ଡାଲ୍ ହ୍ରଦ କୂଳରେ ଯୋଗ କଲେ ପ୍ରଧାନମନ୍ତ୍ରୀ
by Argus News
Fri, Jun 21 | 7:44 p.m.

ନୂଆଦିଲ୍ଲୀ: ଯୋଗମୟ ସାରା ବିଶ୍ବ । 190ଟି ଦେଶରେ ପାଳିତ ହେଲା ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ । ଶ୍ରୀନଗର ଡାଲ୍ ହ୍ରଦ କୂଳରେ 7 ହଜାରରୁ ଅଧିକ ଲୋକଙ୍କ ଗହଣରେ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୋଗ କରି ସମାଜକୁ ସୁସ୍ଥ ଜୀବନ ପାଇଁ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ।  ବିଶ୍ବ ପାଳୁଛି ୧୦ମ ଆନ୍ତର୍ଜାତିକ ଯୋଗ ଦିବସ ।୧୦ ବର୍ଷ ତଳେ ମୋଦିଙ୍କ ଆହ୍ବାନରେ ଶୁଭାରମ୍ଭ ହୋଇଥିଲା ଆନ୍ତର୍ଜାତିକ ଯୋଗ ଦିବସ । ୨୦୧୪ ରେ ଭାରତର ଯୋଗ ଦିବସ  ପ୍ରସ୍ତାବ କୁ ବିଶ୍ବର ୧୭୭ ଦେଶ ଗ୍ରହଣ କରିଥିଲେ।  ଯୋଗ ପ୍ରତି ସାରା ବିଶ୍ବ ଆକର୍ଷିତ ହେଉଛି । ଦିନକୁ ଦିନ ଅଧିକରୁ ଅଧିକ ଲୋକ ଯୋଗାଭ୍ୟାସ କରୁଛନ୍ତି ।

ଯୋଗ ବିଷୟରେ ଅନୁଧ୍ୟାନ ପାଇଁ ବିଶ୍ବରୁ ବହୁ ପର୍ଯ୍ୟଟକ ଭାରତ ଆସୁଛନ୍ତି। ଆଜି ଯୋଗ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିଛି ଶ୍ରୀନଗରରେ ଡାଲ ହ୍ରଦ ନିକଟରେ ଯୋଗ ଅଧିବେଶନରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅହମଦାବାଦ୍ ରେ ଯୋଗ ଦିବସରେ  କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଯୋଗ ଦେଇଥିଲେ।  କେବଳ ଭାରତର ନୁହେଁ ବିଶ୍ବକୁ ଜୋଡିବା ପାଇଁ ଭାରତର ଅବଦାନ ସାଜିଛି ଯୋଗ। ଆନ୍ତର୍ଜାତିକ ଯୋଗ ଦିବସ ରେ ଯୋଗମୟ ହେଲା ୧୯୦ ରୁ ଅଧିକ ଦେଶର କୋଣ ଅନୁକୋଣ। ତାଇମ୍ ସ୍କୋଯାର ରେ ଜୋଗ କଲେ ହଜାର ହଜାର ଲୋକ।

ଦିଲ୍ଲୀରେ ବିଭିନ୍ନ ଦେଶର କୂଟନୀତିଜ୍ଞମାନେ  ଯୋଗ ଅଧିବେଶନରେ ଜୋଗ ଦେଇଥିଲେ।  ଇଏମ୍ ଡ ଏସ୍ ଜୟଶଙ୍କ ନେତୃର୍ବରେ ଏହି  ଯୋଗ ଅଧିବେଶନରେ ବିଦେଶୀ ପ୍ରତିନିଧୀମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ କରି ସମାଜକୁ ସୁସ୍ଥ ଜୀବନ ପାଇଁ ବାର୍ତ୍ତା ଦେଇଛନ୍ତି ।.ଅହମଦାବାଦ୍ ରେ ଯୋଗ ଦିବସରେ  କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଯୋଗ ଦେଇଥିଲେ । ସେହିପରି ଯୋଗ ଦିବସରେ ନିଜକୁ ସାମିଲ୍ କଲେ ରାଜନାଥ ସିଂ, ଭୂପେନ୍ଦ୍ର ଯାଦବ, ଜେପି ନଡ୍ଡା ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। 
ଅଧିକ ପଢନ୍ତୁ ଭାରତ ଖବର 

MAN KI BAAT
35m ago
ମା'ଙ୍କ ପାଇଁ ଗଛ ଲଗାଇବାକୁ ଆହ୍ବାନ ଦେଲେ ମୋଦି
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 111 ତମ ମନ୍ କୀ ବାତ୍ । ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରମ । ସାଧାର
ସଡକ ଦୁର୍ଘଟଣା
59m ago
ଟ୍ରାଫିକ ପୋଲିସଙ୍କୁ ପିଟି ଦେଇ ପଳେଇଲା...
ଭୁବନେଶ୍ୱର: ନୟାପଲ୍ଲୀ ଥାନା କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ଟ୍ରାଫିକ କର୍ମଚାରୀ । ଡ୍ୟୁଟି ସାରି ଫେରୁଥିବା ବେଳେ ଘଟିଛ
ପ୍ରଦୀପ ଜେନା
ଅବସର ନେବା ପୂର୍ବରୁ ଭାବ ବିହ୍ବଳ ଟୁଇଟ କଲେ ପ୍ରଦୀପ ଜେନା
ଭୁବନେଶ୍ୱର: ଆଜି ଅବସର ନେଉଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ତେବେ ଅବସର ନେବା ପୂର୍ବରୁ ଭାବ ବିହ୍ବଳ ଟୁଇଟ ଆଗାମୀ ଦିନ ପାଇଁ ସେ ଲୋକଙ୍କ ଆଶିର୍ବାଦ କାମନା କରୁଛନ୍ତ