପଞ୍ଚ ମହାଶୟ ତିନି ମାସ ଧରି ମାସିକ ବୈଠକ ନକରି ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ମନମୁଖିଭାବେ ପାରିତ କରିଦେଲେ । ଏନେଇ ୱାର୍ଡ ମେମ୍ବରମାନେ ଜିଲଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବାରୁ ରେଜିଷ୍ଟର ହଜି ଯାଇଥିବା ବାହାନା କଲେ । ପରେ ପୁଣି ରେଜିଷ୍ଟର ମିଳିଥିବା କହି ପଛରେ ୱାର୍ଡ ମେମ୍ବରମାନଙ୍କ ଦସ୍ତଖସ୍ତ କରିବା ପାଇଁ ଚେଷ୍ଟା କଲେ । 

 

ତେବେ ସରପଞ୍ଚ ବାବୁଙ୍କ ସବୁ ମିଛ ଧରାଇ ଦେଲା ସୂଚନା ଅଧିକାର ଆଇନ । ମେଣ୍ଡା ଫାଣ୍ଡରେ ଦେଇଥିବା ଲିଖିତ ଅଭିଯୋଗର କୌଣସି ଷ୍ଟେସନ ଡାଇରି ହୋଇନଥିବା ଆରଟିଆଇ ତଥ୍ୟରେ ସ୍ପଷ୍ଟ ଜଣା ପଡିଛି । ତେବେ ଫାଣ୍ଡି ବାବୁଙ୍କ ମିଛ ଦସ୍ତଖସ୍ତ କରି ପ୍ରଶାସନକୁ ଚକମା ଦେଇଛନ୍ତି ଏବି ୪୨୦ ସରପଞ୍ଚ । ମନ୍ତ୍ରୀଙ୍କ ପାଖ ଲୋକ ବୋଲି ମନମୁଖି କାର୍ଯ୍ୟ କରୁଛନ୍ତି ସରପଞ୍ଚ । ଫଳରେ ଅସୁବିଧା ଭୋଗୁଛନ୍ତି ପଞ୍ଚାୟତବାସୀ । ଦେଖିବାକୁ ବାକି ରହିଲା କେବେ ପୋଲିସ ନେଉଛି କାର୍ଯ୍ୟନୁଷ୍ଠାନ ।
 

RAHUL
ବଲାଙ୍ଗିର ଜନସଭାରେ ଯୋଗ ଦେବେ ରାହୁଲ
ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି। ମେ’ ୧୫ ରେ ବଲାଙ୍ଗିର ଜନସଭାରେ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରୁ ବାଇକ ରାଲି ସହ ସବୁଠି ପ୍ରଚାର କର
NAVEEN PATNAIK
ନବୀନଙ୍କୁ ଫଶାଇଦେଲା ଭାରତ ରତ୍ନ ପ୍ରସଙ୍ଗ !
ଅର୍ଗସ ବ୍ୟୁରୋ : ସ୍ଵାର୍ଥପରର ସୀମାପାର କଲେଣି ମୁଖ୍ୟମନ୍ତ୍ରୀ । ଓଡ଼ିଶା ପାଇଁ ବିଜୁ ବାବୁଙ୍କ ଅନେକ ଅବଦାନ ଅଛି ଆମେ ଜମାରୁ ଅସ୍ଵୀକାର କରୁନୁ । ହେଲେ ରାଜ୍ୟରେ ଶହଶହ ବରପୁତ୍ର ଅଛନ୍ତି
PURI
ରତ୍ନଭଣ୍ଡାର ଚାବି ହଜାଇଛି କିଏ ?
ଅର୍ଗସ ବ୍ୟୁରୋ: ନବୀନ ବାବୁ କହିଲେ ଓଡ଼ିଆଙ୍କ ପାଇଁ ଚିନ୍ତା କରନ୍ତିନି ମୋଦି । ହେଲେ ପ୍ରକୃତରେ ଓଡ଼ିଆଙ୍କ ଲାଗି ଚିନ୍ତା କରନ୍ତି କିଏ ? ସେନେଇ ଗୋଟି ଗୋଟି ଗୁମର ଖୋଲିଦେଲେ ଧର୍ମେନ୍ଦ୍ର