ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ
by Argus News
Wed, Sep 25 | 7:31 p.m.

ଅର୍ଗସ ବ୍ୟୁରୋ:ଦିନ ଗଡୁଥିବାବେଳେ ଭରତପୁର ଥାନା ଘଟଣାକୁ ନେଇ ଥମୁନି ସାରା ରାଜ୍ୟରେ ଚର୍ଚ୍ଚା। ଚାଲିଛି ତଦନ୍ତ, ଫଳାଫଳକୁ ଅପେକ୍ଷା। ମେଜର ଓ ତାଙ୍କ ବାନ୍ଧବୀ ନାଁ ପୋଲିସ ଅଧିକାରୀ। କିଏ କହୁଛି ସତ?। ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମସ୍ତ ପରୀକ୍ଷା ପାଇଁ ମିଳିଛି ଅନୁମତି,କ୍ରାଇମବ୍ରାଞ୍ଚ ପକ୍ଷରୁ ଭରତପୁର ପୂର୍ବତନ ଥାନା ଅଧିକାରୀଙ୍କ ବ୍ରେନ୍ ମ୍ୟାପିଂ, ଲାଏ ଡିଟେକ୍ସନ ଟେଷ୍ଟ, ନାର୍କୋ ଟେଷ୍ଟ ,ପଲିଗ୍ରାଫ୍‌ ଟେଷ୍ଟକୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ନିକଟରେ କରାଯାଇଥିବା ଆବେଦନକୁ କୋର୍ଟ ଅନୁମତି ଦେଇଛନ୍ତି । ୩ଟି ଟେଷ୍ଟ ପାଇଁ ଦୀନକୃଷ୍ଣଙ୍କୁ ଗୁଜରାଟର ଗାନ୍ଧିନଗର ନେବ କ୍ରାଇମବ୍ରାଞ୍ଚ ବୋଲି ସୂଚନା ମିଳିଛି। ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ ଶେଷ କରିଛି କ୍ରାଇମବ୍ରାଞ୍ଚ । ପ୍ରଥମେ ପଥରଗାଡ଼ିଆ ସୁନ୍ଦରପୁର ଛକ କ୍ରାଇମ ସ୍ପଟ୍ ପରେ ଭରତପୁର ଥାନାରେ କ୍ରାଇମସିନ୍ ରିକ୍ରିଏସନ୍ କରାଯାଇଥିଲା।

ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାରେ ପହଁଚିବା ପରେ ତାଙ୍କୁ କିଏ ମାଡ଼ ମାରିଥିଲା , ସେଦିନ ଥାନାରେ କେତେଜଣ ପୋଲିସ ଅଧିକାରୀ ଥିଲେ , ମେଜରଙ୍କୁ କିଏ ମାଡ଼ ମାରିଥିଲେ , ପୂର୍ବତନ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ତାଙ୍କୁ କେଉଭଳି ଭାବେ ନିର୍ଯାତନା ଦେଇଥିଲେ ଏସବୁ ତଥ୍ୟ କ୍ରାଇମବ୍ରାଞ୍ଚ ଆଗରେ ବଖାଣିଥିଲେ ମେଜର ଓ ତାଙ୍କ ବାନ୍ଧବି । ଏହାପରେ କ୍ରାଇମବ୍ରାଞ୍ଚ ଓ ତାଙ୍କ ଟିମ୍ ନିଲମ୍ବିତ ହୋଇଥିବା  ପୋଲିସ କର୍ମଚାରୀଙ୍କୁ ନେଇ ଭରତପୁର ଥାନାରେ କ୍ରାଇମସିନ୍ ରିକ୍ରିଏସନ୍ କରିଥିଲେ । ଯାହାର ସମସ୍ତ ତଥ୍ୟ ଭିଡିଓ ଗ୍ରାଫି ମଧ୍ୟ କରାଯାଇଛି । ଦୀନକୃଷ୍ଣ ମିଶ୍ରଙ୍କ ପରୀକ୍ଷା ରିପୋର୍ଟ ଆସିବାପରେ ଏଘଟଣା ଉପରୁ ହଟିବ ପରଦା ବୋଲି କ୍ରାଇମବ୍ରାଞ୍ଚ ଆଶା ରଖିଛି । କେବେ ହଟିବ ମିଛ ଉପରୁ ପରଦା,କେବେ ଜଣାପଡିବ ଅସଲ ସତ 

ବିଜେଡି
19m ago
ଓଡ଼ିଆଙ୍କୁ କଷ୍ଟ ଦେବାରୁ ୨୪ବର୍ଷର ବିଜେଡି ସରକାରଙ୍କୁ ଗଡାଇଦେଲେ ଓଡ଼ିଶାବାସୀ:ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ:ବିଜେଡି ନେତାଙ୍କ ନିଦ ହଜାଇଦେଲେ ମୋହନ,ଏମିତି କହିଦେଲେ ବାଧିଗଲା ବିଜେଡି ନେତାଙ୍କୁ । ଅବସର ଥିଲା ବିଜେପିର ମହା ସଦସ୍ୟତା ଅଭିଯାନ। ମୋହନ କହିଲେ ଓଡ଼ିଆଙ୍କୁ କଷ୍
ଓଏଏସ୍‌ ସ୍ତରରେ
27m ago
ଓଏଏସ୍‌ ସ୍ତରରେ ହେଲା ବଡ଼ ଧରଣର ଅଦଳବଦଳ
ଅର୍ଗସ ବ୍ୟୁରୋ: ଓଏଏସ୍‌ ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ ୩୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମ
ମହାପ୍ରସାଦ ଓ ଶୁଖିଲା
30m ago
ମହାପ୍ରସାଦ ଓ ଶୁଖିଲା ଭୋଗର ମାନ ଯାଞ୍ଚ କରିବେ ଫୁଡ ଅଫିସର
ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ଲାଗି ନିଯୁକ୍ତ ହେବେ ଫୁଡ ଅଫିସର। ଶ୍ରୀମନ୍ଦିରରେ ପ୍ରଶାସନରେ ନିଯୁକ୍ତ ହେବେ ଫୁଡ ଅଫିସର। ଏନେଇ ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। `ମହାପ୍ରସା