ଏବେ ବି ଅଛି ସୁଯୋଗ.. ଫ୍ରୀରେ ଅପଡେଟ୍‌ କରାନ୍ତୁ ଆଧାର କାର୍ଡ 
by Argus News
Mon, Apr 22 | 4:37 p.m.

ନୂଆଦିଲ୍ଲୀ:  ଆଧାର କାର୍ଡ ଆଜିକା ସମୟରେ  ସବୁଠାରୁ  ମହତ୍ୱପୂର୍ଣ୍ଣ ଦସ୍ତାବିଜ୍। ଯାହା ଆପଣଙ୍କ ନାଗରିକତାର ପ୍ରମାଣ ପତ୍ର।  ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ଠୁ ଆରମ୍ଭ କରି  ଜମିବାଡି ଘର କିଣାବିକା ପର୍ଯ୍ୟନ୍ତ ଜରୁରୀ ହୋଇଥାଏ।   ଏମିତିକି ଆପଣଙ୍କ ମୋବାଇଲ୍‌ ଫୋନ ପାଇଁ ସିମ୍‌ କାର୍ଡ କିଣିବାରେ ଆଧାର କାର୍ଡର ଆବଶ୍ୟକତା ପଡିଥାଏ।   ସେଥିପାଇଁ ଆପଣଙ୍କ ଆଧାରକାର୍ଡ ଅପଡେଟ୍‌ ଥିବା ଦରକାର। ତେଣୁ ଆଗ ଆଧାର କାର୍ଡ ଅପଡେଟ୍‌ କରାଇନିଅନ୍ତୁ। UIDAI ରେ ଡକ୍ୟୁମେଣ୍ଟ ଅପଡେଟ କରିବାର ଫ୍ରୀ ସୁବିଧା ଦେଉଛି।  ଆପଣ ଆଧାର ଏଥିରେ ଅପଡେଟ୍‌ କରିପାରିବେ।  ଏହି  ଫ୍ରୀ ସର୍ଭିସ୍‌ର ବ୍ୟବହାର  ଜୁନ୍‌  ପର୍ଯ୍ୟନ୍ତ କରିପାରିବେ। 
 

କେବେ ଯାଏଁ କରିପାରିବେ ଆଧାର ଅପଡେଟ୍‌ ?

ୟୁନିକ ଆଇଡେଣ୍ଟିଫିକେଶନ  ଅଥରିଟି ଅଫ ଇଣ୍ଡିଆ (UIDAI)  10 ବର୍ଷରୁ ଅଧିକ  ସମୟ ପୂର୍ବରୁ ବନାଯାଇଥିବା   ଆଧାରକାର୍ଡ କୁ ଫ୍ରୀ ଅପଡେଟ୍‌ କରିବାର  ସୁବିଧା ଦିଆଯାଇଛି। ଏହାର ଡେଡଲାଇନ୍‌କୁ ଅନେକ ଥର ଆଗକୁ ବଢାଯାଇଛି ।   ଗତ ମାର୍ଚ୍ଚ ମାସରେ ମଧ୍ୟ ଏହି ସେବାକୁ ବିନା ମୂଲ୍ୟରେ  ବ୍ୟବହାର କରିବାର  ଶେଷ ତାରିଖ ୧୪ ମାର୍ଚ୍ଚ ରୁ ବଢାଯାଇ  ୧୪ ଜୁନ 2024କୁ ବୃଦ୍ଧି କରାଇଦିଆ ଯାଇଥିଲା । ଯାହା  ଏପର୍ଯ୍ୟନ୍ତ ମଧ୍ୟ ଲାଗୁ ଅଛି।  ତେବେ ଡେରି ନ କରି ତୁରନ୍ତ ଫ୍ରୀରେ ଆଧାର ଅପଟେଡ କରିନିଅନ୍ତୁ।   ତେବେ ୧୪ ଜୁନ୍‌ ହେଉଛି  ଫ୍ରୀରେ  ଆଧାର ଅପଟେଡ୍‌ କରିବାର ଶେଷ ତାରିଖ। 

ଅଧିକ ପଢନ୍ତୁ ଭାରତ ଖବର
 

ତାତି
40m ago
ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢ
କିସମିସ୍ ପାଣି
49m ago
ଜାଣନ୍ତୁ କିସମିସ୍ ପାଣିର ଫାଇଦା
ଅର୍ଗସ ବ୍ୟୁରୋ: ଆମେ ସମସ୍ତେ ଜାଣିଛେ ଡ୍ରାଏ ଫ୍ରୁଟସ ଆମ ଶରୀର ପାଇଁ କେତେ ଲାଭଦାୟୀ। କିନ୍ତୁ ଏହି ଡ୍ରାଏ ଫ୍ରୁଟସ ଗୁଡ଼ିକ ବହୁତ୍ ମହଙ୍ଗା ହୋଇଥାଏ। ଅଧିକାଂଶ ଲୋକଙ୍କ ପାଇଁ ନିୟମିତ ଭାବର
ଅଗ୍ନିକାଣ୍ଡ
ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବା