ପ୍ରଧାନମନ୍ତ୍ରୀ କୃଷକ ଯୋଜନାର ୧୭ତମ କିସ୍ତି ପାଇଁ ତାରିଖ ଘୋଷଣା କଲେ ସରକାର
by Argus News
Thu, Jun 13 | 3:28 p.m.

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ କୃଷକ ଯୋଜନାର ଲାଭାର୍ଥୀଙ୍କ ଲାଗି ଆସିଲା ବଡ ଖୁସି ଖବର । ଦେଶର କୋଟି କୋଟି କୃଷକଙ୍କ ଖାତାରେ ଆଗାମୀ ସପ୍ତାହରେ ୧୭ ତମ କିସ୍ତି ପ୍ରଦାନ କରାଯିବ ଅର୍ଥାତ୍ ସରକାର ପିଏମ୍ କିଷାନ କିସ୍ତି ଜାରି କରିବାର ତାରିଖ ଫାଇନାଲ କରି ଦେଇଛନ୍ତି । ମୋଦୀ ଆଗାମୀ ସପ୍ତାହ ଜୁନ୍ ୧୮ରେ ବାରଣାସୀରୁ ପ୍ରଧାନମନ୍ତ୍ରୀ କୃଷକ ଯୋଜନାର ୧୭ତମ କିସ୍ତି ପ୍ରଦାନ କରିବେ । ଏହା ଜରିଆରେ ୯.୩ କୋଟି କୃଷକଙ୍କୁ ପ୍ରାୟ ୨୦,୦୦୦କୋଟି ଟଙ୍କା ପ୍ରଦାନ କରାଯିବ ।

ଏଠାରେ ସୂଚାଇ ଦିଆଯାଇପାରେ କି ପ୍ରଧାନମନ୍ତ୍ରୀ କୃଷକ ଯୋଜନା ବିଶ୍ୱର ସବୁଠାରୁ ବଡ ଡିବିଟି ଯୋଜନା । ଏହି ଯୋଜନା ଜରିଆରେ କୃଷକଙ୍କୁ ବାର୍ଷିକ ୬,୦୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ଏହି ୬,୦୦୦ଟଙ୍କା କୃଷକ ନିଜର ଚାଷ ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟ ଯେପରିକି ସାର, ବିହନ, କୀଟନାଶକ ଆଦି କିଣିବାରେ ଉପଯୋଗ କରିଥାଏ ।

ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ ପ୍ରଥମେ ଯେଉଁ ଫାଇଲ୍‌ରେ ଦସ୍ତଖତ କରିଥିଲେ ତାହା ପିଏମ୍ କିଷାନ ନିଧିର ୧୭ତମ କିସ୍ତି ପ୍ରଦାନ ସମ୍ବନ୍ଧିତ ଥିଲା। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ଘନ କୁହୁଡ଼ି
9m ago
ଘନ କୁହୁଡ଼ି ଘେରରେ ନୀଳଗିରି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେ
ଜାଆଁଳା ପିଲା ..
25m ago
ଏହି ଗାଁ ରେ ଖାଲି ଜାଆଁଳା ପିଲା ..
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବ
ଦୋଷା
34m ago
ଦିଓ୍ୱାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତ