ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଆଜି ଭାରତୀୟ ଟିମ୍ ଚୟନ କରାଯିବ, ଯୋଗଦେବେ ଜୟ ଶାହ
by Argus News
Tue, Apr 30 | 8:56 a.m.

ଅର୍ଗସ ବ୍ୟୁରୋ:  ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଆଜି ଭାରତୀୟ ଟିମ୍ ଚୟନ କରାଯିବ । ଏଥିପାଇଁ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ଏଥିରେ ଚୟନ କମିଟି ଆବାହକ ଜୟ ଶାହ ଯୋଗଦେବେ । ଆମେରିକାରେ ହେବାକୁ ଥିବା ଟି-ଟ୍ବେଣ୍ଟି ବିଶ୍ବକପ୍ ପାଇଁ ଆଜି ୧୫ଜଣିଆ ଖେଳାଳି ତାଲିକା ଘୋଷଣା ହେବ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୂଡାନ୍ତ ଦଳରେ ସାମିଲ କରାଯିବ କି ନାହିଁ ସେ ନେଇ ଆଲୋଚନା ହେବ । ଦୁର୍ଘଟଣା ପରେ ଆଇପିଏଲ ଖେଳୁଥିବା ରିଷଭ ପନ୍ଥ ୱିକେଟକିପର ଭାବେ ଦଳରେ ସ୍ଥାନ ପାଇବା ଏକ ପ୍ରକାର ନିଶ୍ଚିତ । କିନ୍ତୁ ଦ୍ବିତୀୟ ଓ୍ବିକେଟକିପର ପାଇଁ ସଂଜୁ ସାମସନ ଓ କେ.ଏଲ. ରାହୁଲଙ୍କ ମଧ୍ୟରେ କଡା ଟକ୍କର ହେବ ।

ଅଧିକ ପଢ଼ନ୍ତୁ ଖେଳ ଖବର: 

PM
2m ago
ଶେଷ ହେଲା ପୁରୀ ରୋଡ଼ ସୋ', ଏବେ ଅନୁଗୁଳରେ କରିବେ ସାଧାରଣ ସଭା
ଅର୍ଗସ ବ୍ୟୁରୋ : ସରିଲା ମୋଦିଙ୍କ ବିଶାଳ ରୋଡ଼ ସୋ' । ମରିଚକୋଟରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ' ମେଡିକାଲ ଛକରେ ଶେଷ ହୋଇଛି । ଏହି ରୋଡ଼ ସୋ ରେ ସମଗ୍ର ବଡ଼ଦାଣ୍ଡ ପାଲଟିଥିଲ
DHARMENDRA PRADHAN
16m ago
ବମପରଡ଼ା ସାଧାରଣ ସଭାରେ ଯୋଗ ଦେବେ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେବଗଡ଼ ଜିଲ୍ଲା ଗସ୍ତ । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବମପରଡ଼ାଠାରେ ସାଧାରଣ ସଭାରେ ଯୋଗ ଦେବେ।ଲୋକସଭ
IRAN PRESIDENT
40m ago
ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍