ପୃଥିବୀର ସବୁଠାରୁ ଉତ୍ତପ୍ତ ସ୍ଥାନ, ଯାହାର ନାମ ହେଲା Death Valley: କାହିଁକି?
by Argus News
Wed, May 15 | 9:50 p.m.

ଅର୍ଗସ ବ୍ୟୁରୋ: ଭାରତ ସମେତ ବିଶ୍ବର ଅନେକ ଦେଶ ଏବେ ଭୀଷଣ ଗରମର ସାମ୍ନା କରୁଛି। ପଶ୍ଚିମ ଆଫ୍ରିକା ସ୍ଥିତ ଦେଶ ଗୁଡ଼ିକରେ ରାତି ତାପମାତ୍ରା ୪୮ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଗଲାଣି। କିନ୍ତୁ ଆପଣ କଣ ଜାଣିଛନ୍ତି ଦୁନିଆଁରେ ଏମିତି କେଉଁ ସ୍ଥାନ ଅଛି ଯେଉଁଠାରେ ଅଧିକ ଗରମ ଅନୁଭୂତ ହୁଏ। ଆଉ ସେଠାରେ କଣ ଲୋକମାନେ ବାସ କରୁଛନ୍ତି। ଚାଲନ୍ତୁ ଜାଣିବା

ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ `ଡେଥ ଭ୍ୟାଲି' ହେଉଛି ପୃଥିବୀର ସବୁଠାରୁ ଉତ୍ତପ୍ତ ସ୍ଥାନ। science.orgର ଏକ ରିପୋର୍ଟ ମୁତାବକ ଏଠାକାର ତାପମାତ୍ରା ପାଖାପାଖି ୫୦ ଡିଗ୍ରୀ ପର୍ଯ୍ୟନ୍ତ ରହିଥାଏ। ୧୯୧୩ ମସିହାରେ ଏହି ସ୍ଥାନର ତାପମାତ୍ରା ୫୬.୭ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଥିଲା। ସେହିପରି ୨୦୧୩ ମସିହାରେ ଏହି ସ୍ଥାନର ତାପମାତ୍ରା ୫୪ ଡିଗ୍ରୀ ପର୍ଯ୍ୟନ୍ତ ରେକର୍ଡ କରାଯାଇଥିଲା।

ଏହାର ନାଁ ହେଲା `ଡେଥ ଭ୍ୟାଲୀ' ମାନେ `ମୃତ୍ୟୁ ଉପତ୍ୟକା'। ଏହି ଉପତ୍ୟକା କେତେ ଗରମ ଚାଲନ୍ତୁ ଜାଣିବା ଏହି ସ୍ଥାନରେ କିପରି ରହୁଛନ୍ତି ଲୋକ ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏଠାରେ ଯିଏ କିଛି ମିନିଟ ରହିବ ତାହେଲେ ନିଶ୍ଚିତ ଆପଣଙ୍କୁ ନିଜ ଶରୀରରେ ପାଣି ଢାଳିବାକୁ ପଡ଼ିବ। ଏତେ ଗରମ ଯେ, ଯୋତାର ସୋଲ୍‌ ମଧ୍ୟ ତରଳିଯାଏ। ସକାଳ ୧୦ଟା ବାଜିବା ମାତ୍ରେ ବାହାରକୁ ବାହାରିବା ମନା। ଏହାବ୍ୟତୀତ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ୧୦୦୦ ବର୍ଷ ପୂର୍ବରୁ ଏହି `ଡେଥ ଭ୍ୟାଲି' ରେ ଆମେରିକାର ତିମ୍ବିଶା ଜନଜାତି ସମ୍ପ୍ରଦାୟର ଲୋକେ ବସବାସ କରୁଥିଲେ। ଏମାନେ ପ୍ରାୟ ୧୦୦୦ବର୍ଷ ହେଲା ଏହିସ୍ଥାନରେ ରହୁଛନ୍ତି। ଏହି `ମୃତ୍ୟୁ ଉପତ୍ୟକା' ସମୁଦ୍ର ପତ୍ତନ ଠାରୁ ୮୬ ମିଟର ନିମ୍ନରେ ଅବସ୍ଥିତ। ଖରା ଦିନରେ ତାପାମାତ୍ରା ଅଧିକ ରହୁଥିବାବେଳେ ଶୀତଦିନେ ୦ ଡିଗ୍ରୀରୁ ବିଯୁକ୍ତ ଡିଗ୍ରୀ ତାପମାତ୍ରା ରହିଥାଏ। 

ନ୍ୟାସନାଲ ପାର୍କ ସର୍ଭିସ ରିପୋର୍ଟ ମୁତାବକ ତିମ୍ବିଶା ଜନଜାତି ସମ୍ପ୍ରଦାୟ ଲୋକ ଜାଣିଥାନ୍ତି ଯେ, ଶୀତଦିନେ ପାଣି ସ୍ରୋତ କେଉଁଠାରେ ମିଳ। ସେମାନେ ଜନଜାତି ସମ୍ପ୍ରଦାୟର ହୋଇଥିବାରୁ ଗଛପତ୍ର ଆଦି ଖାଇଥାଆନ୍ତି। ତେବେ କେଉଁ ସ୍ଥାନରେ ସେମାନଙ୍କର ଖାଦ୍ୟ ସାମଗ୍ରୀ ମିଳେ ସେମାନେ ଜାଣିଥାଆନ୍ତି। ଏହି ମୃତ୍ୟୁ ଉପତ୍ୟକାରେ ଲୋକେ ବସବାସ କରି ଜାଣିସାରିଲେଣି ଯେ, ଜୀବିକା କିପରି ନିର୍ବାହ କରିବେ। 

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି