ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଟାଟା ପାୱାର ଅଧିକାରୀ
by Argus News
Wed, May 01 | 9:15 a.m.

କଟକ:  ସର୍ଟ ସର୍କିଟରୁ ଫସଲ ନଷ୍ଟ । ଟାଟା ପାୱାର ଅଧିକାରୀ ମାନୁନାହାନ୍ତି ମାନବାଧିକାର କମିଶନଙ୍କ ନିର୍ଦେଶ । କଟକ ଜିଲ୍ଲାର କିଶନନଗର ଥାନା ଅଧିନସ୍ତ ବାଲିଶୁକ୍ରୀ ଗ୍ରାମର ନଈକୂଳ ପାଟଣା ସାହି ଦେଇ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାରରୁ ଗତକାଲି ମଧ୍ୟାହ୍ନ ସମୟରେ ନିଆଁ ପିଣ୍ଡୁଳା ଖସିଥିଲା । ଏହି ନିଆଁରେ ନଡ଼ିଆ ଗଛ, ଶାଗୁଆନ ଗଛ,ମୂଲ୍ୟବାନ କାଠ ସହ ଫସଲ ଜଳି ପୋଡି ପାଉଁଶ ହୋଇଯାଇଛି । 

ଘରବାଡ଼ି ଜାଗାରୁ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଲାଇନ ହଟାଇବା ପାଇଁ ଟାଟା ପାୱାର ଅଧିକାରୀଙ୍କୁ ବହୁବାର ଲିଖିତ ଭାବେ ଜଣାଇ ଥିଲେ ହେଲେ କୌଣସି ସୁଫଳ ନମିଳିବାରୁ ମାନବାଧିକାରଙ୍କ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । କମିଶନର ଘରବାଡ଼ି ଜାଗାରୁ ଉଚ୍ଚ କ୍ଷମତା ବିଦ୍ୟୁତ ଲାଇନ ହଟାଇବାକୁ ଟାଟା ପାୱାରକୁ ନିର୍ଦେଶ ଦେଇଥିଲେ । ହେଲେ ଏପର୍ଯ୍ୟନ୍ତ ଟାଟା ପାୱାର କମିଶନଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରୁନାହିଁ । 

ଘରବାଡି ଜାଗା ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଲାଇନ ଯାଇ ପାରିବନି ବୋଲି OERCର ନିୟମ ଥିଲେ ମଧ୍ୟ ତାହାକୁ କିଶନନଗର ଅଞ୍ଚଳରେ ଥିବା ଟାଟା ପାୱାର ଅଧିକାରୀ ମାନୁନାହାନ୍ତି । ଘରବାଡି, ସ୍କୁଲୁ ପରିସରରେ ଉଚ୍ଚ କ୍ଷମତା ସମ୍ପନ୍ନ ୩୩କେଭି ବିଦ୍ୟୁତ ଲାଇନ ଯାଇଛି ।  କେତେ ବେଳେ ବଡ଼ ଅଘଟଣ ଘଟିବ ତାହାକୁ କେହି ଏଡାଇ ପାରିବେନି । ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ