କଂଗ୍ରେସ ସାଂସଦଙ୍କ ବିଜୟ ପରେ ଲାଗିଲା ପାକିସ୍ତାନ ଜିନ୍ଦାବାଦର ନାରା
by Argus News
Wed, Feb 28 | 1:46 p.m.

ଅର୍ଗସ ବ୍ୟୁରୋ: କଂଗ୍ରେସ ସାଂସଦଙ୍କ ବିଜୟ ପରେ ଲାଗିଲା ପାକିସ୍ତାନ ଜିନ୍ଦାବାଦର ନାରା। ଯାହାକୁ ନେଇ ଦେଶ ତମାମ ଦେଖାଦେଇଛି ତୀବ୍ର ଅସନ୍ତୋଷ। ବେଙ୍ଗାଲୁରୁରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କ ପଲିଟିକାଲ୍ ସେକ୍ରେଟାରୀ ନାସିର ହୁସେନ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ନିର୍ବାଚନରେ ବିଜୟ ଲାଭ କରିବା ପରେ କର୍ଣ୍ଣାଟକ ବିଧାନସଭା ପରିସରରେ କର୍ମୀଙ୍କ ସହ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଉଥିଲେ ନାସିର। ଏହି ସମୟରେ ପାକିସ୍ତାନ ଜିନ୍ଦାବାଦର ନାରା ଲାଗୁଥିବା ଶୁଣିବାକୁ ମିଳିଛି। ଯାହାକୁ ନେଇ ବିବାଦ ଦେଖା ଦେଇଛି।

ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟଙ୍କଠୁ ନେଇ ଅନେକ ବରିଷ୍ଠ ନେତୃତ୍ବ ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଏହା କଂଗ୍ରେସର ଦେଶବିରୋଧୀ ମାନସିକତାକୁ ଧରାପକାଇଦେଇଥିବା ଅଭିଯୋଗ କରିଛନ୍ତି। ବିବାଦ ବଢ଼ିବା ପରେ ନିଜ ତରଫରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବେଙ୍ଗାଲୁରୁ ପୋଲିସ।  ଆଇପିସି 505 ଓ 153 ବି ଆଧାରରେ ରୁଜୁ ହୋଇଛି ମାମଲା।

ଅଧିକ ପଢ଼ନ୍ତୁ ଦେଶ ଖବର:

ଖଲ୍ଲିକୋଟ
34m ago
ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ ?
ବ୍ରହ୍ମପୁର: କାହା ଚାପରେ ଚୁପ ଗଞ୍ଜାମ ପୋଲିସ । ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ । ବିଜେପିର ଅଭିଯୋଗ ପରେ ବି ଚୁପ ବସିଛି ପୋଲିସ
ନୋଟ୍ ବଣ୍ଟା
41m ago
ହାରିବା ଭୟରେ ବିଜେଡିର ଟଙ୍କା ବଣ୍ଟା ଅଭିଯାନ
ସମ୍ବଲପୁର: ଅର୍ଗସ ହାତରେ ଲାଗିଲା ପୁଣି ଏକ ଏକ୍ସକ୍ଲୁସିଭ୍ ଭିଯୁଆଲ । 500 ଟଙ୍କିଆ ନୋଟ୍ ବଣ୍ଟା ହେବା ବେଳେ ଛିଡୁ ନାହିଁ ଭାଗ । କିଏ କେତେ ନେବ ତାକୁ ନେଇ ଚାଲିଥିଲା ଯୁକ୍ତି
'ସନ୍ଥକବି'
48m ago
ପାଣ୍ଡିଆନ କହିଲେ 'ସନ୍ଥକବି' ଗଙ୍ଗାଧର ମେହେର
ସମ୍ବଲପୁର: ସଭାରେ ବିଳିବିଳେଇଲେ ପାଣ୍ଡିଆନ । ସମ୍ବଲପୁର ସଭାରେ ସମ୍ବୋଧନ କରୁଥିବା ସମୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ କହିଲେ 'ସନ୍ଥ କବି' । ଭୀମଭୋଇଙ୍କ ନାମ ପୂର୍ବରୁ କେବ