ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
by Argus News
Sat, Nov 18 | 7:33 a.m.

ଅର୍ଗସ ବ୍ୟୁରୋ :  ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଛା। ଆସନ୍ତାକାଲି ବିଶ୍ୱକପ ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ହାଇଭୋଲ୍ଟେଜ ମୁକାବିଲା ରହିଥିବାବେଳେ ଟିମ୍ ଇଣ୍ଡିଆକୁ ଶୁଭେଛାର ସୁଅ ଛୁଟୁଛି। ଶୁଭେଛୁ ତାଲିକାରେ ଯୋଡି ହେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଲୁକାରେ ବିଶ୍ୱକପ ଆକୃତିର ଏକ ବୃହତ ଇଂଷ୍ଟାଲେସନ ଆର୍ଟ ପ୍ରସ୍ତୁତ କରି ଟିମ ଇଣ୍ଡିଆକୁ ନିଆରା ଶୁଭେଛା ଜଣାଇଛନ୍ତି ସୁଦର୍ଶନ।

ଅଧିକ ପଢନ୍ତୁ : ଦୀର୍ଘ ୨୦ ବର୍ଷ ବ୍ୟବଧାନ ପରେ ପୁଣି ଫାଇନାଲ ମ୍ୟାଚରେ ଭାରତ ସହ ଅଷ୍ଟ୍ରେଲିଆ

୫ ଶହରୁ ଅଧିକ ଷ୍ଟିଲ ଗିନା ଓ ୩ ଶହ ବଲ୍ ବ୍ୟବହାର କରି ସୁଦର୍ଶନ ଏହି ବାଲୁକାକଳାକୁ ଖୁବ ଆକର୍ଷଣୀୟ ଭାବେ ଗଢି ତୋଳିଛନ୍ତି । ବହୁ ପ୍ରତିକ୍ଷୀତ ଫାଇନାଲ ମ୍ୟାଚରେ ଭାରତର ଟାଇଟଲ ବିଜୟକୁ ନେଇ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ଶିଳ୍ପୀ । ୫୦ ଫୁଟ ଲମ୍ବର ଏହି ବିଶାଳ ବାଲୁକାକଳା ଦେଖିବାକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଛି।

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ