ଆରମ୍ଭ ହେଲା ପର୍ଯ୍ୟଟନ ଋତୁ
by Argus News
Thu, Nov 02 | 3:29 p.m.

ଅର୍ଗସ ବ୍ୟୁରୋ : ଆରମ୍ଭ ହେଲା ପର୍ଯ୍ୟଟନ ଋତୁ । ପର୍ଯ୍ୟଟକଙ୍କ ପାଇଁ ମିଳିଛି ଖୁସି ଖବର । ଚଳିତ ବର୍ଷ ପାଇଁ ବାଲେଶ୍ଵର ଜିଲ୍ଲା ନୀଳଗିରି କୁଲଡିହା ଅଭୟାରଣ୍ୟକୁ  ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି । ଚଳିତବର୍ଷ ପ୍ରଥମ ଦିନରେ ବୁଲିବାକୁ ଆସିଥିବା ପର୍ଯ୍ୟଟକ ମାନଙ୍କୁ ଟୁରିଷ୍ଟ ଗାଇଡ୍ ମନୋରଞ୍ଜନ ଦାସଙ୍କ ସହିତ ନୀଳଗିରି ଉପଜିଲ୍ଲାପାଳ, ବନ ଅଧିକାରୀ ମାନେ ପର୍ଯ୍ୟଟକଙ୍କୁ ପୁଷ୍ପଗୁଚ୍ଛ ଦେଇ ଚନ୍ଦନ ଲଗାଇ ଓ ମିଠା ଖୁଆଇ ସ୍ବାଗତ କରିଛନ୍ତି । ପ୍ରଥମ ଦିନରେ ମୋଟ ୩୪ଜଣ ପର୍ଯ୍ୟଟକ କୁଳଡିହା ଅଭୟାରଣ୍ୟର ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ ।

 

ଚଳିତବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗ ପକ୍ଷରୁ ଗୋହିରା ଭୋଳଠାରେ ଥିବା ନେଚର୍ସ ପାର୍କକୁ ଅଧିକ ଆକର୍ଷଣୀୟ କରାଯାଇଛି । ରାତିରେ ରହିବା ନିମନ୍ତେ ‘‘ରିଷିଆ ପ୍ରକୃତି ନିବାସ’’ର ବନ୍ଦୂସ୍ତ କରାଯାଇଛି । ୯ଟି ତମ୍ବୁ ଘର, ସାଙ୍ଗକୁ ରୁଚିକର ଖାଦ୍ୟ ସହ ନେଚର୍ସ କ୍ୟାମ୍ପ ପାଖରେ ପର୍ଯ୍ୟଟକଙ୍କ ପାଇଁ ରିଷିୟା ଡ୍ୟାମରେ ବୋଟିଂର ଅନୁଭୂତି ପର୍ଯ୍ୟଟକମାନଙ୍କୁ ଅଧିକ ଆକର୍ଷିତ କରିଛି । 

ନିଜର ବ୍ୟସ୍ତ ବହୁଳ ଜୀବନକୁ ଟିକିଏ ଫୁରୁସତ ଦେବା ସହ ପ୍ରିୟଜନ ସହିତ ଛୁଟି କଟାଇବାର ମଜା ଏଠାରେ ନେଇପାରିବେ ପର୍ଯ୍ୟଟକ । ପିକନିକ ସାଙ୍ଗକୁ ବଣଭୋଜିର ମଜା ଏଠାରେ ଖୁବ ନିଆରା । ପ୍ରକୃତିକୁ ଖୁବ ନିକଟରେ ପାଇଁ ପର୍ଯ୍ୟଟକ ଖୁବ ବିଭୋର ହେଉଥିବା ଦେଖିବାକୁ ମିଳିଛି ।  

ଝରଣାର କୁଳୁକୁଳୁ ନାଦ, ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ କିଚିରିମିଚୀର ସ୍ୱର, ଘଞ୍ଚ ଜଙ୍ଗଲ ସାଙ୍ଗକୁ ଅଭୟାରଣ୍ୟରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ନୀଳଗାଇ, ବଜ୍ରକାପ୍ତା, ମୟୂର ଇତ୍ୟାଦି ଜୀବଜନ୍ତୁ ଦେଖିବାକୁ ପାଇବେ ।  କୁଳଡିହା ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସୁବନ୍ଦବସ୍ତ କରାଯାଇଛି ବୋଲି କହିଛନ୍ତି ରେଞ୍ଜର ।
 

SECOND
45m ago
ଶନିବାର ଥମିଛି ପ୍ରଚାର, ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଶନିବାର ଥମିଛି ପ୍ରଚାର । ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଜନତାଙ୍କ ମନ ଜିତିବା ସହ ବିକାଶ ଓ ନି
LOW PRESSURE
ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା, ପାଣିପାଗ ବିଭାଗର ସୂଚନା
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲ
IPL-2024
ରୋମାଞ୍ଚକର ସ୍ଥିତିରେ IPL-2024, ପ୍ଲେଅଫ୍‌ରେ ଆର୍‌ସିବି
ଅର୍ଗସ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ IPL-2024 । ପ୍ଲେଅଫ୍‌ରେ ଆର୍‌ସିବି । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଛକୁ ହଟାଇ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜ