ଟି-20 ବିଶ୍ୱକପ୍ ସେମିଫାଇନାଲରେ ଟିମ୍ ଇଣ୍ଡିଆ
by Argus News
Sun, Jun 23 | 9:29 a.m.

ଅର୍ଗସ ବ୍ୟୁରୋ:  ଟି୨୦ ବିଶ୍ୱକପର ସୁପର୍‌-୮ରେ ବାଂଲାଦେଶକୁ ୫୦ ରନରେ ହରାଇ ଜିତି କ୍ରମାଗତ ବିଜୟ ହାସଲ କରିଛି ଭାରତ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ବଳରେ ଦଳ ୨୦ ଓଭରରେ ୫ ଉଇକେଟ ହରାଇ ୧୯୬ ରନ୍‌ କରିଥିଲା। ଜବାବରେ ବାଂଲାଦେଶ ୨୦ ଓଭରରେ ୮ ଉଇକେଟ ହରାଇ ୧୪୬ ରନ୍‌ କରିଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ରୋହିତ ଶର୍ମା୨୩ ଓ ବିରାଟ କୋହଲି ୩୭ ପ୍ରଥମ ଉଇକେଟରେ ୩୯ ରନ୍‌ ଯୋଡିଥିଲେ। ୩ ନମ୍ବରରେ ବ୍ୟାଟିଂ କରିଥିବା ରିଷଭ ପନ୍ତ ୩୬ ରନ୍‌ କରିଥିଲେ। ଶିବମ ଦୁବେ କ୍ରିଜ୍‌ରେ ଯୋଗ ଦେଇ୨୪ ବଲ୍‌ରୁ ୩୪ ରନ୍‌ କରି ଆଉଟ ହୋଇଥିଲେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨୭ ବଲ୍‌ ଖେଳି ୫୦ ରନ୍‌ କରିବା ସହ ଶେଷ ଯାଏ ଅପରାଜିତ ରହିଥିଲେ।

୧୯୭ ରନର ବିଜୟ ଲକ୍ଷ୍ୟରେ ବାଂଲାଦେଶ 146 ରନ କରିବାକୁ ସକ୍ଷମ ହୋଇଥିଲା। ଯଶପ୍ରୀତ୍‌ ବୁମ୍‌ରା କଞ୍ଜୁସ ବୋଲି କରୁଥିବା ବେଳେ କୁଲଦୀପ ଯାଦବଙ୍କ ସ୍ପିନ ଯାଦୁ ଦେଖିବାକୁ ମିଳିଥିଲା। ମାତ୍ର ୧୯ ରନ୍‌ ଦେଇ କୁଲଦୀପ ୩ ବାଂଲାଦେଶୀ ବ୍ୟାଟରଙ୍କୁ ସେ ଆଉଟ କରିଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ହାର୍ଦ୍ଦିକଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।

ଅଧିକ ପଢ଼ନ୍ତୁ ଖେଳ ଖବର:

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା