ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ 
by Argus News
Fri, Apr 19 | 7:51 p.m.

ନୂଆଦିଲ୍ଲୀ: ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ସମଗ୍ର ଦେଶରେ 102 ଆସନରେ 60 ପ୍ରତିଶତ ମତଦାନ ହୋଇଛି । ମତଦାନ ହୋଇଥିବା ରାଜ୍ୟ ଗୁଡିକରେ ପ୍ରଧାନମନ୍ତ୍ରୀ ମୋଦି ଧୂଆଁଧାର ପ୍ରଚାର କରିଥିଲେ । ଅବକି ବାର 400 ପାରର ନାରା ଦେଇଥିଲା ବିଜେପି ।  ଇଣ୍ଜି ମେଂଟର ସତ୍ତା ପରିବର୍ତ୍ତନର ନାରା । ଏହାରି ଭିତରେ ସି ଭୋଟର ସର୍ଭେ ରେ ମଧ୍ୟ ଆଗୁଆ ରହିଥିଲା ବିଜେପି । ଏପରିକି ପଶ୍ଚିମବଙ୍ଗରେ ଦଳ ଏକ ନମ୍ବର ହେବ ବୋଲି ଆକଳନ କରିଥିଲେ ପ୍ରଶାନ୍ତ କିଶୋର ।  ଦେଶର ଗଣତନ୍ତ୍ରର ମହାପର୍ବର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । 17 ରାଜ୍ୟ ଓ 4 କେନ୍ଦ୍ରଶାସିତ ଅଂଚଳରେ 102 ଆସନରେ ଭୋଟ । ଏଥର ନିର୍ବାଚନରେ ବିଜେପିର 400 ପାରର ନାରା । ଅନ୍ୟପଟେ ଇଣ୍ଡି ମେଂଟର ସତ୍ତା ପରିବର୍ତ୍ତନର ନାରା । ପଡୋଶୀ ଛତିଶଗଡ଼ର ମାଓ ଅଧ୍ୟୁଷିତ ଅଂଚଳରେ ହେଲା ମତଦାନ ।  

 ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ରାଜ୍ୟ ଗୁଡିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧୂଆଁଧାର ପ୍ରଚାର କରିଥିଲେ । କେରଳ, କର୍ଣ୍ଣାଟକ, ରାଜସ୍ଥାନ , ଆସାମ, ଛଥିଶଗଡ, ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରେ ଜୋରସୋରରେ ହୋଇଥିଲା ପ୍ରଚାର । କେନ୍ଦ୍ର ସରକାରଙ୍କ ବିକାଶ ମୂଳକ କାମ କିପରି ଲୋକଙ୍କ ପାଖରେ ପହଂଚିଛି ସେ କଥା କହିଥିଲେ ମୋଦି । ଏସବୁ ରାଜ୍ୟରେ ବିଜେପି ଆଗୁଆ ରହିବ ବୋଲି ସି ଭୋଟର ସର୍ଭେର ଆକଳନ ହୋଇଥିଲା । ଏପରିକି ପଶ୍ଚିମବଙ୍ଗରେ ଦଳ 1 ନମ୍ବର ସ୍ଥାନରେ ରହିବ ବୋଲି ହୋଇଥିଲା ଆକଳନ । ପ୍ରଶାନ୍ତ କିଶୋରଙ୍କ ଆକଳନ ମଧ୍ୟ ବିଜେପି ସପକ୍ଷରେ ଥିଲା ।   ତାମିଲନାଡୁର ସମସ୍ତ 39 ସିଟ, ରାଜସ୍ଥାନର 12, ଉତ୍ତର ପ୍ରଦେଶର 8, ମଧ୍ୟପ୍ରଦେଶର 6, ଆସାମ , ମହାରାଷ୍ଟ୍ର, ଉତ୍ତରାଖଣ୍ଡର 5ଟି ଲେଖାଏଁ ସିଟରେ ଭୋଟ ହୋଇଥିଲା । ସେହିପରି ପୁଜୁଚେରୀ, ଲାକ୍ଷାଦୀପ, ଜାମ୍ମୁ କାଶ୍ମୀର , ଆଣ୍ଡାମାନ ଓ ନିକୋବର ଦ୍ବିପପୁଞ୍ଜର  ଗୋଟିଏ ଲେଖାଏଁ ସିଟରେ ମତଦାନ କରିଥିଲେ ଜନତା ।  ଛତିଶଗଡ଼ର ୧୧ଟି ଆସନ ମଧ୍ୟରୁ ୧ ଟି ଆସନ ପାଇଁ ନିର୍ବାଚନ ଶେଷ ହୋଇଛି ।   
ଅଧିକ ପଢନ୍ତୁ ଭାରତ ଖବର 

ନୋଟ୍ ବଣ୍ଟା
4m ago
ହାରିବା ଭୟରେ ବିଜେଡିର ଟଙ୍କା ବଣ୍ଟା ଅଭିଯାନ
ସମ୍ବଲପୁର: ଅର୍ଗସ ହାତରେ ଲାଗିଲା ପୁଣି ଏକ ଏକ୍ସକ୍ଲୁସିଭ୍ ଭିଯୁଆଲ । 500 ଟଙ୍କିଆ ନୋଟ୍ ବଣ୍ଟା ହେବା ବେଳେ ଛିଡୁ ନାହିଁ ଭାଗ । କିଏ କେତେ ନେବ ତାକୁ ନେଇ ଚାଲିଥିଲା ଯୁକ୍ତି
'ସନ୍ଥକବି'
11m ago
ପାଣ୍ଡିଆନ କହିଲେ 'ସନ୍ଥକବି' ଗଙ୍ଗାଧର ମେହେର
ସମ୍ବଲପୁର: ସଭାରେ ବିଳିବିଳେଇଲେ ପାଣ୍ଡିଆନ । ସମ୍ବଲପୁର ସଭାରେ ସମ୍ବୋଧନ କରୁଥିବା ସମୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ କହିଲେ 'ସନ୍ଥ କବି' । ଭୀମଭୋଇଙ୍କ ନାମ ପୂର୍ବରୁ କେବ
MODI
19m ago
ସରକାର ଆସିବ ଗରିବଙ୍କ ଟଙ୍କା ଫେରିବ :ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଇଡି ଦ୍ୱାରା ଜବତ ହୋଇଥିବା ସମସ୍ତ ଟଙ୍କାକୁ ଆମ ସରକାର ଆସିଲେ ଗରିବ ଲୋକଙ୍କୁ ସବୁ ଟଙ୍କା ଫେରସ୍ତ କରାଯିବ ବୋଲ଼ି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଆହୁରି ମଧ୍ୟ କହିଛନ୍ତ