କାନାଡ଼ାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନିନ୍ଦା
by Argus News
Tue, Nov 05 | 8:13 a.m.

ଅର୍ଗସ ବ୍ୟୁରୋ: କାନାଡ଼ାରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ ନିନ୍ଦା। ଏଭଳି ହିଂସାକାଣ୍ଡ ଭାରତର ସଂକଳ୍ପକୁ କେବେ ବି ଦୁର୍ବଳ କରିବ ନାହିଁ। କାନାଡା ସରକାର ନ୍ୟାୟ ସୁନିଶ୍ଚିତ କରିବା ସହ ଆଇନର ଶାସନ ବଜାୟ ରଖିବେ ବୋଲି ଆମେ ଆଶା କରୁଛୁ ବୋଲି ଏକ୍ସ ପୋଷ୍ଟରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ । ଆଜି କାନାଡ଼ାର ବ୍ରାମ୍ପଟନରେ ଥିବା ହିନ୍ଦୁ ମହାସଭା ମନ୍ଦିର ଉପରେ ଖଲିସ୍ତାନୀ ଆତଙ୍କବାଦୀ ଏବଂ ବିଚ୍ଛିନ୍ନତାବାଦୀ ଆକ୍ରମଣ କରିଥିବା ଭିଡିଓ ଭାଇରାଲ ହୋଇଥିଲା । ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁଙ୍କ ଉପରେ ଆକ୍ରମଣ ମନ୍ଦିରରେ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। 

ହିନ୍ଦୁ ସଂଗଠନ ପକ୍ଷରୁ ମାମଲା ରୁଜୁ ହେବାପରେ ପୋଲିସ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି । ବେଦେଶିକ ମନ୍ତ୍ରଣାଳୟ ଘଟଣାର ଦୃଢ଼ ନିନ୍ଦା କରିଛି। କାନାଡ଼ା ସରକାର ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପୂଜାସ୍ଥଳଗୁଡ଼ିକର ନିରାପତ୍ତା ନିଶ୍ଚିତ କରିବାକୁ  ଭାରତ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ଦାବି କରିଛନ୍ତି। ଖଲିସ୍ତାନୀ ଆତଙ୍କବାଦୀ ନିଜାର ମୃତ୍ୟୁ ପ୍ରସଙ୍ଗକୁ ନେଇ ଭାରତ ଏବଂ କାନାଡ଼ା  ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କୁ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସୁରକ୍ଷା ଦେଉଥିବାରୁ ଭାରତ ଏହାର ତୀବ୍ର ବିରୋଧ କରିଛି। 

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

JOURNALISTS
35m ago
ତେଲେଙ୍ଗାନାରେ ଦୁର୍ଘଟଣାରେ ଗୁରୁତର ହେଲେ ମାଲକାନଗିରିର ୪ ସାମ୍ବାଦିକ
ଅର୍ଗସ ବ୍ୟୁରୋ: ତେଲେଙ୍ଗାନାରେ ଦୁର୍ଘଟଣାରେ ଗୁରୁତର ହେଲେ ମାଲକାନଗିରିର ୪ ସାମ୍ବାଦିକ । ତେଲେଙ୍ଗାନା ରାମପୁରମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତିରୁପତି ଦର୍ଶନ ସାର
SALMAN
42m ago
ସଲମାନ୍ ଖାନଙ୍କୁ ପୁଣି ଧମକ, ୫ କୋଟି ଦିଅ....ନହେଲେ
ଅର୍ଗସ ବ୍ୟୁରୋ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କୁ ପୁଣି ଧମକ । ୫ କୋଟି ଟଙ୍କା ଚାନ୍ଦା ଦେବାକୁ ସେମାନେ ଧମକପୂର୍ଣ୍ଣ କଲ୍ କରିଛନ୍ତି । ଯଦି ବଞ୍ଚିବାକୁ ଚାହୁଁଛ ୫କୋଟ
HUSBAND
51m ago
ସ୍ୱାମୀ-ସ୍ତ୍ରୀ ବାଇକ ଯୋଗେ ଫେରୁଥିବାବେଳେ ଆକ୍ରମଣ କଲେ ଦୁର୍ବୃତ୍ତ
ଅର୍ଗସ ବ୍ୟୁରୋ: ସ୍ୱାମୀକୁ ବାନ୍ଧି ସ୍ତ୍ରୀକୁ ହତ୍ୟା କଲେ ଦୁର୍ବୃତ୍ତ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ହରିଆମୁଣ୍ଡା ଗାଁରେ ଅଭାବନୀୟ ଘଟଣା । ନନ୍ଦପୁରରେ ଆଧାର ସଂଶୋଧ