ଅର୍ଗସ ବ୍ୟୁରୋ: ଓଡ଼ିଶାରେ 5-ଟି ନୁହେଁ ଗୋଟିଏ ଟି କାମକରୁଛି । ଏଠି ଟି ଫର ଟ୍ରାନ୍ସଫରେନ୍ସି ନୁହେଁ ଟି ଫର ତାମିଲନାଡୁ। ଓଡ଼ିଶାରେ ସରକାର ନାମରେ କିଛି ନାହିଁ ବୋଲି କହି ବର୍ଷିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପାଣ୍ଡିଆନ୍ ବ୍ୟତିତ କୌଣସି ଦଳ କି ସରକାର ନାହିଁ । ଓଡିଶାରେ କେହି ମୁଖ୍ୟମନ୍ତ୍ରୀ ନାହାନ୍ତି । ପାଣ୍ଡିଆନ ନିଜେ ମୁଖ୍ୟମନ୍ତ୍ରୀ ଭଳି କାମ କରୁଛନ୍ତି । ନବୀନ ବାବୁଙ୍କ କୌଣସି ପାୱାର ନାହିଁ । ପାଣ୍ଡିଆନଙ୍କ ଇସାରାରେ ନବୀନ ପରିଚାଳିତ । ବିନା ପାଣ୍ଡିଆନରେ ଗୋଟିଏ ପଦ କହିପାରିବେନି ନବୀନ। ସିଏମଙ୍କ ସବୁ ନିଷ୍ପତ୍ତିରେ ହସ୍ତକ୍ଷେପ କରୁଛନ୍ତି ପାଣ୍ଡିଆନ୍ । ନବୀନ ଅସୁସ୍ଥ ସହ ନଜରବନ୍ଦୀରେ ଅଛନ୍ତି ବୋଲି କହିଛନ୍ତି ହିମନ୍ତ ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଲା କାହା ସହ ମିଶି ପାରୁନାହାନ୍ତି । ଲୋକଙ୍କ ସହ କଥା ହୋଇପାରୁନାହାନ୍ତି । ସବୁ ସମୟରେ ତାଙ୍କ ସାଙ୍ଗରେ ପାଣ୍ଡିୟାନ୍ ରହୁଛନ୍ତି । ଜାଣିବାକୁ ପଡ଼ିବ ମୁଖ୍ୟମନ୍ତ୍ରୀ ନିଜ ଇଚ୍ଛାରେ ପାଣ୍ଡିୟାନଙ୍କ ସାଙ୍ଗରେ ରହୁଛନ୍ତି ନା ପାଣ୍ଡିୟାନଙ୍କ ଚକ୍ରାନ୍ତରୁ ବାହାରି ପାରୁନାହାନ୍ତି। ହାଇକୋର୍ଟ ଜଜ୍ ଥରେ ନବୀନ ପଟ୍ଟନାୟକଙ୍କ ସହ ଏକାନ୍ତରେ କଥା ହୁଅନ୍ତୁ । ନବୀନ ପଟ୍ଟନାୟକ ଖୁସି ଅଛନ୍ତି କି ନାହାନ୍ତି ଠିକ୍ ଅଛନ୍ତି କି ନାହିଁ । ଏବଂ ପାଣ୍ଡିୟାନ୍ ଗୋଟିଏ ଦିନ ମୁଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକ ମାନଙ୍କ ସହ କଥା ହେବା ପାଇଁ ଏକଲା ଛାଡନ୍ତୁ । ପାଣ୍ଡିୟାନ୍ ମୁଖ୍ୟମନ୍ତ୍ରୀଙ୍କୁ କ୍ୟାପଚର୍ କରି ରଖିଛନ୍ତି ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।