ଆଜିଠୁ ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ
by Argus News
Fri, Mar 01 | 10:15 a.m.

ଅର୍ଗସ ବ୍ୟୁରୋ : ଆଜିଠୁ ଦୁଇଦିନିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ ଆଇଆଇଏମ ସମ୍ବଲପୁରରେ ହଣ୍ଡ୍ରେଡ୍ କ୍ୟୁବ୍ ଷ୍ଟାର୍ଟଅପର ଶୁଭାରମ୍ଭ କରିବା ସହ ବିଭିନ୍ନ ସରକାରୀ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବେ। ଓଡ଼ିଶାରେ ଯୁବପିଢିଙ୍କ ମାଧ୍ୟମରେ ନବସୃଜନରୁ ନବଉଦ୍ୟୋଗ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଆଇଆଇଟି ଭୁବନେଶ୍ୱର ପରେ ଆଇଆଇଏମ ସମ୍ବଲପୁରରେ ଏହା ହେଉଛି ଦ୍ୱିତୀୟ କାର୍ଯ୍ୟକ୍ରମ।

ଅଧିକ ପଢନ୍ତୁ : ଦେଶର ସବୁଠୁ ଶକ୍ତିଶାଳୀ ଓଡ଼ିଆ ରାଜନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ NSDC ଏବଂ ବଜାଜ ଫିନସର୍ଭ ପକ୍ଷରୁ ଆୟୋଜିତ “ପ୍ରୋଜେକ୍ଟ ଓଡିସର୍ଭ”ର ଶୁଭାରମ୍ଭ କରିବେ । “ପ୍ରୋଜେକ୍ଟ ଓଡିସର୍ଭ” ହେଉଛି ଆର୍ଥିକ ସେବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ । ଯେଉଁ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ ଆର୍ଥିକ ସେବା କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯିବ ।  ଏହି ଦିନ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଷ୍ଟେସନରେ ‘ସମ୍ବଲପୁର ହଟିଆ – ଗୋରଖପୁର ମୌର୍ଯ୍ୟ' ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିବେ।

ଆଜିଠାରୁ ଏକମାସ
6m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
27m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
29m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି