ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ
by Argus News
Fri, Jun 21 | 2:58 p.m.

ଅର୍ଗସ ବ୍ୟୁରୋ : ଏଣିକି ଦୈନିକ ୨ ଘଣ୍ଟା ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ପ୍ରତିଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ଆଜିଠାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ । ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଶୁଣିବେ ଅଭିଯୋଗ । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଏପରି ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀର ଦାୟିତ୍ବ ନେବା ପରେ ମୋହନ ମାଝୀ ସାଧାରଣ ଲୋକଙ୍କ ପାଖକୁ ଆସିବା ସହ ଲୋକଙ୍କ କଥା ବୁଝିଥିଲେ । ଏବଂ ଦାୟିତ୍ବ ନେବାର ଗୋଟିଏ ଦିନ ଭିତରେ ଶ୍ରୀମନ୍ଦିର ୪ ଦ୍ବାରା ଖୋଲିବାର ପଦକ୍ଷେପ ନେଇଥିଲେ, ଯାହା କାର୍ଯ୍ୟକାରୀ ମଧ୍ୟ ହୋଇଥିଲା ।

ଅଧିକ ପଢନ୍ତୁ : ରାଜ୍ୟ କାର୍ଯ୍ୟାଳୟରେ ଲୋକଙ୍କୁ ଭେଟି ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

ସେହିପରି ଭୁବନେଶ୍ବର ଡ୍ରେନ ସମସ୍ୟା ଉପରେ ମଧ୍ୟ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର । ଦୀର୍ଘ ୨୪ ବର୍ଷ ହେବ ଶାସନ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ କେବେ ଲୋକଙ୍କ ସହ ସିଧାସଳଖ କଥା ହୋଇନଥିଲେ । ଯେଉଁ କାରଣରୁ ଲୋକ ନିଜର ସମସ୍ୟାକୁ ମୁହଁ ଖୋଲି ମୁଖ୍ୟମନ୍ତ୍ରୀଙ୍କ ଆଘରେ କହି ପାରିନଥିଲେ । ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ନିଜେ ଲୋକଙ୍କ ସହ ମିଶିବା ସହ ଲୋକଙ୍କ ସମସ୍ୟା ବୁଝିବା ପାଇଁ ପଦକ୍ଷେପ ନେଇଛନ୍ତି  । 
 

ପ୍ଲାଣ୍ଟରେ ବିସ୍ଫୋରଣ
ନିଆଁ ପିଣ୍ଡୁଳା ସଫେଇ ସମୟରେ ଅଘଟଣ; 5 ଗୁରୁତର
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ । Sms 1 ରେ ଘଟିଛି ବିସ୍ପୋରଣ । ସକାଳ ୯ ସମୟରେ sms 1 ରେ ସେଡ଼ରେ ନିଆଁ ପିଣ୍ଡୁଳା ସଫେଇ ସମୟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣର
ଭରତପୁର ଥାନା ଘଟଣା
ଭରତପୁର ଥାନା ଘଟଣା:ଗୁଜୁରାଟରେ  ୫ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ
ଅର୍ଗସ ବ୍ୟୁରୋ:ଭରତପୁର ଥାନା ଘଟଣାକୁ ନେଇ ଏବେବି ଜାରି ରହିଛି ସସ୍ସପେନ୍ସ,ସତ ପାଇଁ ଚାଲିଛି ମହାନାଟକ,କେବେ ଧରାପଡିବ ସତ,ସାଧାରଣରେ ଉଠିଛି ପ୍ରଶ୍ନ। ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର
ବିଦ୍ୟାଳୟରେ ତାଲା
ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର, ବିଦ୍ୟାଳୟରେ ପଡିଲା ତାଲା
ମାଲକାନଗିରି: ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର । ବିଦ୍ୟାଳୟରେ ପଡିଲା ତାଲା । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପଢିଲେ ପାଠ । ନାମକୁ ମାତ୍ର ପ୍ରଧାନଶିକ୍ଷକ । ଦିନେ ହେଲେ ମଧ୍