ଗତକାଲିଠୁ ୨୦୨୫ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା
by Argus News
Tue, Dec 17 | 7:38 a.m.

ଅର୍ଗସ ବ୍ୟୁରୋ:  ଗତକାଲିଠାରୁ ୨୦୨୫ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ନୟାଗଡର ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିବେ। ଶ୍ରୀମନ୍ଦିରରୁ ମାଳ ମାହାର୍ଦ୍ଦ, ନଡିଆ, ପତନୀ, ସିନ୍ଦୁର, ଦୀପ, ନୈବେଦ୍ୟ ନେଇ ଏହି ଟିମ୍ ଯାତ୍ରା କରିବେ। ଏହି ଟିମ୍ ରେ ରଥ ନିର୍ମାଣର ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ରହିଛନ୍ତି। ତେବେ ଆଜି ବଡରାଉଳ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଠାକୁରାଣୀଙ୍କ ଅନୁମତି ନେଇ ରଥକାଠ କଟା ପକ୍ରିୟା ଆରମ୍ଭ ହେବ। ରଥ ନିର୍ମାଣ ପାଇଁ ୮୬୫ କାଠର ଆବଶ୍ୟକତା ରହିଛି। ୫୧ ଖଣ୍ଡ କାଠ ପୂର୍ବବର୍ଷର ବଳକା ରହିଥିବା ବେଳେ ମୋଟ ୮୧୪ ଖଣ୍ଡ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଛି।

ଅଲ୍ଲୁ ଅର୍ଜୁନଙ୍କ
17m ago
ଅଲ୍ଲୁ ଅର୍ଜୁନଙ୍କ ପତ୍ନୀ ସ୍ନେହା କିଏ?
ଅର୍ଗସ ବ୍ୟୁରୋ: ଭାରତରେ ଏବେ ନମ୍ବର ୧ ଷ୍ଟାର ତାଲିକାରେ ଅଛନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନ। ଏବେ ଚର୍ଚ୍ଚାରେ ଅଛନ୍ତି ଅଲ୍ଲୁ ଅର୍ଜୁନ। ଶୁକ୍ରବାର ତାଙ୍କୁ ହାଇଦ୍ରାବାଦ ପୋଲିସ ଗିର
ବନ୍ଧୁମିଳନ
୨୦୧୦ ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ
ଜାତମୁଣ୍ଡିଆ/ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ନିସ୍ତିପୁର ଅରାଚଣ୍ଡୀ ମନ୍ଦିରର ମନରୋମ ପରିସରରେ ଚକୁଳେଶ୍ୱର ମା’ ସରସ୍ୱତୀ କୋଚିଂ ସେଣ୍ଟର ୨୦୦୯-୧୦ ମାଟ୍ରି
ପିଏମ ସ୍ବନିଧି
ପିଏମ ସ୍ବନିଧି ଯୋଜନା; ରାସ୍ତାକଡ଼ ବିକ୍ରେତାଙ୍କୁ 13,422 କୋଟି ଟଙ୍କାର ଋଣ
ଅର୍ଗସ ବ୍ୟୁରୋ: ପିଏମ ସ୍ବନିଧି ଯୋଜନା ଅଧୀନରେ ରାସ୍ତାକଡ଼ ବିକ୍ରେତାମାନଙ୍କୁ 13,422 କୋଟି ଟଙ୍କାର ଋଣ ପ୍ରଦାନ। କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଡିସେମ୍ବର 8 ତାରି
ବୋତଲରେ ମଦ
ଖୁଣ୍ଟାରେ ଯାତ୍ରୀବାହି ବସର ଚାଲାଣ ହେଉଥିଲା ମଦ
ମୟୂରଭଞ୍ଜ: କୋଲ୍ଡଡ୍ରିଙ୍କ୍ସ ବୋତଲରେ ମଦ । ଯାତ୍ରୀବାହି ବସରେ ମଦ ଚାଲାଣ ବେଳେ ପୋଲିସ୍ ହାବୁଡରେ ପଡିଲା ମଦ ବେପାରୀ । ଏହାପରେ ଖୋଲିଛି ପୁରା ମଦ ବେପାରର କଳା କାରନାମା । ବିଳମ୍ବି
ଭିସା
ଏବେ ବିନା ଭିସାରେ ବିଦେଶ ବୁଲିପାରିବେ ଭାରତୀୟ
ଅର୍ଗସ ବ୍ୟୁରୋ : ଋଷିଆ ଏବଂ ଭାରତ ମଧ୍ୟରେ ପୂର୍ବରୁ ହିଁ ଏକ ଭଲ ବନ୍ଧୁତା ରହି ଆସିଛି । ହେଲେ ଏହା ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି । ଯାହା ଉଭୟଙ୍କ ସମ୍ପର୍କକୁ ଆହୁରି ନିବି