ଶେଷ ୩ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ଘୋଷଣା: ଦଳରେ ଫେରିଲେ ରାହୁଲ-ଜାଡେଜା
by Argus News
Sat, Feb 10 | 6:42 p.m.

ଅର୍ଗସ ବ୍ୟୁରୋ: ଇଂଲଣ୍ଡ ବିପକ୍ଷରେ ଶେଷ ୩ ଟେଷ୍ଟ ପାଇଁ ଶନିବାର ବିସିସିଆଇ ଟିମ ଇଣ୍ଡିଆ ଘୋଷଣା କରିଛି। ଦଳରେ ଏକ ନୂଅ ଚେହେରାକୁ ମଧ୍ୟ ସୁଯୋଗ ଦିଆଯାଇଛି। କେ.ଏଲ ରାହୁଲ ଏବଂ ରବୀନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି। ଏହାବ୍ୟତୀତ ବିରାଟ କୋଡଳି ଶେଷ ୩ ଟେଷ୍ଟରେ ମଧ୍ୟ ଟିମ ଇଣ୍ଡିଆର ଅଂଶ ନୁହନ୍ତି। 
ବିସିସିଆଇ ଶେଷ ୩ ଟେଷ୍ଟ ପାଇଁ ୧୭ଜଣିଆ ଟିମ ଘୋଷଣା କରିଛି।

ଦ୍ରୂତ ବୋଲିଂ ବିଭାଗରେ ଉପ-ଅଧିନାୟକଯଶପ୍ରିତ ବୁମରା, ମହମ୍ମଦ ସିରାଜ ଏବଂ ମୁକେଶ କୁମାରଙ୍କ ସହ ଯୁବ ଆକାଶଦୀପଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ସ୍ପିନ ବିଭାଗରେ ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବଙ୍କ ସହ ଓ୍ବାଶିଂଟନ ସୁନ୍ଦର ମଧ୍ୟ ସ୍ଥାନ ପାଇଛନ୍ତି। ଷ୍ଟାର ବ୍ୟାଟର ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଶ୍ରେଷ୍ଠ ୩ ଟେଷ୍ଟରେ ମଧ୍ୟ ଦଳକୁ ଫେରି ନାହାନ୍ତି। ବ୍ୟକ୍ତିଗତ କାରଣରୁ ସେ ପ୍ରଥମ ଦୁଇଟି ଟେଷ୍ଟରେ ମଧ୍ୟ ଟିମ ଇଣ୍ଡିଆର ଅଂଶ ହୋଇ ନ ଥିଲେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ଆଜିଠାରୁ ଏକମାସ
32m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
53m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
55m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି