ଇସ୍ରାଏଲ-ହିଜବୁଲ୍ଲା ସଂଘର୍ଷ, 10 ଦିନର ସଂଘର୍ଷ ମଧ୍ୟରେ ଇସ୍ରାଏଲ କରିଛି ସବୁଠାରୁ ବଡ଼ ଆକ୍ରମଣ
by Argus News
Sat, Sep 28 | 7:54 a.m.

ଅର୍ଗସ ବ୍ୟୁରୋ:  ଭୟଙ୍କର ହେଉଛି ଇସ୍ରାଏଲ-ହିଜବୁଲ୍ଲା ସଂଘର୍ଷ । 10 ଦିନର ସଂଘର୍ଷ ମଧ୍ୟରେ ଇସ୍ରାଏଲ କରିଛି ସବୁଠାରୁ ବଡ଼ ଆକ୍ରମଣ । ଏୟାର ଷ୍ଟ୍ରାଇକରେ ଉଡିଛି ହିଜବୁଲ୍ଲାର 6 ମହଲା ମୁଖ୍ୟାଳୟ । ଆକ୍ରମଣରେ ହିଜବୁଲ୍ଲା ଟପ୍ କମାଣ୍ଡର ହାସିମ୍‌ ସେଫିଦ୍ଦିନ୍ ସଫା ହୋଇଥିବାବେଳେ ମରଣ ମୁହଁରୁ ବର୍ତ୍ତି ଯାଇଛି ହିଜବୁଲ୍ଲା ମୁଖ୍ୟ ହସନ୍‌ ନସରଲ୍ଲା । ଖୋଜିଖୋଜି ହିଜବୁଲ୍ଲା ଆତଙ୍କୀଙ୍କୁ ନିପାତ କରୁଛି ଇସ୍ରାଏଲ । ଶୁକ୍ରବାର ରାତିରେ ବେରୁତରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 76 ଜଣ ଆହତ ହୋଇଛନ୍ତି । ଲେବାନନ ଉପରେ ଇସ୍ରାଏଲ ସେନାର ସବୁଠାରୁ ବଡ଼ ଆକ୍ରମଣ ପରେ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତୁରନ୍ତ ଇସ୍ରାଏଲ ଫେରିଆସିଛନ୍ତି ।

10 ଦିନ ଧରି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଲେବାନନରେ  7 ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ରକେଟ ମାଡ଼ରେ ଶୁକ୍ରବାର ହିଜବୁଲ୍ଲାର ଡ୍ରୋନ ୟୁନିଟ କମାଣ୍ଡର ମହମ୍ମଦ ସରୁର ନିହତ ହୋଇଥିଲା । ଇଣ୍ଟରନ୍ୟାସନାଲ ଅର୍ଗାନିଜେସନ ଫର ମାଇଗ୍ରସନ ରପୋର୍ଟ ଅନୁସାରେ ଲେବାନନରୁ ବିସ୍ଥାପିତ ହୋଇଛନ୍ତି ପ୍ରାୟ 2 ଲକ୍ଷ ନାଗରିକ । ହିଜବୁଲ୍ଲାକୁ ସମର୍ଥନ ଦେଉଥିବା ଇରାନ ସମେତ କୌଣସି ଦେଶକୁ ବି ଜବାବ ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ଗାଜାରେ ହମାସ ଓ ଲେବାନନରେ ହିଜବୁଲ୍ଲା ଆତଙ୍କବାଦୀ ସଂଗଠନକୁ ମାଟିରେ ମିଶାଇବ ଇସ୍ରାଏଲ । ଗାଜାରୁ ଯେପର୍ଯ୍ୟନ୍ତ ପଣବନ୍ଦୀ ସୁରକ୍ଷିତ ଭାବେ ଇସ୍ରାଏଲକୁ ନଫେରିଛନ୍ତି ସେଯାଏ ଇସ୍ରାଏଲର ସେନା ଅପରେସନ ଥମିବାର ପ୍ରଶ୍ନ ଉଠୁନାହିଁ ବୋଲି ଜାତସଂଘ ଫୋରମରେ ଚେତାବନୀ ଶୁଣାଇଛନ୍ତି ନେତାନ୍ୟାହୁ ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

CHIEF MINISTER
18m ago
ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ
ଅର୍ଗସ ବ୍ୟୁରୋ: ଗତ 22 ବର୍ଷରେ ଓଡ଼ିଶାରେ ହୋଇଥିବା ମହିଳା ହିଂସାକୁ ନେଇ ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ସିଏମ୍ କହିଲେ, ୨୨ ବର୍ଷ ଓଡ଼ିଶ
STATE GOVERNMENT
ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ରାଜ୍ୟ ସରକାରଙ୍କ ସମ୍ମିଳନୀ
ଅର୍ଗସ ବ୍ୟୁରୋ: ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ରାଜ୍ୟ ସରକାରଙ୍କ ସମ୍ମିଳନୀ । ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ ଶେଷ ହୋଇଥିବା ବେଳେ ଆଜି ଜିଲ୍ଲାପାଳ ଓ ଆରକ୍ଷ
HYDERABAD
ଲିଜେଣ୍ଡସ କ୍ରିକେଟ ଲିଗରେ ଆଜି ଟୋୟମ ହାଇଦ୍ରାବାଦ ସହ ଗୁଜରାଟ ଗ୍ରେଟ ମୁକାବିଲା
ଅର୍ଗସ ବ୍ୟୁରୋ: ଲିଜେଣ୍ଡସ କ୍ରିକେଟ ଲିଗରେ ଆଜି ଟୋୟମ ହାଇଦ୍ରାବାଦ ସହ ଗୁଜରାଟ ଗ୍ରେଟ ମୁକାବିଲା । ଗତକାଲି ବର୍ଷା ଧୋଇନେଲା କୋଣାର୍କ ସୂୟାର୍ସ ଓଡିଶା ବନାମ ମାଣିପାଲ ଟାଇଗର୍