ଓଏଚପିସି ଚେୟାରମ୍ୟାନ ପଦରୁ ଇସ୍ତଫା ଦେଲେ ସୁରେଶ ଚନ୍ଦ୍ର ମହାପାତ୍ର
by Argus News
Fri, Jun 14 | 6:23 p.m.

ଭୁବନେଶ୍ୱର: ଓଏଚପିସି ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି ସୁରେଶ ଚନ୍ଦ୍ର ମହାପାତ୍ର। ସେ ତାଙ୍କର ଇସ୍ତପା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି। ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ  ଓଏଚପିସିର ଚେୟାରମ୍ୟାନ ଭାବେ ନିଯୁକ୍ତି ଦେଇଥିଲେ ବିଦାୟୀ ସରକାର ।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ପୂର୍ବତନ ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ନାଁରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ବିଭାଗ ବଦଳାଯାଇଥିଲା । କିନ୍ତୁ ସୁଜାତା ବିଜେଡି ପାଇଁ କାମ କରିବା ବନ୍ଦ କରିନଥିଲେ । କଥା ହେଲା ବିଜେଡି ସରକାର ଆସିବା ପରେ ପୁଣି ତାଙ୍କର ଦବଦବା ବଢିଥାଆନ୍ତା । ହେଲେ ବିଜେଡି ସରକାର ଯିବା ପରେ ସୁଜାତାଙ୍କ ସମେତ ଅନେକ ଅଫିସର ଚିନ୍ତାରେ । କାରଣ କେତେବେଳେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ସେକଥା କେହି ବି ଜାଣିନାହାନ୍ତି । ବୋଧହୁଏ ସେଇଥି ଲାଗି ଅଧିକାଂଶ ଅଫିସର ଏବେ ଛୁଟିରେ । 


ସୁଜାତାଙ୍କ ପୂର୍ବରୁ ତୃତୀୟ ମହଲାର ପ୍ରଭାବଶାଳୀ ଅଫିସର ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କୁ ସେଠାରୁ ହଟାଇ ଦିଆଯାଇଥିଲା । ଏମାନଙ୍କ ପରେ ଆର୍.ବାଲାକ୍ରିଷ୍ଣନ, ସୁରେଶ ମହାପାତ୍ର ଓ ମନୋଜ ମିଶ୍ର ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ । ତେବେ ଆଗାମୀ ଦିନରେ ଆଉ କିଏ କିଏ ଚାକିରି ଛାଡୁଛନ୍ତି ତାହାକୁ ନଜର ।

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା