ସେପ୍ଟେମ୍ୱର ୩୦ ସୁଦ୍ଧା ନିର୍ବାଚନ କରିବାକୁ ନିର୍ଦ୍ଦେଶ: ସୁପ୍ରିମକୋର୍ଟ
by Argus News
Mon, Dec 11 | 12:25 p.m.

ଅର୍ଗସ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ '୩୭୦' ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ।  '୩୭୦' ଉଚ୍ଛେଦକୁ ବୈଧ କହିଲେ ସୁପ୍ରିମକୋର୍ଟ ।  ୨୦୨୪ ସେପ୍ଟେମ୍ବର ସୁଦ୍ଧା ନିର୍ବାଚନ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଯାହାଦ୍ୱାରା କି ଜାମ୍ମୁ କାଶ୍ମୀରରୁ ଏକ ରାଜ୍ୟର ମାନ୍ୟତା ମିଳିବ । ଲଦାଖ କେନ୍ଦ୍ରଶାସିତ ଅଚଳ ଭାବେ ସ୍ଥିତି ବଜାୟ ରହିବ ।ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏହି ରାୟ ଆସିଛି ।

ଭାରତର ସମ୍ବିଧାନ ସବୁଠୁ ଉପରେ ବୋଲି କହିଛନ୍ତି କୋର୍ଟ । ଭାରତରେ ମିଶ୍ରଣ ପରେ ଆଉ ଏହି ସ୍ୱତନ୍ତ୍ର ମାନ୍ୟତା ବଜାୟ ରହିପାରିବ ନାହିଁ । କାରଣ ଭାରତରେ ମିଶ୍ରଣ ହେବା ସହ ଜମ୍ମୁ-କାଶ୍ମରର ସାର୍ବଭୌମତ୍ୱ ଶେଷ ହୋଇଥିଲା । ଯେହେତୁ ଜମ୍ମୁ- କାଶ୍ମୀର ଭାରତର ଏକ ଅଭିନ୍ନ ଅଙ୍ଗ ତେଣୁ ଏହାର ନିଜସ୍ୱ ପ୍ରଭୁତ୍ୱ ନାହିଁ ।

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଲେ କୋର୍ଟ ।  ସୁପ୍ରିମକୋର୍ଟରେ 370 ଉଚ୍ଛେଦ ମାମଲାର ଶୁଣାଣି ଜାରି ରହିଛି । ରାୟ ଶୁଣାଉଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ । କେନ୍ଦ୍ରର ସମସ୍ତ ନିଷ୍ପତ୍ତି ଉପରେ ଆଙ୍ଗୁଳି ନିର୍ଦ୍ଦେଶ ଠିକ ନୁହେଁ ବୋଲି କହିଛନ୍ତି CJI । ରାୟ ନେଇ ପ୍ରଥମେ ସୂଚନା ଦେଲେ ପ୍ରଧାନ ବିଚାରପତି । 370 ଉଚ୍ଛେଦକୁ ବୈଧ କହିଛନ୍ତି ସୁପ୍ରିମ କୋର୍ଟ । ରାୟକୁ ନେଇ ୫ ଜଣିଆ ଖଣ୍ଡପୀଠରେ ସହମତି ମିଳିଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

 

 

PM MODI
12m ago
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍
ଦାଦାଗିରି
47m ago
ଭଟଲିରେ ସୁଶାନ୍ତ ସିଂଙ୍କ ଦାଦାଗିରି
ଭୁବନେଶ୍ୱର: ଭଟଲିରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଦାଦାଗିରି । ରାମାୟଣ ପରେ ମହାଭାରତ କରିବାକୁ ଚେତାବନୀ । ଭୋଟରଙ୍କୁ ଧମକ ଦେଉଛନ୍ତି ସୁଶାନ୍ତଙ୍କ ଗୁଣ୍ଡାବାହିନୀ
ପ୍ରସନ୍ନ ଆଚାର୍ଯ୍ୟ
55m ago
ରେଢାଖୋଲ ସଭାରେ ପ୍ରସନ୍ନ ଦେଖାଇଲେ ନବୀନଙ୍କୁ ଆଇନା
ଭୁବନେଶ୍ୱର: ପ୍ରସନ୍ନ ଆଚାର୍ଯ୍ୟଙ୍କ ମୁହଁରେ ପ୍ରଧାନମନ୍ତ୍ରୀଙ୍କ ଭାଷା । ମୋଦି ପଚାରିଥିଲେ ଅପାର ସମ୍ପଦ ଥାଇ ବି କାହିଁକି ଗରିବ ଓଡ଼ିଶା । ରେଢାଖୋଲ ସଭାରେ ପ୍ରସନ୍ନ ଦେଖାଇଲ