ଭାରତକୁ 254 ରନ ର ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ
by Argus News
Sun, Feb 11 | 7:48 p.m.

ଅର୍ଗସ ବ୍ୟୁରୋ: ଭାରତକୁ 254 ରନ ର ଟାର୍ଗେଟ୍ । ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ଭାରତ ଆଗରେ ୨୫୪ ରନର ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ୫୦ ଓଭରରେ ୭ ଓ୍ବିକେଟ ହରାଇ ୨୫୩ ରନ କରିବାକୁ ସକ୍ଷମ ହୋଇଥିଲା କଙ୍ଗାରୁ ଦଳ । ଦଳର ସ୍କୋର ମାତ୍ର ୧୬ ରନ ହୋଇଥିବାବେଳେ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ସାମ କୋନଷ୍ଟାସ୍ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ ।

ତେବେ ହ୍ୟାରି ଡିକ୍ସନ ଓ ହ୍ୟୁ ଓ୍ବେବଜେନ ଏକ ଭଲ ପାର୍ଟନରସିପ୍ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ । ହରଜାସ ସିଂ ୫୫ରନ କରିଥିବା ବେଳେ ହ୍ୟୁ ଓ୍ବେବଜେନ ୪୮ ରନ ଓ ଓଲିଭର ପିକ୍ ୪୬ ରନ କରିଥିଲେ । ସେହିପରି ହ୍ୟାରି ଡିକ୍ସନ ୪୨ରନ କରିଥିଲେ । ଭାରତ ପକ୍ଷରୁ  ରାଜ୍ ଲିମ୍ବାନି ୩ଟି ଓ୍ବିକେଟ ନେଇଥିବା ବେଳେ ନମନ ତିଓ୍ବାରି ୨ ଓ୍ବିକେଟ ନେଇଥିଲେ । ସଉମି ପାଣ୍ଡେ ଓ ମୁସିର ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଅଧିକ ପଢ଼ନ୍ତୁ ଖେଳ ଖବର:

ଦୁଷ୍କର୍ମ ମାମଲାକୁ
7m ago
ଦୁଷ୍କର୍ମ ମାମଲାକୁ ବନ୍ଦ କରିବା ପାଇଁ ବିବାହ କରିବା ଯଥେଷ୍ଟ କି?
ଅର୍ଗସ ବ୍ୟୁରୋ: ନାଁରେ ଯଦି ଦୁଷ୍କର୍ମ ମାମଲା ଅଛି ତାହାଲେ ବିବାହ କରିଦେଲେ ମାମଲା ବନ୍ଦ ହୁଏ ନା ନାହିଁ। ଚାଲନ୍ତୁ ଏନେଇ ଏକ ବିସ୍ତୃତ କଥା ଜାଣିବା। ଏଭଳି ଏକ ଘଟଣା ଘଟିଥିଲା ରାଜଧାନ
କେଜ୍ରିୱାଲ
15m ago
ଜୁନ୍ ୧ ଯାଏଁ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ
ଅର୍ଗସ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ । କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ । ନିର୍ବାଚନକୁ ଆଖି ଆଗରେ ରଖି ଜାମିନ ଦେଇଛନ୍ତି ଦିଲ୍ଲ
ଦିପାଳୀ
23m ago
ପୁଣି ଦିପାଳୀଙ୍କୁ ଘଉଡାଇଲେ ଭୋଟର
ଝାରସୁଗୁଡା: ସ୍କୁଟି ଚଢି ଆସିଥିଲେ ଭୋଟ୍‌ ମାଗିବାକୁ ମ୍ୟାଡାମ ଦିପାଳୀ ଦାସ। କିନ୍ତୁ ତାଙ୍କୁ ଯେ ଆଉ ଝାରସୁଗୁଡାବାସୀ ଚାହୁଁନାହାଁନ୍ତି ବୋଲି ବୋଧ ହୁଏ ଜାଣ