ପୁଣି ସର୍ବୋଚ୍ଚ ସ୍କୋର୍‌ ରେକର୍ଡ ଭାଙ୍ଗିଲା ସନରାଇଜର୍ସ
by Argus News
Tue, Apr 16 | 1:08 p.m.

ଅର୍ଗସ ବ୍ୟୁରୋ: ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ରେକର୍ଡ ସ୍କୋର୍ (୨୮୭/୩) ସ୍କୋର୍‌ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୫ ରନ୍‌ରେ ପରାସ୍ତ କରିଛି। ନୂଆ କୀର୍ତ୍ତିମାନ ପରେ ବେଙ୍ଗାଲୁରୁ ମଧ୍ୟ ଖୁବ୍ ଲଢ଼ିଥିଲା। ବିଶେଷ କରି ଦୀନେଶ କାର୍ତ୍ତିକ ୩୫ ବଲ୍‌ରୁ ୮୩ ରନ୍‌ର ବିସ୍ଫୋରକ ପାଳି ଖେଳି ବେଙ୍ଗାଲୁରୁ ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ଏବଂ ଦଳର ଏନ୍‌ଆର୍‌ଆର୍‌କୁ ଅଧିକ ପ୍ରଭାବିତ ହେବାକୁ ଦେଇନଥିଲେ। କାର୍ତ୍ତିକଙ୍କ ପାଳିରେ ୫ ଚୌକା ଓ ୭ ଛକା ସାମିଲ ଥିଲା। ଏପରିକି ଚଳିତ ଆଇପିଏଲ୍‌ ଋତୁର ଦୀର୍ଘତମ (୧୦୮ ମିଟର୍) ଛକା ସେ ନଟରାଜନଙ୍କ ବିପକ୍ଷ‌ରେ ମ‌ାରିଥିଲେ। ବିରାଟ କୋହଲି (୨୦ ବଲ୍‌ରୁ ୪୨ ରନ୍) ଏବଂ ଫାଫ୍‌ ଡୁ ପ୍ଲେସିସ୍ (୨୮ ବଲ୍‌ରୁ ୬୨ ରନ୍) ମିଳିତ ଭାବେ ପାୱାର ପ୍ଲେରୁ ୭୯ ରନ୍ ଉଠାଇଥିଲା। 

କିନ୍ତୁ ମଧ୍ୟ ଓଭରଗୁଡ଼ିକରେ ଆରସିବି ୬ ୱିକେଟ୍ ହରାଇବା ସହ ଏହି ହତଭାଗ୍ୟ ଦଳକୁ ଲକ୍ଷ୍ୟ ଦିଗରେ ନେଇପାରିନଥିଲା। ତଥାପି ହାଇଦ୍ରାବାଦର ୨୮୭ ଜବାବରେ ‌ବେଙ୍ଗାଲୁରୁ ୨୬୨ ରନ୍ ସଂଗ୍ରହ କରିବା ଉଲ୍ଲେଖନୀୟ ଥିଲା। ଉଭୟ ପାଳିର ୪୦ ଓଭରରୁ ୫୪୯ ରନ୍ ସଂଗୃହିତ ହେବା ମଧ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା। ମୋଟ ଉପରେ ଏକ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ସର୍ବାଧିକ ୮୧ ବାଉଣ୍ଡରି (୪୩ ଚୌକା ଓ ୩୮ ‌ଛକା) ମଧ୍ୟ ରେକର୍ଡର ସମକକ୍ଷ ହୋଇଛି। ଗତବର୍ଷ ସେଞ୍ଚୁରିଅନ୍‌ରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମଧ୍ୟ ୮୧ ବାଉଣ୍ଡରି (୪୬ ଚୌକା ଓ ୩୫ ଛକା) ହୋଇଥିଲା।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

HOT CITY
34m ago
ଅସହ୍ୟ ଗରମ ଓ ତାତିରେ ସିଜୁଛନ୍ତି ଭୁବନେଶ୍ବରବାସୀ
ଅର୍ଗସ ବ୍ୟୁରୋ : ଅସହ୍ୟ ଗରମ ଓ ତାତିରେ ସିଜୁଛନ୍ତି ରାଜଧାନୀବାସୀ । ଚିର ବସନ୍ତର ସହରରେ ଏବେ ଦେଖିବାକୁ ମିଳୁନି ବୁଢା ବର ଗଛ କି ମିଳୁନି ତାର ଶୀତଳ ଛାଇ । ଆଧୁନିକ ତାର ଛାପରେ ହଜିଯାଇଛ
କାଳ
ପେଟ୍ରୋଲ ପକାଇବା ହେଲା କାଳ
ଅର୍ଗସ ବ୍ୟୁରୋ: ଜୀବନର ସତ୍ୟ ହେଉଛି ମୃତ୍ୟୁ। କେତେବେଳେ କେମିତି ଆଉ କେଉଁଠି ଆସିବ କାହାକୁ ବି ଜଣାନାହିଁ।ସାମାନ୍ୟରୁ ଅତି ସାମାନ୍ୟ ଜିନିଷ ବି ମୃତ୍ୟୁର କାରଣ ହୋଇପାରେ।ବାଟରେ ଗଲା ବେଳକୁ ବ
BJP PRESIDENT
୨୦୨୪ରେ ଲୋକେ ବିକଶିତ ଭାରତ ଖୋଜୁଛନ୍ତି
ଅର୍ଗସ ବ୍ୟୁରୋ : ପଦ୍ମପୁର ସଭାରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଜି ଓଡ଼ିଶାରେ ଶାସନ କିଏ ଚଳାଉଛି ? ଭୋଟ୍ ଜଣକୁ ଦେବେ ସରକାର ଆଉ ଜଣେ ଚଲାଇବ । ଏଭଳି ସରକାର ଆମକ