ଅଭିଯୋଗ ପ୍ରକୋଷ୍ଠରେ ଗହଳି, ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ
by Argus News
Mon, Jul 15 | 10:50 a.m.

ଅଗସ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟିବେ ସମସ୍ୟl ଅବଗତ କରାଇବେ l ଆଉ ମୁଖ୍ୟମନ୍ତ୍ରୀ ଗୁହାରି ଶୁଣିବେ l  ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ସ୍ଥାନରୁ ସହ ସହ ଅଭିଯୋଗକରି ଆସିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ l ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସକଳୁ ସକଳୁ ଲାଗିଛି ଗହଳି l ବିଭିନ୍ନ ବର୍ଗର ଲୋକ ବିଭିନ୍ନ ଅଭିଯୋଗ ନେଇ ଆସିଛନ୍ତି l ସକାଳ 8ଟାରୁ ପଞ୍ଜିକରଣ ଆରମ୍ଭ ହେଇଥିବା ଵେଳେ, 11ଟା ବେଳକୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କରିବେ ।

ଅଧିକ ପଢନ୍ତୁ : ଆଜିଠୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଲୋକମାନେ ଅଭିଯୋଗ ଶୁଣାଣି ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜ ନିଜର ପଞ୍ଜୀକରଣ କରି ଅଭିଯୋଗ ଗୁଡିକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ପାରିବେ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି। ପ୍ରତି ସୋମବାର ଦିନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ। ଭିନ୍ନକ୍ଷମ, ବୃଦ୍ଧଙ୍କ ପାଇଁ ସ୍ବତନ୍ତ୍ର ପଞ୍ଜିକରଣ ବ୍ୟବସ୍ଥା ହୋଇଛି। ବର୍ଷା ପାଇଁ ଟେଣ୍ଟ କରାଯାଇଛି। ପ୍ରଥମେ ପଞ୍ଜିକରଣ ହେବା ପରେ ପ୍ରତୀକ୍ଷା କକ୍ଷରେ ରହିବେ ସାଧାରଣ ଅଭିଯୋଗକାରୀ। ତାପରେ କ୍ରମାଙ୍କ ଅନୁଯାୟୀ ଜଣେ ଜଣେ କରି ଅଭିଯୋଗର ଶୁଣାଣି କରାଯିବ। ମୁଖ୍ୟମନ୍ତ୍ରୀ ନିଜେ ଶୁଣାଣି କରିବେ। 
 

କ୍ୟାଲସିୟମ
8m ago
କ୍ୟାଲସିୟମ ଅଭାବକୁ ଦୂର କରିବ ଏହିସବୁ ଜିନିଷ
ଅର୍ଗସ ବ୍ୟୁରୋ: ଆମ ହାଡ ଏବଂ ଗଣ୍ଠିକୁ ଦୃଢ ଏବଂ ସୁସ୍ଥ ରଖିବା ପାଇଁ କ୍ୟାଲସିୟମର ଆବଶ୍ୟକତା ଥାଏ । ଏହାର ଅଭାବ ହେତୁ ଶରୀରରେ କେଉଁ ସମସ୍ୟା ଘଟେ ଏବଂ ଏହାର ଅଭାବକୁ ଦୂର କରିବା ପାଇ
‘ଲାପତା ଲେଡିଜ୍’
21m ago
‘ଲାପତା ଲେଡିଜ୍’ ଓସ୍କାର ପାଇଁ ଭାରତର ଅଫିସିଆଲ ଏଣ୍ଟ୍ରି
ଅର୍ଗସ ବ୍ୟୁରୋ: କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ 'ଲାପତା ଲେଡିଜ୍' ବକ୍ସ ଅଫିସରେ ଚହଳ ସୃଷ୍ଟି କରିଥିଲା। ସମୀକ୍ଷକମାନେ ବି ଏହାକୁ ପ୍ରସଂଶା କରିଥିଲେ। ଏବେ ଆଉ ଏ
ରାଇରଙ୍ଗପୁର
25m ago
ରାଇରଙ୍ଗପୁର ବନ ବିଭାଗ ଉଦ୍ଧାର କଲା ରଣା ସାପ
ଅର୍ଗସ ବ୍ୟୁରୋ: ରାଇରଙ୍ଗପୁର ବନ ବିଭାଗ ଦ୍ୱାରା ରଣା ସାପ ଉଦ୍ଧାର ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନାଞ୍ଚଳ ଅଧୀନରେ ଥିବା ଚମ୍ପାବୁଦା ବିଲ ଭିତରେ ମହିଳା ମାନେ ଘାସ ବାଛୁଥିବା ସମୟର