ପୁଅ ବାହାଘର ଦିନ ଚାଲିଗଲା ବାପାର ଜୀବନ
by Argus News
Thu, Jul 11 | 12:09 p.m.

କଟକ : ବାଣ ଫୁଟୁଥିଲା । ବାଜା ବାଜୁଥିଲା , ରୋଷଣୀ ଚାଲୁଥିଲା । ଆଉ ମାତ୍ର କିଛିଟା ସମୟ ପରେ ଏକାଠି ହୋଇଥାନ୍ତେ ଦୁଇଟି ପରିବାର । ଗଢି ଉଠିଥାନ୍ତା ଆଉ ଏକ ସମ୍ପର୍କ । ହେଲେ ମାତ୍ର କିଛି କ୍ଷଣରେ ସବୁକିଛି ଓଲଟପାଲଟ ହୋଇଗଲା । କାନ୍ଦ ବୋବାଳିରେ ଫାଟିପଡିଲା ପୁରା ଅଞ୍ଚଳ । ଶୁଭଦିନଟା ଅଶୁଭ ପାଲଟିଗଲା ....
ଭୋ ଭୋ ହୋଇ କାନ୍ଦୁଛନ୍ତି ପୁରା ପରିବାର । କାରଣ ଏମିତି ସମୟରେ ଏପରି ଅଘଟଣ ଯେ ଘଟିଯିବ କେହି ଭାବିନଥିଲେ । ପୁଅର ବାହାଘର ପାଇଁ ସରିଥିଲା ସବୁ ପ୍ରସ୍ତୁତି । ବରଯାତ୍ରୀ ସହ ପ୍ରସେସନ ଧରି ସମସ୍ତେ ବାହାରିଥିଲେ କନିଆଁ ଘରକୁ । ଆଉ କିଛି ସମୟରେ ପହଞ୍ଚିଥିଲେ ଏକ ନୂଆ ସମ୍ପର୍କର ଆରମ୍ଭ ହୋଇଥାନ୍ତେ । ହେଲେ କିଏ ଜାଣିଥିଲା ଗାଡିଟା କାଳ ସାଜିବ ବୋଲି । ଚାହୁଁଚାହୁଁ ପ୍ରସେସନରେ ଥିବା ବରଯାତ୍ରୀ ବସ ଭାରସାମ୍ୟ ହରାଇ ଚଢିଗଲା ବରର ବାପା ଉପରେ । ସାଙ୍ଗେସାଙ୍ଗେ ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ ପରିବାର ଲୋକେ । ହେଲେ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । 

ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଲକର ଚତୁରାପଦା ଗାଁରେ । ମୃତକ ଜଣକ ହେଉଛନ୍ତି ବିମ୍ବାଧର ନାୟକ । ବାପାଙ୍କ ମୃତ୍ୟୁକୁ ସହଜରେ ବିଶ୍ବାସ କରିପାରୁନାହାନ୍ତି ପୁଅ ବବୁଲ । କାନ୍ଦି କାନ୍ଦି ଭୂଇଁରେ ଲୋଟି ପଡୁଛନ୍ତି ପୁରା ପରିବାର । କିଏ ଜାଣିଥିଲା , ଏତେ ବଡ ଅଘଟଣ ହୋଇଯିବ ବୋଲି । ଏବେ ଶୋକରେ ପୁରା ପରିବାର ପୁରା ଅଞ୍ଚଳ ।  
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା