ଆଜିଠୁ ବିଧିବଦ୍ଧ କାମ ଆରମ୍ଭ କଲେ ପିପୁଲ୍ସ ସିଏମ୍
by Argus News
Thu, Jul 04 | 7:31 p.m.

ଅର୍ଗସ ବ୍ୟୁରୋ : ତୃତୀୟ ମହଲାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ । ଆଜିଠୁ ବିଧିବଦ୍ଧ କାମ ଆରମ୍ଭ କଲେ ପିପୁଲ୍ସ ସିଏମ୍ । ଓଡିଆ ଭାଷା ଓ ଅସ୍ମିତାର ସୁରକ୍ଷା ପ୍ରତି ମୋହନଙ୍କ ପ୍ରାଥମିକତା । କାର୍ଯ୍ୟାଳୟ ପ୍ରବେଶର ପ୍ରଥମ ଦିନରେ ପଣ୍ଡିତଙ୍କ ମନ୍ତ୍ର ଧ୍ଵନିରେ କମ୍ପିଲା ତୃତୀୟ ମହଲା । ଲୋକସେବା ଭବନକୁ ପ୍ରଣାମ ସହ ପୂଜାର୍ଚ୍ଚନା କରି ଲୋକ ସେବା ଭବନ ତୃତୀୟ ମହଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରବେଶ କଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯେଉଁ ଚାମ୍ବରରେ ନବୀନ ବସୁଥିଲେ ସେହି ଚାମ୍ବରରେ ବସିଲେ ମୋହନ ମାଝୀ । କେବଳ ବଦଳିଲା ଟେବୁଲ ଆଉ ଚେୟାରର ଦିଗ । ପୂର୍ବ ଦିଗକୁ ମୁହଁ କରି ବସିଲେ ମୁଖ୍ୟମନ୍ତ୍ରୀ । ଆଜିଠୁ ଲୋକ ସେବା ଭବନର ତୃତୀୟ ମହଲା ହେଲା ମୁଖ୍ୟମନ୍ତ୍ରୀଙ୍କ ବିଧିବଦ୍ଧ କାର୍ଯ୍ୟାଳୟ । ୨୨ ଦିନ ହେଲା ରାଜ୍ୟ ଅତିଥି ଭବନରେ ଚାଲିଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଲୋକସେବା ଭବନ ପରିସରରେ ସ୍ଵାଗତ କଲେ ବିଭିନ୍ନ ବିଭାଗର ମନ୍ତ୍ରୀ, ସଚିବ ଓ କର୍ମଚାରୀ । 

ଓଡ଼ିଆ ଭାଷାରେ ହେବ ସରକାରୀ କାର୍ଯ୍ୟ । ଆଜି ତୃତୀୟ ମହଲାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟ ଆରମ୍ଭ କରିବା ସହ ବଡ ଘୋଷଣା କରିଛନ୍ତି । ଓଡିଆ ଅସ୍ମିତାକୁ ଦିଆଯାଇଛି ଗୁରୁତ୍ବ । ରାଜ୍ୟ ପରିଚାଳନା ଓଡିଆ ଭାଷାରେ ହେବ । ଏଥିପାଇଁ ସରକାରୀ ଭାଷା ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ । ଦରକାର ପଡିଲେ ଏଥିରେ ଆବଶ୍ୟକ ପରିବର୍ତ୍ତନ କରାଯାଇ ଆହୁରି ସଶକ୍ତ କରାଯିବ । ଓଡିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ ହେବ । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଓଡିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଜ, ସରଳ ଓ ସୁଗମ କରିବା ପାଇଁ ଉପଯୁକ୍ତ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ । ଏଥିସହ ତାଙ୍କ ପାଖରେ ଉପସ୍ଥାପିତ ହେବାକୁ ଥିବା ସବୁ ନଥିପତ୍ରକୁ ଓଡିଆରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 

ଅଧିକ ପଢନ୍ତୁ : ଏଣିକି ସରକାରୀ ଭାଷା ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ

କେବଳ ଏତିକି ନୁହେଁ, ଲୋକସେବା ଭବନ ମନ୍ତ୍ରୀ କରିଡରରେ ଦେଖିବାକୁ ମିଳିଛି ଓଡିଆ ଭାଷା, ସଂସ୍କୃତି ଓ ଅସ୍ମିତାର ଝଲକ । ସବୁ ମନ୍ତ୍ରୀଙ୍କ ନାମ ଫଳକରେ ଶୋଭା ପାଉଛି ଓଡିଆ ପରମ୍ପରାର କଳାକୃତି ।ଓଡିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ । ଓଡିଆ ଭାଷା ଭବନ ଅସ୍ମିତା ଭବନ ନିର୍ମାଣ କରାଯିବ । ଭାଷା କମିଶନ ଗଠିତ ହେବ । ଓଡିଆ ଅସ୍ମିତାର ପ୍ରତିଷ୍ଠା, ଅଭିବୃଦ୍ଧି, ସଂରକ୍ଷଣ ଓ ପ୍ରସାରକୁ ଦିଆଯିବ ଗୁରୁତ୍ବ । ଓଡିଆ ଭାଷା ଉପରେ ଗୁଣାତ୍ମକ ଗବେଷଣାକୁ ପ୍ରୋତ୍ସାହିତ କରାଯିବ । ଓଡିଶାରେ ପଠନ ଅଭ୍ୟାସ ବୃଦ୍ଧି ଓ ଲାଇବ୍ରେରୀ ଆନ୍ଦୋଳନକୁ ବ୍ୟାପକ ଓ ବ୍ୟବସ୍ଥିତ କରାଯିବ । ପ୍ରତ୍ୟେକ ଜିଲ୍ଲାରେ ସମନ୍ଵିତ ସଂସ୍କୃତି ଭବନ ନିର୍ମାଣ ସହ ଜିଲ୍ଲାର ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବ । ଉଚ୍ଚ ବିଦ୍ୟାଳୟ ସ୍ତରରେ ଓଡିଆ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ବିଚାର କରାଯିବ । ସାହିତ୍ୟ, ସଙ୍ଗୀତ, ନାଟକ ଓ ଲଳିତ କଳା ଏକାଡେମୀର ପୁନର୍ଗଠନ ଓ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ  କରିଛନ୍ତି ଘୋଷଣା । 

ମା' ସୁଭଦ୍ରା
13m ago
ରଥାରୂଢ ହେଲେ ମା' ସୁଭଦ୍ରା
ଅର୍ଗସ ବ୍ୟୁରୋ : ରଥାରୂଢ ହେଲେ ମା ସୁଭଦ୍ରା । ପ୍ରଥମେ ସୁଦର୍ଶନଙ୍କୁ ବିଜେ କରାଗଲା । ପରେ ବଡଠାକୁର ବଳଭଦ୍ରଙ୍କର ପହଣ୍ଡି କରାଯାଇଥିଲା । ପରେ ମା ସୁଭଦ୍ରା ରଥରେ ବିଜେ କରିଛନ୍ତି
BALABHADRA
26m ago
ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ
ଅର୍ଗସ ବ୍ୟୁରୋ: ଆଜି ମହାବାହୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏନେଇ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପ୍ରଭ
SUDARSHAN
ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ
ଅର୍ଗସ ବ୍ୟୁରୋ: ଆଜି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ଭକ୍ତ । ଶ୍ରୀମନ୍ଦିରର ସିଂହଦ୍ବାର ସମ୍ମୁଖରେ ଦଣ୍ଡାୟମା