ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ
by Argus News
Thu, May 09 | 7:37 a.m.

ଅର୍ଗସ ବ୍ୟୁରୋ : ଆଇପିଏଲ୍ ୨୦୨୪ ର ୫୭ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସହିତ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା । ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା ଲକ୍ଷ୍ନୌ । 20 ଓଭରରେ ଚାରି ୱିକେଟ୍ ହରାଇ 165 ରନ୍ ସଂଗ୍ରହ କରିଥିଲେ । ଏହାର ଜବାବରେ ହାଇଦ୍ରାବାଦ 9.4 ଓଭରରେ 10 ୱିକେଟ୍ ନେଇ ଲକ୍ଷ୍ୟ ହାସଲ କରିଛି । 

କେଏଲ ରାହୁଲଙ୍କ ଦଳ ଦ୍ବାରା ଧାର୍ଯ୍ୟ ୧୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ମାତ୍ର ୫୮ ବଲରେ ବିନା ୱିକେଟ୍‌ରେ ବିଜୟୀ ହୋଇଛି । ଟ୍ରାଫିସ ହେଡ୍ ୮୫ ଅଭିଷେକ ଶର୍ମା ୭୫ ରନ କରିଥିଲେ । ସପ୍ତମ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉଠିଛି ହାଇଦ୍ରାବାଦ । ଅନ୍ୟପଟେ ଲକ୍ଷ୍ନୌ ଷଷ୍ଠ ପରାଜୟ ସହ ଷଷ୍ଠ ସ୍ଥାନକୁ ଖସିଆସିଛି ।

ଅଧିକ ପଢନ୍ତୁ ଖେଳ ଖବର

୬୨ ଟି ବଲ ବାକି ରହି ହାଇଦ୍ରାବାଦ ମ୍ୟାଚ ଜିତିଥିଲା । ଟ୍ରାଭିସ୍ ହେଡ୍ ଆଠଟି ଚୌକା ଓ ୮ ଟି ଛକା ସହାୟତାରେ ୩୦ ବଲରେ ୮୯ ରନ୍ ସଂଗ୍ରହ କରିଥିଲେ ଏବଂ ଅଭିଷେକ ଶର୍ମା ୨୮ ଟି ବଲରେ ୭୫ ରନ୍ ଅପରାଜିତ ଇନିଂସ ଖେଳି ଚାରି ଚୌକା ଓ ଛଅ ଛକା ସହାୟତାରେ କରିଥିଲେ । ଅଭିଷେକ ଛକା ମାରି ମ୍ୟାଚ ଶେଷ କରିଥିଲେ।

IRAN PRESIDENT
3m ago
ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍
MODI
32m ago
ମୋଦିଙ୍କ ରୋଡ଼ ସୋ' : ସାମିଲ ହେଲେ ହଜାର ହଜାର ଲୋକେ
ଅର୍ଗସ ବ୍ୟୁରୋ : ଚାଲିଛି ମୋଦିଙ୍କ ରୋଡ଼ ସୋ' । ଶ୍ରୀଜଉଙ୍କ ଦର୍ଶନ ପରେ ବଡ଼ଦାଣ୍ଡରୁ ଆରମ୍ଭ କରିଛନ୍ତି ରୋଡ ସୋ' । ଏହି ରୋଡ଼ ସୋ'ରେ ଦେଖିବାକୁ ମିଳୁଛି ଲୋକଙ୍କ
MODI
51m ago
ପୁରୀ ବଡ଼ଦାଣ୍ଡରେ ମୋଦି, ଆରମ୍ଭ ହେଲା ରୋଡ଼ ସୋ'
ଅର୍ଗସ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ପହଞ୍ଚିଥିଲେ ମୋଦି । ପୁରୀରେ ପହଞ୍ଚ