ବାର୍ବାଡୋସରେ ଫସି ରହିଥିବା ଟିମ୍ ଇଣ୍ଡିଆ ଫେରିବେ ଆଜି !
by Argus News
Wed, Jul 03 | 10:47 a.m.

ଅର୍ଗସ ବ୍ୟୁରୋ : ବାର୍ବାଡୋସରେ ଫସି ରହିଥିବା ବିଶ୍ବବିଜୟୀ ଟିମ୍ ଇଣ୍ଡିଆର ଖେଳାଳି ଆଜି ଭାରତ ଫେରି ପାରନ୍ତି । ୱାଲ୍ଡକପ୍ ବିଜୟର ତିନି ଦିନ ପରେ ଖେଳାଳିଙ୍କୁ ଧରି ସ୍ବତନ୍ତ୍ର ବିମାନ ନୂଆଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିପାରେ । ବିସିସିଆଇ ଏହି ସ୍ବତନ୍ତ୍ର ବିମାନର ଆୟୋଜନ କରିଛି । ଜୁନ୍ ୨୯ରୁ ଫାଇନାଲ ମ୍ୟାଚ୍ ସରିଥିଲେ ବି ବାତ୍ୟା ପାଇଁ ଖେଳାଳି ଓ ସେମାନଙ୍କ ପରିବାର ବାର୍ବାଡୋସରେ ଫସି ରହିଛନ୍ତି । ତେବେ ଆଉ କିଛି ଘଣ୍ଟା ମଧ୍ୟରେ ବିମାନ ଭାରତ ଅଭିମୁଖେ ଉଡ଼ାଣ ଭରିବାକୁ ଯାଉଥିବା ବେଳେ ଗୁରୁବାର ସକାଳୁ ନୂଆଦିଲ୍ଲୀରେ ପହଞ୍ଚିବ । ଦିଲ୍ଲୀ ପହଞ୍ଚିବା ପରେ ଖେଳାଳିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସାକ୍ଷାତ କରିପାରନ୍ତି ।

ଅଧିକ ପଢନ୍ତୁ : ଘୂର୍ଣ୍ଣିଝଡ `ବିରେଲ' ଯୋଗୁ ସ୍ବଦେଶ ଫେରିପାରୁନାହାନ୍ତି ଭାରତୀୟ ଖେଳାଳି

ୱେଷ୍ଟଇଣ୍ଡିଜର ବାରବାଡୋସରେ ଘୁର୍ଣ୍ଣିଝଡ ହୁରିକେନ୍ ବେରିଲ ପାଇଁ ସମସ୍ତ ଖେଳାଳୀ ଘର ଭିତରେ ଫସି ରହିଥିଲେ । କେବଳ ଖେଳାଳୀ ନୁହନ୍ତି ସେଠାରେ ରିପୋର୍ଟିଂ କରିବାକୁ ଯାଇଥିବା ସାମ୍ବାଦିକମାନେ ମଧ୍ୟ ସେଠାରେ ଫସି ରହିଥିଲେ ।  ବିମାନ ଚଳାଚଳ ବନ୍ଦ ଯୋଗୁଁ ସେଠାରୁ ଆସିପାରୁନଥିବାରୁ ଆଜି ଆସିବା ନେଇ ସୂଚନା ମିଳିଛି।

ମେଳି କର୍ପୋରେଟର
ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର
ଭୁବନେଶ୍ୱର: ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର । ନବୀନ ନିବାସ ଯାଇ ଭେଟିଲେ । ଏହି କର୍ପୋରେଟର ଗୋଷ୍ଠୀ କିଛି ଦିନ ତଳେ ଶଙ୍ଖ ଭବନରେ ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା
ବିନାଶକାରୀ ଯୁଦ୍ଧ
ଇସ୍ରାଏଲ୍ ର ଫୋର ଫ୍ରଣ୍ଟ ଆଟାକ୍
ଅର୍ଗସ ବ୍ୟୁରୋ: ଯୁଦ୍ଧ ..ବିନାଶକାରୀ ଯୁଦ୍ଧ...ନା ହଟିବ ନା ଝୁକିବ...ହିଜବୁଲ୍ଲା ବିନାଶ ମୋଡ ରେ ଇସ୍ରାଏଲ୍..ଗୋଟିଏ ପରେ ଗୋଟିଏ ହିଜବୁଲ୍ଲା କମାଣ୍ଡର ଙ୍କୁ ଖୋଜି ଖୋଜି ଧ୍ବସ କରୁଛ
ଶିକ୍ଷକ ନିଯୁକ୍ତି ଦାବି
ସାମ୍ନାକୁ ଆସିଲା ବିଜେଡିର ଦୋମୁହାଁ ଚରିତ୍ର
ଅର୍ଗସ ବ୍ୟୁରୋ: ଜିଲ୍ଲାଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦିଆଯାଇଥିଲା ବନ୍ଦ ଡାକରା । ରାସ୍ତାକୁ ଓହ୍ଲାଇଥିଲେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ନେତା