ବିକାଶ ନାଁରେ ବିନାଶ କରୁଛି ବିଜେଡି ସରକାର
by Argus News
Sun, Apr 28 | 2:42 p.m.

ଅର୍ଗସ ବ୍ୟୁରୋ : ବିକାଶ ନାଁରେ ବିନାଶ କରୁଛନ୍ତି ରାଜ୍ୟ ସରକାର । କେବଳ କଥାରେ, କାମରେ କିଛି କରେନି ବିଜୁ ଜନତା ଦଳ । ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ନବରଙ୍ଗପୁର ସାଂସଦ ପାର୍ଥୀ ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝି ସାମ୍ବାଦିକ ସମ୍ମିଳନୀ କରି କିଛି ଏମିତି ଢଙ୍ଗରେ ବର୍ଷିଛନ୍ତି । ଏହାସହ, ବିଜେଡି ନେତା ଭି.କେ.ପାଣ୍ଡିଆନଙ୍କ ବିରୋଧରେ ଗର୍ଜିଛନ୍ତି । ଶାସକ ଦଳ ପାଇଁ ପ୍ରଚାରରେ ଆସି ଭି. କେ ପାଣ୍ଡିଆନ କେମିତି ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । 

ଖାଲି ଏତିକି ନୁହେଁ ବରଂ ଓଡ଼ିଶାରେ ବିଦ୍ୟୁତ ବଳକା ଥିବା ବେଳେ ଓଡ଼ିଶାର ବିଜୁଳି ତାମିଲନାଡୁରେ ଲୋକଙ୍କୁ କମ୍ ଦରରେ ଦିଆ ଯାଇଛି । ଏହାସହ କେତେ ଦିନ ସହିବା ପରିବର୍ତ୍ତନ କରିବା ନାରା ଦେଇଥିଲେ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ନିରବ ଥିବା ବେଳେ ପ୍ରଶାସନିକ କଳ ସରକାର ପରିଚାଳନା କରୁଥିବା କହିଥିଲେ । 

 

ବିଜେଡି ବିରୋଧରେ ୬୦ ଫର୍ଦ୍ଦ ବିଶିଷ୍ଟ ଏକ ଚାର୍ଜସିଟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଥିବା କୁହାଯାଇଛି । ଏହା ଏହି ଚାର୍ଜସିଟ ପ୍ରତି ଗାଁ ଗାଁରେ ପହଞ୍ଚିବ ବୋଲି ମଧ୍ୟ କହିଛନ୍ତି । ଏହା ସହ ଏହି ଚାର୍ଜସିଟିରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ବ ଦିଆଯାଇଛି । ସେହିପରି ଚିଟଫଣ୍ଡ ଦୁର୍ନୀତି ଓ ମହିଳା ବିରୋଧୀ ହିଂସାକୁ ନେଇ ବିଜେପି ଶାସକ ଦଳ ବିଜେଡିକୁ ୨୫ଟି ପ୍ରଶ୍ନ ମଧ୍ୟ କରିଛନ୍ତି । 
 

BJD
2m ago
ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ
ଅର୍ଗସ ବ୍ୟୁରୋ : ବିଜେଡି ଗୁଣ୍ଡାବାହିନୀର ଗୁଣ୍ଡାରାଜ । ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ । ଝରୀଗାଁ ଦେଉଳକଣା ୨୦୪ ନମ୍ବର ବୁଥଠାର
CAR
12m ago
କାରରୁ ବିପୁଳ ପରିମାଣର ଟଙ୍କା ଜବତ ସହ ୩ ଅଟକ
ଅର୍ଗସ ବ୍ୟୁରୋ : କରଡ଼ାକୋଠା ନିକଟରେ ଯାଞ୍ଚ ବେଳେ ଏକ କାରରୁ ବିପୁଳ ପରିମାଣର ଟଙ୍କା ଜବତ କଲା ପୁରୁଣାକଟକ ପୋଲିସ । ବୌଦ୍ଧ ନିର୍ବାଚନ ମଣ୍ଡଳୀ ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନ
SLEEP
21m ago
ଯେଉଁମାନେ ବଗିଚାକୁ ଭଲ ପାଆନ୍ତି ସେମାନଙ୍କର ଅନିଦ୍ରା ସମସ୍ୟା କମ୍ ଥାଏ
ଅର୍ଗସ ବ୍ୟୁରୋ: ଆଜିକାଲିର ଖାଦ୍ୟର ଅନିୟମିତତା ହେତୁ ଅନେକ ପ୍ରକାରର ରୋଗ ଦେଖାଯାଇଥାଏ । ଏହି ସବୁ କାରଣ ପାଇଁ ଅନେକ ସମୟରେ ନିଦ ଠିକ ସମୟରେ ହେଇନଥାଏ ।ଅନିଦ୍ରା ସମ୍ବନ୍ଧୀୟ ସମସ୍ୟା