ବୃଦ୍ଧାଶ୍ରମରେ ବାପା,ଅତୁଟ ରହିଛି ପରିବାରର ସେହ୍ନ
by Argus News
Thu, Oct 03 | 2:19 p.m.

ଅର୍ଗସ ବ୍ୟୁରୋ: ତାଙ୍କ ପାଇଁ ସବୁ କଲେ,ନିଜ ଜୀବନର ସବୁ ମୂଲ୍ୟବାନ ସମୟ ଅଜାଡି ଦେଲେ,ଲୁହପିଇ ଗଲେ,ହେଲେ ପରିବାରକୁ ଖୁସି ଦେଲେ,ବଳବୟସ ଥିଲାବେଳେ କେତେ କଣ ପିଲାଙ୍କ ପାଇଁ ଆଣି ଦେଉଥିଲେ,ପିଲାଙ୍କ ଖୁସିରେ ଖୁସି ହେଉଥିଲେ,ହେଲେ ପରିଣତ ବୟସରେ ହାତଛାଡିଦେଲେ ନିଜ ଲୋକ।ନିଜେ ସିନା ଲୁହ ପିଇ ଗଲେ ହେଲେ ସନ୍ତାନ ପାଇଁ ଆଜିବି ଶୁଭମନାସନ୍ତି ସେ। ଆଉ ବେସାହାରା ମାନଙ୍କର ଠିକଣା ପାଲଟିଛି ବାଲେଶ୍ବର ଅମୃତଧାରା ବୃଦ୍ଧାଶ୍ରମ। ଜୀବନର ଦୁଃଖ କଷ୍ଟକୁ ଭୁଲିବାକୁ ଚେଷ୍ଟା କରି ନିଜକୁ ସାମିଲ କରିଦିଅନ୍ତି ନାଚ,ଗୀତ, ଆଉ ଖେଳରେ,ସତରେ ଜୀବନ ଟା ବି ଏମିତି।ଏଇ ଦେଖୁନାହାନ୍ତି ଚାଲିଛି କ୍ୟାରମ୍ ମାଡକୁ ତାସ ଖେଳ । ଏହାରି ଭିତରେ କିଏ ଗୀତ ଗାଉଛି, ତ ଆଉ କିଏ ନାଚରେ ମସଗୁଲ୍ । ଏ ଦୃଶ୍ୟକୁ ଦେଖିଲେ ଆପଣଙ୍କୁ ହିନ୍ଦୀ ଚଳଚିତ୍ର ମୁନ୍ନାଭାଇ ଏମବିବିଏସର  କ୍ୟାରମ୍‌ ବୋର୍ଡ଼ ସିନ୍‌ ମନେ ପଡି ଯାଉଥିବ । ଥର ଥର ହାତରେ ଚାଲିଛି କ୍ୟାରମ୍‌ ବୋର୍ଡ଼ରେ ଷ୍ଟ୍ରାଇକର ମାଡ଼ । ଗୋଟିଏ ପରେ ଗୋଟିଏ ଗୁଟି ଜିତିବାର ଖୁସି ସ୍ପଷ୍ଟ ବାରି ହୋଇପଡ଼ୁଛି ସୁରେନ୍ଦ୍ର ତରେଇଙ୍କ ମୁହଁରୁ । ସୁରେନ୍ଦ୍ର ପ୍ରତିରକ୍ଷା ବିଭାଗର ଚାନ୍ଦିପୁର ସ୍ଥିତ ପିଏକ୍ସଇରେ ଚାକିରି କରିଥିଲେ । ୨୦୦୬ ମସିହାରେ ଅବସର ନେଲେ । ଦୁଇ ପୁଅ ଓ ଦୁଇ ଝିଅଙ୍କ ସହିତ ତାଙ୍କ ପରିବାର । ଚାକିରିରୁ ମିଳିଥିବା ଟଙ୍କାରେ ଦୁଇ ମହଲା କୋଠା କରିଦେଲେ । ଦୁଇ ଝିଅଙ୍କୁ ବାହା ମଧ୍ୟ କରିଦେଲେ । ହେଲେ ପତ୍ନୀଙ୍କ ଦେହାନ୍ତ ପରେ ସମସ୍ତଙ୍କ ପାଇଁ ପର ହୋଇଗଲେ ସୁରେନ୍ଦ୍ର । ଏବେ ତାଙ୍କର ଏକମାତ୍ର ଭରସା ବୃଦ୍ଧାଶ୍ରମ ।ସେହିପରି ଆଉ ଜଣେ ବୃଦ୍ଧ ହେଉଛନ୍ତି ବାଲେଶ୍ବର ଜିଲ୍ଲାର ପଞ୍ଚାନନ ପଣ୍ଡା। ବୟସ ୭୦ ବର୍ଷ। ରିକ୍ସା ଚଳାଇ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ଦୁର୍ଘଟଣାରେ ଗୋଡ଼ ଅକାମୀ ହୋଇଯିବାରୁ ହାତ ଛାଡ଼ି ଦେଲା ପରିବାର। ସେଇଥିପାଇତ କୁହାଯାଏ ଜୀବନଟା ଅଙ୍କାବଙ୍କା ନଇଁ କେବେ କୁଆଡେ ବହିଯାଏ,କେହି ପାରନ୍ତି ନି କହି।

ଏବେ ଚାନ୍ଦମାରୀ ପଡ଼ିଆରେ ଥିବା ଅମୃତଧାରା ବୃଦ୍ଧାଶ୍ରମରେ ୨୦ ଜଣ ଅନ୍ତେବାସୀ ରହୁଛନ୍ତି । ବୃଦ୍ଧାଶ୍ରମରେ ସକାଳୁ ଉଠିଲେଅନ୍ତେବାସୀମାନେ ଜଳଖିଆ ସାରି ପ୍ରାର୍ଥନା କରିଥାନ୍ତି,ଆଉ ତାପରେ କିଏ ତାସପାଲିରେ ମଜ୍ଜି ଯାଆନ୍ତି, ତ’ ପୁଣି କିଏ ଲୁଡ଼ୁ ଖେଳରେ । କ୍ୟାରମ୍‌ ଷ୍ଟ୍ରାଇକର୍‌ ମାଡ଼ରେ କମ୍ପି ଉଠେ ବୃଦ୍ଧାଶ୍ରମର ପରିବେଶ । ଗୀତ ଶୁଣିବା, ଗୀତରେ ନାଚିବା ଓ ସମସ୍ତଙ୍କୁ ନଚେଇବା ଭଳି ପରିବେଶ ସୃଷ୍ଟି କରିଦିଅନ୍ତି ଯତ୍ନ ଦେବାକୁ ଥିବା ସହଯୋଗୀମାନେ । ଆଉ ପାଖରେ ପାଇଥିବା ଅନ୍ତେବାସୀ ମାନଙ୍କ ଭିତରେ ସମସ୍ତେ ଦେଖନ୍ତି ନିଜ ପରିବାରକୁ । ଭୁଲିବାକୁ ଚେଷ୍ଚା କରନ୍ତି ଅକୁହା ଦୁଃଖକୁ। ଆଉ ସେଇଥିରେ କୁଆଡେ  ମନକୁ ମିଳେ ଶାନ୍ତି। ମାତ୍ର ଜୀବନଟା ବି ଏମିତି,କେବେ ହସ,କେବେ କୋହ।
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା