୨ ଲକ୍ଷ କୋଟିରୁ ଅଧିକ ଜିଏସଟି ଆଦାୟ
by Argus News
Thu, May 02 | 8:12 a.m.

ଅର୍ଗସ ବ୍ୟୁରୋ:  ଜିଏସଟି ଆଦାୟରେ ରେକର୍ଡ । ଏପ୍ରିଲରେ ୨ ଲକ୍ଷ କୋଟିରୁ ଅଧିକ ଜିଏସଟି ଆଦାୟ ହୋଇଥିବା ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ଗତବର୍ଷ ଏପ୍ରିଲ ମାସ ତୁଳନାରେ ଚଳିତବର୍ଷ ୧୨.୪ ପ୍ରତିଶତ ଅଧିକ ଜିଏସ୍‌ଟି ଆଦାୟ ହୋଇଛି। ସରକାରୀ ରିପୋର୍ଟ ଅନୁସାରେ ପୂର୍ବ ସମସ୍ତ ଏପ୍ରିଲ ମାସଠାରୁ ଚଳିତ ଏପ୍ରିଲ ମାସରେ ସର୍ବାଧିକ ୨ଲକ୍ଷ ୧୦ ହଜାର କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଛି। ରିଫଣ୍ଡ ପରେ ନେଟ୍ ରେଭିନ୍ୟୁ ୧.୯୨ ଲକ୍ଷ କୋଟି ଟଙ୍କା ରହିଛି  । ରେକର୍ଡ ଜିଏସ୍‌ଟି ସଂଗ୍ରହ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଖୁସି ପ୍ରକାଶ କରିଛନ୍ତି।

ଘରୋଇ କାରବାରରେ ୧୩.୪ ପ୍ରତିଶତ ଅଭିବୃଦ୍ଧି ପରେ ଦ୍ରବ୍ୟ ଏବଂ ସେବା ଟିକସ ସଂଗ୍ରହରେ ଏହି ବୃଦ୍ଧି ଦେଖିବାକୁ ମିଳିଛି ଏବଂ ଆମଦାନୀରେ ୮.୩ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୪ ଏପ୍ରିଲରେ ହୋଇଥିବା ମୋଟ ଜିଏସଟି ଆଦାୟ ମଧ୍ୟରୁ ସେଣ୍ଟ୍ରାଲ ଜିଏସଟି ବାବଦରେ ୪୩,୮୪୬ କୋଟି, ଷ୍ଟେଟ୍ ଜିଏସଟି ବାବଦରେ ୫୩,୫୩୮ କୋଟି, ଆଇଜିଏସଟି ୯୯,୬୨୩ କୋଟି ଓ ସେସ୍ ବାବଦରେ ୧୩,୨୬୦ କୋଟି ଟଙ୍କା ସଂଗ୍ରହ କରାଯାଇଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

LOW PRESSURE
10m ago
ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା, ପାଣିପାଗ ବିଭାଗର ସୂଚନା
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲ
IPL-2024
18m ago
ରୋମାଞ୍ଚକର ସ୍ଥିତିରେ IPL-2024, ପ୍ଲେଅଫ୍‌ରେ ଆର୍‌ସିବି
ଅର୍ଗସ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ IPL-2024 । ପ୍ଲେଅଫ୍‌ରେ ଆର୍‌ସିବି । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଛକୁ ହଟାଇ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜ
SAMEER RANJAN DAS
22m ago
ବିଜେଡି ଛାଡ଼ିଲେ ସମୀର ରଞ୍ଜନ ଦାସ
ଅର୍ଗସ ବ୍ୟୁରୋ: ସମୀର ରଞ୍ଜନ ଦାସ ଛାଡ଼ିଲେ ବିଜେଡି। ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସ। ମୁଖ୍ୟମନ୍ତ୍ରୀଙ୍କୁ ପଠାଇଲେ ଇସ୍ତଫା ପତ୍ର। ଟିକେଟ କଟିଥିବାରୁ ଅସନ୍ତୁଷ୍