ଓଡ଼ିଶାର ବହୁ ବରପୁତ୍ରଙ୍କ ନାଁରେ ଯୋଜନାର ଘୋଷଣା କଲେ ବିଜେପି ସରକାର
by Argus News
Fri, Jul 26 | 9:33 p.m.

ଅର୍ଗସ ବ୍ୟୁରୋ: ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ । ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା । ଓଡ଼ିଶାର ଏ ସବୁ ବରପୁତ୍ରଙ୍କ ନାଁରେ ଏବେ ଚାଲିବ ଯୋଜନା । ଓଡ଼ିଆ ଅସ୍ମିତା ପାଇଁ ବଳିଦାନ ଦେଇଥିବା ବରପୁତ୍ରଙ୍କ ନାଁରେ ଓଡ଼ିଶାର ବିଜେପି ସରକାର ବିଭିନ୍ନ ଯୋଜନାର ନାମକରଣ କରିବାକୁ ଚର୍ଚ୍ଚା। 

ଦୁର୍ଭାଗ୍ୟର କଥା ବିଜେଡିର 24 ବର୍ଷର ଶାସନରେ ରାଜନୈତିକ ସ୍ବାର୍ଥ ପାଇଁ କେବଳ ଗୋଟିଏ ବ୍ୟକ୍ତିତ୍ବକୁ ଓଡ଼ିଆଙ୍କ ଆଖି ଆଗରେ ରଖୁଥିଲା ବିଜେଡି । ଏବେ ବି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ରହିଛି। ବିଜୁଙ୍କୁ ସମ୍ମାନରେ ସମସ୍ୟା ନାହିଁ, କିନ୍ତୁ ମାଧୋ ସିଂଙ୍କ ଭଳି ବରପୁତ୍ରମାନେ ବି ବଳିଦାନ ଦେଇଥିଲେ। କିନ୍ତୁ ବିଜେଡି ଅନ୍ୟ ସମସ୍ତଙ୍କ କରୁଥିଲା ଅଣଦେଖା।  

କଳିଙ୍ଗ ଯୁଦ୍ଧର ଗାଥା, କପିଳେନ୍ଦ୍ର ଦେବଙ୍କ ସୁଶାସନ, ପ୍ରଜା ବତ୍ସଳ ରାଜା ଐର ଖାରବେଳଙ୍କଠାରୁ ନେଇ ଉତ୍କଳ ଗୌରବ ମଧୁବାବୁ ଓ ଉତ୍କଳ ମଣି ଗୋପବନ୍ଧୁ, ମାଧୋ ସିଂଙ୍କ ପର୍ଯ୍ୟନ୍ତ ବିଜୁଙ୍କ ପୂର୍ବରୁ ଅନେକ ଓଡ଼ିଆଙ୍କ ଅସ୍ମିତା ରକ୍ଷା ପଛରେ ଅନେକ ବ୍ୟକ୍ତିତ୍ବଙ୍କ ବଳିଦାନ ରହିଛି । ଏବେ ଲୋକେ କହୁଛନ୍ତି ଓଡ଼ିଆ ବରପୁତ୍ରଙ୍କୁ ଉପଯୁକ୍ତ ସମ୍ମାନ ମିଳିଲା। 

24 ମହାଲଢ଼େଇରେ ଓଡ଼ିଆ ଅସ୍ମିତାକୁ ପ୍ରମୁଖ ପ୍ରସଙ୍ଗ କରିଥିଲା ବିଜେପି । ନିର୍ବାଚନ ଜିତିବା ପରେ ବରପୁତ୍ରଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରି ଓଡ଼ିଆ ଅସ୍ମିତାକୁ ହିଁ ମିଳିଛି ସର୍ବାଧିକ ଗୁରୁତ୍ବ। 
 

ଆଜିଠାରୁ ଏକମାସ
52m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି