ଋଷି ସୁନକ ଓ ତାଙ୍କ ପତ୍ନୀଙ୍କୁ ଭେଟିଲେ ଏସ୍‌. ଜୟଶଙ୍କର  
by Argus News
Mon, Nov 13 | 8:06 a.m.

ନୂଆଦିଲ୍ଲୀ:  ଲଣ୍ଡନର ଟେନ୍‌ ଡାଉନିଂ ଷ୍ଟ୍ରିଟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀଙ୍କୁ ଭେଟିଲେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ଦୀପାବଳୀ ଅବସରରେ ନିଜ ପତ୍ନୀଙ୍କ ସହ ସୁନକ ଦଦମ୍ପତିଙ୍କୁ ଭେଟି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ।

ଏହାସହ ଉପହାରରେ ଗଣେଶଙ୍କ ପ୍ରତିମୂର୍ତ୍ତି ଓ ବିରାଟ କୋହଲିଙ୍କ ସିଗନେଚର ହୋଇଥିବା ଏକ କ୍ରିକେଟ୍‌ ବ୍ୟାଟ୍‌  ଋଷି ସୁନକଙ୍କୁ ପ୍ରଦାନ କରିଛନ୍ତି ଜୟଶଙ୍କର । ଏନେଇ ସେ ଟ୍ବିଟ୍‌ କରି ମଧ୍ୟ ଜଣାଇଛନ୍ତି । ଆତିଥ୍ୟ ପାଇଁ ସୁନାକ ଦମ୍ପତିଙ୍କୁ ଧନ୍ୟବାଦ ଜଣାଇବା ସହ ଉଭୟ ଦେଶର ସମ୍ପର୍କ ସଜାଡିବାରେ ଭାରତ ଏବଂ ବ୍ରିଟେନ ସକ୍ରିୟ ଭାବରେ ଜଡିତ ଥିବା ସେ କହିଛନ୍ତି । ଏହି ଭେଟ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ଋଷି ସୁନକ । 

ଅଧିକ ପଢନ୍ତୁ ଭାରତ ଖବର 

ଆଜି ଚାଷୀଙ୍କୁ
9m ago
ଆଜି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ସହାୟତା
ଅର୍ଗସ ବ୍ୟୁରୋ: ନୂଆଁଖାଇ ଉପଲକ୍ଷେ ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଚାଷୀଙ୍କୁ ସିଏମ୍ କିଷାନ ସହାୟତା ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଏମ୍ କିଷାନ ସହାୟତା ଅନ୍ତର୍ଗତ ଉପକୃତ ହେବ
ଗଣପର୍ବ ନୂଆଁଖାଇକୁ
33m ago
ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା
ଅର୍ଗସ ବ୍ୟୁରୋ: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା । ଘର ଲିପା ପୋଛା ସହ ସାଜସଜ୍ଜା । କୃଷି ଭିତ୍ତିକ ଗଣପର୍ବକୁ ପାଳନ କରିବାକୁ ପ୍ରତି ଘରେ, ପ୍ରତି ପରିବାରର