ରାଜ୍ୟସଭାରେ ଗର୍ଭାଶୟ କର୍କଟ କଥା ଉଠାଇଲେ ସୁଧା ମୂର୍ତ୍ତି
by Argus News
Fri, Jul 05 | 9:17 p.m.

ଅର୍ଗସ ବ୍ୟୁରୋ: ସୁଧା ମୂର୍ତ୍ତି । ନିଜର ସାଧାରଣ ଜୀବନଯାପନ ଲାଗି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ହେଲେ ଏବେ ରାଜ୍ୟସଭାରେ ସେ ଯେଉଁପରି ଭାବରେ ଓଜ୍ଵସୀ ଭାଷଣ ଦେଇଛନ୍ତି ତାହାକୁ ନେଇ ପୁରା ଦେଶରେ ଚର୍ଚ୍ଚା ଜୋର । କାରଣ ଗୁରୁତ୍ଵପୂର୍ଣ୍ଣ ଗର୍ଭାଶୟ କର୍କଟ ବା ସର୍ଭାଇକାଲ୍ କ୍ୟାନସର ଉପରେ ସୁଧା ମୁର୍ତ୍ତି ଗୁରୁତ୍ୱାରୋପ କରିଛନ୍ତି । ଏହାସହ ରୋକଠୋକ କହିଛନ୍ତି, ଗୃହରେ କେମିତି ଅଭିଭାଷଣ ରଖାଯାଏ ମତେ ଜଣାନାହିଁ । ହେଲେ ମୋ ପରି ସାଧାରଣ ମହିଳାଙ୍କୁ ରାଜ୍ୟସଭା ପରି ଗୁରୁତ୍ଵପୂର୍ଣ୍ଣ ସ୍ଥାନକୁ ପ୍ରଧାନମନ୍ତ୍ରୀ ମନୋନୀତି କରିଥିବାରୁ ତାଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଉଛି ।

ତେବେ ରାଜ୍ୟସଭାରେ ମହିଳାଙ୍କ କଥା ଉଠାଇ ସୁଦ୍ଧା କହିଛନ୍ତି, ପୁରାଣରେ ଲେଖା ଅଛି "ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା" ଅର୍ଥାତ ନାରୀମାନଙ୍କୁ ଯେଉଁଠି ପୂଜା କରାଯାଏ ବା ସ୍ତ୍ରୀ ମାନଙ୍କୁ ସମ୍ମାନ ଦିଆଯାଇଥାଏ ସେଠାରେ ଦେବତାମାନେ ବାସ କରନ୍ତି । ମହିଳାମାନେ ନିଜକୁ ଭୁଲି ଯାଉଛନ୍ତି । ଘରେ ପ୍ରତ୍ୟେକଟି ବ୍ୟକ୍ତିଙ୍କ ବିଷୟରେ ଚିନ୍ତା କରୁ କରୁ ସେ ନିଜକୁ ଅବହେଳା କରୁଛନ୍ତି । ହେଲେ ସେମାନଙ୍କ ପାଇଁ କିଛି କରିବାର ସମୟ ଆସିଛି, କରିବାକୁ ହିଁ ପଡ଼ିବ ।

ଏହାସହ ସୁଧା କହିଛନ୍ତି, ବର୍ତ୍ତମାନ ସମୟରେ ମହିଳାଙ୍କଠାରେ ଗର୍ଭାଶୟ କର୍କଟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ଅଳ୍ପ ବୟସର ଝିଅମାନେ ଗର୍ଭାଶୟ କର୍କଟ ଟିକା ପାଇବା ଉଚିତ୍ । 9-14 ବର୍ଷ ବୟସର ବାଳିକାମାନଙ୍କୁ ଟୀକାକରଣ ପାଇଁ ବ୍ୟବସ୍ଥା କରାଯିବା ଉଚିତ୍ । ଆମର ସାମାଜିକ ବ୍ୟବସ୍ଥା ଏପରି ଯେ ମହିଳାମାନେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ସେ କ୍ଷେତ୍ରରେ ମହିଳାମାନେ ଏହି ରୋଗ ବିଷୟରେ ଜାଣିବେ କେମିତି ? ଆଉ ଯେତେବେଳେ ଏ ବିଷୟରେ ଜଣାପଡେ ସେତେବେଳେ କ୍ୟାନସରର ତୃତୀୟ କିମ୍ବା ଚତୁର୍ଥ ଷ୍ଟେଜ୍ ହୋଇଯାଇଥାଏ । ଆଉ ତାଙ୍କୁ ବଞ୍ଚାଇବା ମୁସ୍କିଲ୍ ହୋଇପଡେ । ସେଥିପାଇଁ ଏବେଠୁ ହିଁ ଟୀକାକରଣ ବ୍ୟବସ୍ଥା କରାଗଲେ ଆମେ ଏଥିରେ ରୋକ୍ ଲଗାଇପାରିବା । ଏହି କଥାରେ ରାଜ୍ୟସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ତାଳି ମାରିଥିଲେ। 

ତେବେ ସୁଧାଙ୍କ ଏହି ଅଭିଭାଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଲୋକମାନେ ତାଙ୍କ ଭାଷଣକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ସବୁବେଳେ ନିଜ simplicityରେ ଖୁବ ବଡ କଥା କହିଥାନ୍ତି ସୁଧା ମୂର୍ତ୍ତି । ଯେଉଁଥିବା ପାଇଁ ତାଙ୍କ ଭାଷଣ ଶୁଣିବାକୁ ସବୁ ବର୍ଗର ଲୋକେ ରୁଚି ରଖନ୍ତି । ଦୈନନ୍ଦୀନ ଜୀବନରେ ଘଟୁଥିବା କିଛି ଘଟଣାକୁ ସେ ଏମିତି ଭାବରେ ଉପସ୍ଥାପନ କରନ୍ତି ଯେ କେହି ବି ଚିନ୍ତା କରିବାକୁ ବାଧ୍ୟ ହେବ ।

ବିଶ୍ୱ ବିଜେତା
ବିଶ୍ୱ ବିଜେତା ଭାରତୀୟ ଦଳକୁ ମିଳିଲା ମାଳଦ୍ୱୀପର ନିମନ୍ତ୍ରଣ
ଅର୍ଗସ ବ୍ୟୁରୋ: ଟି-୨୦ କ୍ରିକେଟ ବିଶ୍ବକପ ବିଜେତା ଭାରତୀୟ ଦଳକୁ ମାଳଦ୍ବୀପ ଆମନ୍ତ୍ରଣ କରାଯାଇଛି। ଭାରତର ବିଶ୍ବକପ ବିଜୟକୁ ସେଲିବ୍ରେଟ କରିବାପାଇଁ ମାଳଦ୍ବୀପର ପର୍ଯ୍ୟଟନ ବିଭାଗ
ଆସନ୍ତା ୧୯ ଓ ୨୦ରେ
ଆସନ୍ତା ୧୯ ଓ ୨୦ରେ ପୁରୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ହେବା ନେଇ ସୂଚନା
ଅର୍ଗସ ବ୍ୟୁରୋ: ସଂଗଠନ ଉପରେ ଅଧିକ ଗୁରୁତ୍ୱ ଦେଉଛି ବିଜେପି। ରାଜ୍ୟରେ ସରକାର ଗଠନ କରିବା ପରେ ବିଜେପି ପ୍ରଥମ କାର୍ଯ୍ୟକାରିଣୀ ବୈଠକ କରିବାକୁ ଯାଉଛି । ପୁରୀରେ ଆସନ୍ତା ୧୯ ଓ ୨୦ ତାରିଖର
ଶ୍ରୀଲଙ୍କା କ୍ରିକେଟ୍
ଶ୍ରୀଲଙ୍କା କ୍ରିକେଟ୍ ଦଳର କୋଚ୍ ହେବେ ସନଥ ଜୟସୁରିୟା
ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ବକପ ୨୦୨୪ରେ ନିରାଶ ଜନକ ପ୍ରଦର୍ଶନ ପରେ ଶ୍ରୀଲଙ୍କାର ମୁଖ୍ୟ କୋଚ କ୍ରିସ ସିଲଭରଉଡ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନ ନେବାକ