ନିର୍ବାଚନ ପାଇଁ ଆପଣଙ୍କ ଗାଡି ନେବ ପ୍ରଶାସନ, ଜାଣନ୍ତୁ କଣ ରହିଛି ନିୟମ..
by Argus News
Tue, Apr 16 | 2:31 p.m.

ଅର୍ଗସ ବ୍ୟୁରୋ : ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଏପ୍ରିଲରେ ଆରମ୍ଭ ହେବାକୁ ଯାଉଛି । ନିର୍ବାଚନକୁ ନେଇ ପ୍ରସ୍ତୁତି ଖୁବ ଜୋରସୋରରେ ଆରମ୍ଭ ହୋଇଛି । ପ୍ରତ୍ୟେକ ରାଜ୍ୟ ତଥା ଜିଲ୍ଲାରେ ନିର୍ବାଚନକୁ ନେଇ ପ୍ରସ୍ତୁତି ଜାରି ରହିଛି । ଏ ଭିତରେ ଏକ ନୋଟିସ ଜାରି କରିଛି ଉତ୍ତରପ୍ରଦେଶ ଗାଜିଆବାଦର ଜିଲ୍ଲା ନିର୍ବାଚନ ଅଧିକାରୀ । ଯାହାକୁ ନେଇ ଲାଗିରହିଛି ଚର୍ଚ୍ଚା । ଏହି ନୋଟିସ ଜିଲ୍ଲାର ସମସ୍ତ ପ୍ରାଇଭେଟ ଗାଡି ମାଲିକଙ୍କୁ ଦିଆଯାଇଛି । ନିର୍ବାଚନ ଡ୍ୟୁଟି ପାଇଁ ସେମାନଙ୍କ ଗାଡିକୁ ପୋଲିସ ଲାଇନରେ ଜମା କରିବାକୁ ନୋଟିସ ଦର୍ଶାଯାଇଛି ।

ଅଧିକ ପଢନ୍ତୁ election-24   ଖବର 

ଏହି ନୋଟିସରେ ଲେଖାଯାଇଛି , କାର ମାଲିକ ନିଜ ଗାଡିକୁ ଏପ୍ରିଲ ୨୩ ତାରିଖ ସକାଳ ୧୦ ବେଳେ ପୋଲିସ ଲାଇନ ପ୍ରଭାରୀ ନିର୍ବାଚନ ଅଧିକାରୀଙ୍କ ନିକଟରେ ଜମା କରିବାକୁ ପଡିବ । ଗାଡିକୁ ସଠିକ ସ୍ଥାନରେ ରଖିବା ସହ ଏହାର ଖର୍ଚ୍ଚ ମଧ୍ୟ ନିଜେ ଗାଡି ମାଲିକ ହିଁ ଭରଣ କରିବ । ଯଦି ଗାଡିର କୌଣସି କ୍ଷତି ହୁଏ ତେବେ ଗାଡି ମାଲିକ ନିର୍ବାଚନ ଅଧିକାରୀଙ୍କୁ ଏ ସମ୍ବନ୍ଧରେ ସୂଚନା ଦେଇପାରିବେ । ତେବେ ଜିଲ୍ଲା ପ୍ରଶାସନ ଗାଡି ମାଲିକକୁ ଗାଡି ବାବଦକୁ ଟଙ୍କା ମଧ୍ୟ ଦେବ । ଲୋକ ପ୍ରତିନିଧିତ୍ବ ଅଧିନିୟମ ୧୯୫୧ ର ଧାରା ୧୬୦ ରେ ଉଲ୍ଲେଖ ରହିଛି ଯେ ନିର୍ବାଚନ ଦ୍ବାରା ସମ୍ବନ୍ଧିତ କୌଣସି କାର୍ଯ୍ୟ ପାଇଁ ପ୍ରାଇଭେଟ ଗାଡି ବ୍ୟବହାର କରାଯାଇପାରିବ । 
 

SP
2m ago
ସପା ଓ କଂଗ୍ରେସ ମିଳିତ ଭାବେ ଦୁର୍ନୀତିର ଦୋକାନ ଚଳାଇବାକୁ ଚାହୁଁଛନ୍ତି: ମୋଦି
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶରେ ମୋଦିଙ୍କ ମାରାଥନ ପ୍ରଚାର । ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍
HIMANTA
17m ago
ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି: ହିମନ୍ତ ବିଶ୍ୱଶର୍ମା
ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି । ଜଟଣୀ ଛତାବରର
TUKUNI
39m ago
ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା !
ଅର୍ଗସ ବ୍ୟୁରୋ: ଟୁକୁନି ସାହୁଙ୍କ ଗୁଣ୍ଡାଙ୍କ ଆତଙ୍କରାଜ୍ ! ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା ! ପୁଣି ସୀମା ଟପିଲେ ମନ୍ତ୍ରୀ ଟୁକୁନି ସାହୁଙ୍