ଟାଇମ୍‌ ଗଡୁଛି, ଟେନସନ୍‌ ବଢୁଛି
by Argus News
Fri, Apr 12 | 12:23 a.m.

ଟାଇମ୍‌ ଗଡୁଛି, ଟେନସନ ବଢୁଛି । ଖାସ୍‌ କରି ଶାସକ ଦଳର ନେତାଙ୍କ ଅବସ୍ଥା ଏବେ ସାଙ୍ଘାତିକ । କାରଣ ବିଜେଡି ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ବାକି ଥିବା ଆସନର ଟିକଟ ଆଶାୟୀଙ୍କ ଟେନସନ ସାଙ୍ଘାତିକ ଭାବରେ ବଢିଯାଇଛି । କାରଣ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବା ବେଳେ ଆସନ କିନ୍ତୁ ଲିମିଟେଡ୍‌ । ତେଣୁ ଏମିତି ସ୍ଥିତିରେ କାହାର କଟିବ ? କାହାର ରହିବ ସେନେଇ ଅଙ୍କ କଷୁଛନ୍ତି ନେତା । 

ବିଜେଡିରେ ଏବେ ଟିକଟ ଟେନସନ୍ । କାରଣ ଯେଉଁ ନେତାମାନେ ନିର୍ବାଚନ ସମୟରେ ଏରିୟାରେ ରହିବାର କଥା, ସେମାନେ ଏବେ ରାଜଧାନୀରେ କାଟୁଛନ୍ତି ରାତି । ନିଜ ଇଚ୍ଛାରେ ନୁହେଁ ବରଂ ବାଧ୍ୟବାଧକତାରେ । କେମିତି ଟିକଟ ମିଳିବ ସେନେଇ ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ମାନସମନ୍ଥନ ବୈଠକ ବି କରୁଛନ୍ତି । ହେଲେ ଗଣିତ ଛିଣ୍ଡୁନି । 

 

ଏଇ ଯେମିତି ଅନୁଗୁଳର ଟିକଟ ଘୋଷଣା ବିଳମ୍ବ ହେବାରୁ ଭୁବନେଶ୍ୱର ଆସି ଶକ୍ତି ପ୍ରଦର୍ଶନ କରିଛନ୍ତି ଅନୁଗୁଳର ବିଧାୟକ ତଥା ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂ । ଟିକେଟ ଘୋଷଣା କାହିଁକି ବିଳମ୍ବ ହେଉଛି ପଚାରିବା ସହ, ନିଜ ସମର୍ଥକଙ୍କୁ ଧରି ଆସି ପତିଆରା ଦେଖାଇଛନ୍ତି । ଖାଲି ଅନୁଗୁଳ କାହିଁକି ? ବରଂ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରର ତାଳଚେର, ହିନ୍ଦୋଳ, ଅନୁଗୁଳ, ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ଦଳ । କୁହାଯାଉଛି କିଛି ଆସନରେ ଦଳ ଅଦଳବଦଳ କରିପାରେ । ଅନୁଗୁଳ ଭଳି କେନ୍ଦୁଝର ତେଲକୋଇରେ ସମାନ ଅବସ୍ଥା । ତେଲକୋଇରେ ପ୍ରେମାନନ୍ଦ ଦଳ ଛାଡିବା ପରେ ବିଜେଡି ସେଠି କାହାକୁ ପ୍ରାର୍ଥୀ କରିବ ସେ ନେଇ ଜାରି ରହିଛି ଅଙ୍କକଷା । 

ଶାସକଦଳ ବିଜେଡିକୁ ଏବେ ଟିକଟ ଟେନସନ । କେମିତି କାହାକୁ ପ୍ରାର୍ଥୀ କରିବ ଦଳ ସେନେଇ ନବୀନ ନିବାସରେ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୧୦ରୁ ୧୨ଟି ବିଧାନସଭା ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ, ସେ ନେଇ ହିସାବ କିତାବ ଏବେ ବି ଚାଲିଛି । ଯାହାଫଳରେ ନୂଆ ପ୍ରାର୍ଥୀ ତାଲିକା ଆସିବା ବିଳମ୍ବ ହେଉଥିବା କୁହାଯାଉଛି । ତେବେ ଶାସକ ଦଳର ନେତାଙ୍କ କହିବା କଥା ଠିକ୍ ସମୟରେ ଟିକେଟ ଘୋଷଣା ହେବ ।
 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍