ବାତ୍ୟା ମୁକାବିଲା ଲାଗି ସରକାରଙ୍କ ବଡ ପ୍ରସ୍ତୁତି
by Argus News
Mon, Oct 21 | 8:03 p.m.

ଅର୍ଗସ ବ୍ୟୁରୋ: ବାତ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜସ୍ବ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ସ୍ବତନ୍ତ୍ର ରିଲିଫ କମିଶନର ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀ ଓ ଜଗତସିଂହପୁରରେ ସମୁଦ୍ର ମଝିରେ ଥିବା 11 ଟି ମାଛଧରା ଡଙ୍ଗାକୁ ନେଇ ଚିନ୍ତା ପ୍ରକଟ କରିବା ସହ ତୁରନ୍ତି କୂଳକୁ ଫେରାଇ ଆଣିବା ଲାଗି ପ୍ରଶାସନ କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଲୋକଙ୍କୁ ଭୟବିତ ନ ହେବା ପାଇଁ ଅପିଲ କରିବା ସହ ମିଳିମିଶି ଏହି ବପତ୍ତିର ସାମ୍ନା କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । 

ସେପଟେ ବାତ୍ୟା ପ୍ରସ୍ତୁତି ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ରକ୍ଷା କବଚ ସାଜି ଲୋକଙ୍କୁ ରକ୍ଷା କରିବା ଲାଗି ସରକାର ପ୍ରସ୍ତୁତ । ଏନଡ଼ିଆରଫ, ଓଡ୍ରାଫ  ଓ ଅଗ୍ନିଶମ ଟିମ କୁ ପ୍ରସ୍ତୁତ କରି ରଖା ଯାଇଛି । ବାତ୍ୟା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ  । 

ଶକ୍ତି ଓ କୃଷି ବିଭାଗର ସମୀକ୍ଷ ପରେ ଅର୍ଗସ ନିଉଜକୁ  ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି. ଉଭୟ କୃଷି ଏବଂ ଶକ୍ତି ବିଭାଗ ପ୍ରସ୍ତୁତ ଅଛି. ଅଧିକାରୀ ମାନଙ୍କୁ ଛୁଟି ବାତିଲ ହୋଇଛି. କ୍ଵିକ ରେସପନ୍ସ ଟିମକୁ ଆକ୍ଟିଭ କରାଯାଇଛି. ଶକ୍ତି ବିଭାଗ 33 ହଜାର କର୍ମଚାରୀ ଫିଲଡ଼ ରେ ଅଛନ୍ତି. ବାତ୍ୟା ପରେ ପୁନଃରୁଦ୍ଧାର କାମ ପାଈଁ ପୋଲ୍, ତାର, କଣ୍ଡକ୍ଟର ଏବଂ ଆନୁସାଙ୍ଗିକ ଜିନିଷ ମହଜୁଦ ରଖାଯାଇଛି. ହସ୍ପିଟାଲ, ସରକାରୀ କାର୍ଯ୍ୟାଳୟ, ପାନୀୟ ଜଳ ଯୋଗାଣ କେନ୍ଦ୍ରକୁ ନିରବଛିନ୍ନ ବିଜୁଳି ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି. କୃଷି ବିଭାଗ ପକ୍ଷରୁ ଧାନ ଅମଳ ନେଇ ଚାଷୀ ମାନଙ୍କ ପାଈଁ ମାର୍ଗ ଦର୍ଶିକା ଜାରି ହୋଇଛି.. ଉଭୟ ବିଭାଗ ସଜାଗ ଅଛି ।

ଏ ସବୁ ଭିତରେ ବାତ୍ୟା ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର କ୍ୟାବିନେଟ୍ ସଚିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁକିଛି ସହାୟତା ଯୋଗାଇଦେବାକୁ କହିଛନ୍ତି କ୍ୟାବିନେଟ୍ ସଚିବ ।

 

ବାତ୍ୟାକୁ ନେଇ ରାଜ୍ୟ
ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଘୋଷଣା, ଏହି ୧୪ ଜିଲାରେ ବନ୍ଦ ରହିବ ସ୍କୁଲ
ଅର୍ଗସ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସୋମବାର ସ୍କୁଲ ଛୁଟି ଘୋଷଣା କରିଛନ୍ତି। ୨୩ରୁ ୨୫ ତାରିଖ ଯାଏ ସ୍କୁଲ ବନ୍ଦ ରହିବ। ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପ୍ରଭାବି
ମୁଖ୍ୟମନ୍ତ୍ରୀଙ୍କ
ମୁଖ୍ୟମନ୍ତ୍ରୀଙ୍କ ଢ଼େଙ୍କାନାଳ ଗସ୍ତ
ଅର୍ଗସ ବ୍ୟୁରୋ: ଆଜି ଢ଼େଙ୍କାନାଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ହେଲିକପ୍ଟର ଯୋଗେ ସନ୍ଧ୍ୟା ୫ଟା ସମୟରେ ଢେଙ୍କାନାଳରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ର
ନ୍ୟୁଜିଲାଣ୍ଡଠାରୁ
ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ସ୍ତ୍ରୀଙ୍କ ସହ କୀର୍ତ୍ତନ କଲେ ବିରାଟ କୋହଲି
ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ