ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ‘ଇମରଜେନ୍ସି’ ସହ ଜଡ଼ିତ ଅଧ୍ୟାୟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
by Argus News
Thu, Jun 27 | 8:27 p.m.

ଅର୍ଗସ ବ୍ୟୁରୋ: `ଇମରଜେନ୍ସି'ର ଏକ ଅଧ୍ୟାୟ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ । ବୁଧବାର ଦିନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟ ସ୍କୁଲ ପାଠ୍ୟକ୍ରମରେ ଏହାକୁ ସାମିଲ କରିବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ମୁତାବକ ସ୍କୁଲ ପାଠ୍ୟକ୍ରମରେ ଇମରଜେନ୍ସି ସମୟରେ ହୋଇଥିବା ଅତ୍ୟାଚାର ଏବଂ ଦମନର ବାଖ୍ୟା କରିବ । ଯାହା ୧୯୭୫ରେ କଂଗ୍ରେସ ସରକାର ଦ୍ୱାରା ଲଗାଯାଇଥିଲା । ଏହି ପଦକ୍ଷେପ ପଛର ଉଦ୍ଦେଶ୍ୟ ହେଉଛି, ବର୍ତ୍ତମାନ ପିଢିକୁ ୧୯୭୫ ରୁ ୧୯୭୭ର ଇମରଜେନ୍ସି ସମୟରେ ହୋଇଥିବା ସଂଘର୍ଷକୁ ଅବଗତ କରିବା । ମୁଖ୍ୟମନ୍ତ୍ରୀ ଇମରଜେନ୍ସି ସମୟରେ ପରିସ୍ଥିତିମାନ, ଦମନ ଏବଂ ତତ୍କାଳୀନ କଂଗ୍ରେସ ସରକାରଙ୍କ ଦ୍ୱାରା ଉଠାଯାଇଥିବା ଦୃଢ ପଦକ୍ଷେପକୁ ବିରୋଧ କରିବା ପାଇଁ ଗଣତନ୍ତ୍ର ସଂଗ୍ରାମୀଙ୍କ ନିଷ୍ଠା ଉପରେ ଏକ ଶିକ୍ଷା ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରାଯିବ ।

ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଇମରଜେନ୍ସି ସମୟରେ ସଂଘର୍ଷରେ ଭାଗ ନେଇଥିବା ଗଣତନ୍ତ୍ର ସଂଗ୍ରାମୀମାନଙ୍କ ପାଇଁ ଅନେକ ଅତିରିକ୍ତ ସୁବିଧାମାନ ମଧ୍ୟ ଘୋଷଣା କରିଛନ୍ତି । ସେ ଗଣତନ୍ତ୍ର ସେନାମାନଙ୍କୁ ୫୦ ପ୍ରତିଶତ ରିହାତିରେ ତିନି ଦିନ ପାଇଁ ସରକାରୀ ସର୍କିଟ ହାଉସରେ ରହିବାର ସୁବିଧା, ନେସନାଲ ହାଇୱେରେ ଟୋଲକୁ ଫ୍ରୀ, ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଚିକିତ୍ସା ହେଉଥିବା ଖର୍ଚ୍ଚର ପେମେଣ୍ଟରେ ସାହାଯ୍ୟ କରିବ । ଏହା ବ୍ୟତୀତ, ଗଣତନ୍ତ୍ର ସଂଗ୍ରାମୀମାନଙ୍କୁ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାମାନ ମାମଲାରେ ଏୟାର ଆମ୍ବୁଲାନ୍ସ ପ୍ରଦାନ କରାଯିବ । ଏବଂ ଏଥିସହ ଇମରଜେନ୍ସି ବିରୋଧୀ ଯୋଦ୍ଧାମାନଙ୍କ ଭଡାକୁ ୨୫ ପ୍ରତିଶତର ରିହାତି ମିଳିବ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

`ସୁଭଦ୍ରା’
20m ago
ମୋଦିଙ୍କ ଜନ୍ମଦିନରେ ଶୁଭାରମ୍ଭ ହେବ `ସୁଭଦ୍ରା’ ଯୋଜନା
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର 17 ତାରିଖରେ ଶୁଭାରମ୍ଭ ହେବ `ସୁଭଦ୍ରା’ ଯୋଜନା । ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । `ପ୍ରଧାନମନ୍ତ୍ର
ବିଜୟ ଉତ୍ସବ
52m ago
ପ୍ରଦର୍ଶନୀ ପଡ଼ିଆରେ ବିଜେପି ପାଳିବ ବିଜୟ ଉତ୍ସବ
ଭୁବନେଶ୍ୱର: ଶପଥ ଗ୍ରହଣ ପରେ ବିଜେପିର ଆଉ ଏକ ବଡ଼ ଜନସମାବେଶ । ଆଜି ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ନବନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା ନାଁରେ ଦଳ ପାଳିବ ବିଜ
ମନ୍ କୀ ବାତ୍
ମୋଦିଙ୍କ ତୃତୀୟ ପାଳିର ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ 111ତମ ମନ୍ କୀ ବାତ୍ । ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରମ । ନିର୍ବାଚନ ପାଇ