ବିଷାକ୍ତ ହୋଇଗଲାଣି ପୁରୀ ଜିଲ୍ଲାରେ ପ୍ରବାହିତ ନଦୀର ଜଳଧାରା
by Argus News
Sun, Oct 27 | 7:52 a.m.

ଅର୍ଗସ ବ୍ୟୁରୋ: ବିଷାକ୍ତ ହୋଇଗଲାଣି ପୁରୀ ଜିଲ୍ଲାରେ ପ୍ରବାହିତ ନଦୀର ଜଳଧାରା । ତୃଷ୍ଣା ମେଣ୍ଟାଉଥିବା ନଦୀର ଅମୃତ ଧାରା ଏବେ ବିଷାକ୍ତ। କେଉଁଠି ନଦୀଗର୍ଭକୁ ଅଣନିଶ୍ବାସୀ କରିଦେଲାଣି ନର୍ଦ୍ଦମା ପାଣି, ତ ଆଉ କେଉଁଠି କୁଢକୁଢ ଦଳରେ ପରିପୂର୍ଣ୍ଣ ହୋଇ ନଇ ତାର ଅସ୍ତିତ୍ବ ହରାଇଲାଣି। ସେପଟେ ବିଷ ଜ୍ବଳାରେ ପୁରୀ ଜିଲ୍ଲାର 136 କିଲୋମିଟର ନଦୀପଥର ସ୍ଥିତି ସଙ୍ଗୀନ ରହିଥିବା ବେଳେ ପ୍ରତ୍ୟକଟି ମହଲରୁ ତତ୍କାଳୀନ ବିଜେଡି ସରକାରଙ୍କ ଅପାରଗତା ଓ ଅବହେଳାକୁ ଦାୟୀ କରାଯାଇଛି। ବିଷାକ୍ତ ହେବାରେ ଲାଗିଛି ପୁରୀର ଅମୃତ ଜଳଧାରା। କୁଢକୁଢ ଦଳ ସାଙ୍ଗକୁ ପ୍ରଦୂଷିତ ପାଣି ନଦୀର ଜଳକୁ କରୁଛି ଅଵକ୍ଷୟ। ଏ ଦୃଶ୍ୟ ହେଉଛି ଭୁଵନେଶ୍ବର ଗଙ୍ଗୁଆ ନଳାପାଣି ପିପିଲିର କଣ୍ଟି ଠାରେ ଥିଵା ଦୟା ନଦୀର ଦୃଶ୍ୟ। ନଦୀର ପୁନରୁଦ୍ଧାର ପାଇଁ ସ୍ଥିତି ଅନୁଧ୍ୟନ କରାଯାଇ 100 କୋଟି ଟଙ୍କା ବ୍ୟୟରେ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ହେବ। ଏପଟେ ଦୟାନଦୀ ପରି ଲୁଣା ନଦୀର ଅଵସ୍ଥା ଵେହାଲ। ଦଳ ମାଡିଯିବା ସହ ନଦୀଶଯ୍ୟା ପୋତି ହେଲାଣି। ସେଥିପାଇଁ ଡେଲାଙ୍ଗ କଣାସ ଅଞ୍ଚଳରେ ଜଳ ନିଷ୍କାସନରେ ହେଉଛି ସମସ୍ୟା।  

 କାକଟପୁରର ପୂଣ୍ୟତୋୟା ପ୍ରାଚୀ ନଦୀ ଏବେ ବିଲୁପ୍ତ ପ୍ରାୟ। ଜରାଜୀର୍ଣ୍ଣ ଅବସ୍ଥାରେ ଏହି ନଦୀର କିଛି ଅଂଶ ଠାଏ ଠାଏ ସ୍ଥିତି ଜାହିର କରୁଥିବା ବେଳେ ଆଉ କେତେକ ସ୍ଥାନରେ ନଦୀ ଶୁଖୁଲା ପଡିଛି। କାକଟପୁରର ବହୁ ନାମିଦାମୀ ହୋଟେଲର ଆବର୍ଜନା ପ୍ରାଚୀ ନଦୀରେ ମିଶି ନଦୀ ଜଳକୁ ବିଷାକ୍ତ କରୁଛି। ସେପଟେ ନିମାପଡାର ଜୀବନରେଖା ଓ ଚାଷୀଙ୍କ ଭାତ ହାଣ୍ଡି ହେଉଛି କୁଶଭଦ୍ରା ନଦୀ। ନା ବନ୍ୟା ସମୟରେ ପାଣି ଆସୁଛି ନା ବର୍ଷା ସମୟରେ ପାଣି ଜମୁଛି, ଜଳସ୍ତର ସମ୍ପୂର୍ଣ୍ଣ କମିବାରେ ଲାଗିଛି। କୁଶଭଦ୍ରା ନଦୀରେ ପାଣି ନଥିବାରୁ ଚାଷୀମାନେ ଚାଷ କରିପାରୁନଥିବା ସହ ବାଲିମାଫିଆ ମାନେ ବାଲି ତାଡି ନେଉଥିବା ଅଭିଯୋଗ ହୋଇଛି।  

 ପୁରୀ ଜିଲ୍ଲାର ପ୍ରାକୃତିକ ଜଳଉତ୍ସ ଏବେ ବିଷ ବଳୟରେ ପରିପୂର୍ଣ୍ଣ ହେବାସହ ଅବକ୍ଷୟ ହେବାରେ ଲାଗିଛି। ତେଣୁ ଜିଲ୍ଲାର ସମସ୍ତ ନଦୀକୁ ପୁନରୁଦ୍ଧାର କରିବା ସହ ଏଥିପାଇଁ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ସାଧାରଣରେ ଦାବି ହୋଇଛି। 

ଘନ କୁହୁଡ଼ି
ଘନ କୁହୁଡ଼ି ଘେରରେ ନୀଳଗିରି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେ
ଜାଆଁଳା ପିଲା ..
ଏହି ଗାଁ ରେ ଖାଲି ଜାଆଁଳା ପିଲା ..
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବ
ଦୋଷା
ଦିଓ୍ୱାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତ