ସରକାରୀ ରାଜସ୍ଵ ଗାଁ ଘୁନଘୁଟପାଲି ମଣିଷଶୂନ୍ୟ 
by Argus News
Sat, Nov 18 | 4:01 p.m.

ଝାରସୁଗୁଡା :  ଚାଳ ଅଛି, କାନ୍ଥ ଅଛି ...ନଇରେ ନା ଅଛି । ହେଲେ ଲୋକ ନାହାନ୍ତି । ଇଏ ଆଜି କି କାଲିର ଦୃଶ୍ୟ ନୁହେଁ ବରଂ 20 ବର୍ଷ ହେଲାଣି ଏମିତି ଚିତ୍ର ଦେଖିବାକୁ ମିଳୁଛି । ହେଲେ ଏ ସବୁ ଦୃଶ୍ୟ ଦେଖିବା ପରେ ଯିଏ ନାହିଁ ସିଏ ଜାଣିପାରୁଥିବେ ଏଇଠି ନିଶ୍ଚୟ ଦିନେ ଜନବସତି ଥିଲା । ହଁ...ଠିକ୍ ଅନୁମାନ କରିପାରୁଛନ୍ତି ଆପଣ । ଥିଲା ହେଲେ ଏବେ କିଛି ନାହିଁ । ଏହା କେବଳ ସମ୍ଭବ ହୋଇପାରିଛି ଏ ଅପାରଗ ନବୀନ ସରକାର ଲାଗି । ନାହିରେ ତେଲ ମାରି ଶୋଇଛନ୍ତି ମୁଖ୍ୟମନ୍ତ୍ରୀ, ଆଉ ଗାଁ ଛାଡି ଚାଲିଯାଉଛନ୍ତି ଲୋକେ ।
ଶହଶହ ଲୋକେ ନିଜ  ଭିଟାମାଟି  ଛାଡି ଦାଦନ ଖଟିବାକୁ ଯାଉଥିବା ନିଶ୍ଚୟ ଶୁଣିଥିବେ। ହେଲେ ଏବେ ଗାଁଟା ଯାକର ଲୋକ ଗାଁ ଛାଡିଦେଲେଣି । ଘର ନଥିଲା କି ରାସ୍ତା ନଥିଲା ।  ମୌଳିକ ସୁବିଧାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ଥିଲେ । ମୌଳିକ ଅଧିକାର ଲାଗି ଲଢେଇ କଲେ, ହେଲେ କିଛି ମିଳିଲାନାହିଁ । ସେଇଥି ଲାଗି ତ ଗାଁ ଛାଡିବାକୁ ବାଧ୍ୟ ହେଲେ । ଜାଣିଆଶ୍ଚର୍ଯ୍ୟ ହେବେ ଇଏ ଗାଁ ହେଉଛି ସରକାରୀ ରାଜସ୍ଵ ଗାଁ । ହେଲେ ବିକାଶ ଏମାନଙ୍କ ଲାଗି ସାତସପନ ହୋଇଛି । ଯାହା ଲାଗି ସେମାନେ ଆଖିର ଲୁହକୁ ଓଠରେ ପିଇ ଗାଁ ଛାଡି ପଳାଇଗଲେ । 

ଆଉ ଏବେ ଏଇଠିକୁ ଯିଏ ଆସୁଛି ସିଏ ଶ୍ମଶାନର ଅନୁଭବ କରୁଛି । ହେଲେ 23 ବର୍ଷର ସ୍ଥିର ସରକାରକୁ ଟିକେ ଲାଜ ନାହିଁ ଆମେ ରାଜସ୍ଵ ବଳକା ରାଜ୍ୟ ବୋଲି ଦର୍ଶାଉଛି । ଏ ବଳକା ରାଜସ୍ଵ ଆମର ହେବ କଣ ? ଲୋକଙ୍କର ଯଦି ବିକାଶ ନହେଉଛି ଯୋଜନା ଥାଇ ଲାଭ କଣ ?

() ଏ ହେଉଛି ଘୁନଘୁଟପାଲି ଗାଁ । ଗାଁରେ ଜଣେ ହେଲେବି ମଣିଷ ନାହାନ୍ତି । ହୀରାକୁଦ ୟାଙ୍କ ଲାଗି କାଳ ହେଲା, ସବୁ ସ୍ଵପ୍ନକୁ ଧୂଳିସାତ କଲା । ବଡ଼ ଦୁଃଖର କଥା ନା ଏମାନଙ୍କୁ ସରକାରୀ ସାହାଯ୍ୟ ମିଳିଲା ନା କେଉଁ ନେତା ଏମାନଙ୍କ କଥା ବୁଝିଲେ ?  20 ବର୍ଷ ପରେ ଗାଁକୁ ଯେବେ ଲୋକ ଯାଆନ୍ତି କେବଳ ଝିଙ୍କାରୀର ଝିଁ ଝିଁ ଶବ୍ଦ ଶୁଣିବା ଛଡା ଆଉ କିଛି ଦେଖିବାକୁ ମିଳେ ନାହିଁ ।
ସରକାରୀ ନିୟମ ଅନୁସାରେ ଯଦି ବିସ୍ଥାପିତ ହେଲେ ଲୋକେ ତେବେ କ୍ଷତିପୂରଣ ମିଳିବ । ହେଲେ ଏ ଗାଁ ଲୋକଙ୍କ ଦୋଷ କଣ ? କାହିଁକି ସେମାନେ ଅବହେଳିତ ରହିବେ ? କେବେ ତାଙ୍କୁ ମିଳିବ କ୍ଷତିପୂରଣ ? ତାହା ତ ସମୟ କହିବ । ହେଲେ ଏ ଅପାରଗ ସରକାରଙ୍କୁ ଏଥିଲାଗି ନିଶ୍ଚୟ ଦାୟୀ କରୁଥିବେ ଏଠିକାର ଲୋକେ ।
ଅଧିକ ଦେଖନ୍ତୁ: 

ମୁମ୍ବାଇରୁ ଲଣ୍ଡନ
5m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
7m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
10m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍