ଗାଁକୁ ଏଯାଏଁ ସଂଯୋଗ ହୋଇନି ପକ୍କା ରାସ୍ତା
by Argus News
Wed, Dec 04 | 6:35 p.m.

ଅର୍ଗସ ବ୍ୟୁରୋ:  ଦୁର୍ଗମ ଆଦିବାସୀ ଅଧୁଷିତ ଅଞ୍ଚଳବାସୀଙ୍କୁ ବିକାଶ ପ୍ରହସନ । ଯୋଜନା ଆଳରେ ପୂର୍ବ ସରକାରର ପ୍ରତାରଣା। ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ, ଆବାସ ଯୋଜନା, ପକ୍କା ରାସ୍ତାର ଡିଣ୍ଡିମ ପିଟୁଥିବା ପୂର୍ବ ସରକାରର ଏ ଥିଲା ବାସ୍ତବ ଚିତ୍ର। କୋରାପୁଟ ଜିଲ୍ଲା ବନ୍ଧୁ ଗାଁ ବ୍ଲକ୍ ଅନ୍ତର୍ଗତ ନୀଳବାଡି ପଞ୍ଚାୟତର ସାବଡାମ୍ ଗାଆଁ । ଗାଁକୁ ଯିବାକୁ ହେଲେ ୩ କିଲୋମିଟର ପାହାଡ଼ ଚଢି ପାଦଚଲା ରାସ୍ତା ଦେଇ ଯିବାକୁ ପଡେ। ତଳ ସାହି ଉପର ସାହି ମିଶି ଗାଁରେ 35 ଆଦିବାସି ପରିବାରର ପ୍ରାୟ 120 ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି।  କିନ୍ତୁ ଗାଁକୁ ଏଯାଏଁ ପକ୍କାରାସ୍ତା ସଂଯୋଗ ହୋଇନି। ଯେଉଁ କଚ୍ଚା ରାସ୍ତା ରହିଛି ତାର ଅବସ୍ଥା ବି ସଙ୍ଗିନ। ଗୁରୁତର ରୋଗୀ କିମ୍ବା ଗର୍ଭବତୀଙ୍କୁ ଖଟିଆ ହିଁ ସାହାରା।

ଗାଁରେ ସରକାରୀ ଯୋଜନା ସାତ ସପନ। ଆବାସ ଯୋଜନା ପାଇବାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ।  ଝାଟି ମାଟି କୁଡିଆରେ କଟୁଛି ଜୀବନ। ନା ଶିକ୍ଷା, ନା ସ୍ବାସ୍ଥ୍ୟ ସେବା। ଶୁଦ୍ଧ ପାନୀୟ ଜଳ କହିଲେ କଣ ଏଠିକାର ଅଞ୍ଚଳବାସୀ ଜାଣି ନାହାନ୍ତି। ମୌଳିକ ସୁବିଧା ପାଇଁ ଗ୍ରାମବାସୀ ସ୍ଥାନୀୟ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଫଳଶୂନ ରହିଛି।
 

ବିଜେଡି ସରକାର
18m ago
ବିଜେଡି ସରକାର ବେଳର ବଡ କେଳେଙ୍କାରୀ ଧରିଲେ ସିଏଜି
ଅର୍ଗସ ବ୍ୟୁରୋ : ବର୍ଷା ଜଳ ନିଷ୍କାସନ ନାଁରେ ମହାନଗରବାସୀଙ୍କୁ ଭୁଆଁ ବୁଲାଉଥିଲେ ପୂର୍ବ ବିଜେଡି ସରକାର । ଆଉ ସେତେବେଳେ ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଥିଲେ ପାଣ୍ଡିଆନ କୋଟେରୀ
CBI
19m ago
CBI ପଞ୍ଝାରେ ସରକାରୀ କର୍ମଚାରୀଙ୍କ ସହ କନଷ୍ଟ୍ରକସନ୍ କମ୍ପାନୀର ମାଲିକ ଓ ଆର୍କିଟେକ୍
ଅର୍ଗସ ବ୍ୟୁରୋ: ଶନିବାର ରାତି ପ୍ରାୟ ସାଢ଼େ 9ଟା। ଭୁବନେଶ୍ବର ଜୟଦେବ ବିହାରରେ ଥିବା ଏକ ତାରକା ହୋଟେଲ୍ ନିକଟରେ ରାସ୍ତା ଉପରେ ହଠାତ୍ ବଢ଼ିଗଲା ହଲଚଲ। କଳା ରଙ୍ଗର ଏଇ ମର୍ସିଡିସ
ସିରିଆ
21m ago
ବିଦ୍ରୋହ ନିଆଁରେ ଜଳୁଛି ସିରିଆ , ଦାମାସ୍କସ୍‌ରେ ବିଦ୍ରୋହୀଙ୍କ କବ୍‌ଜା
ଅର୍ଗସ ବ୍ୟୁରୋ : ଭୟଙ୍କର ହେଲାଣି ସିରିଆ ଗୃହଯୁଦ୍ଧ । ବିଦ୍ରୋହ ନିଆଁରେ ଜଳୁଛି ସିରିଆ । ଦାମାସ୍କସ୍‌ରେ ବିଦ୍ରୋହୀଙ୍କ କବ୍‌ଜା । ସିରିଆ ରାଜଧାନୀ ଦାମାସ୍କସ୍‌ରେ ପଶିଲ
ଗୁରୁତ୍ୱପୂର୍ଣ୍ଣ ବୈଠକ
25m ago
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ
ଅର୍ଗସ ବ୍ୟୁରୋ : ଆସନ୍ତା 10 ତାରିଖରେ ଅନୁଷ୍ଠିତ ହେବ ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବାକୁଥିବ
ଚାଷୀ
28m ago
ଚାଷୀ ଓଠରେ ଫୁଟିଲା ହସ
ଅର୍ଗସ ବ୍ୟୁରୋ: 800 ଟଙ୍କା ଇନପୁଟ୍ ସବିସିଡି ଚାଷୀଙ୍କ ମନରେ ଭରି ଦେଇଛି ଖୁସି । ପୂରଣ ହୋଇଛି ଚାଷୀଙ୍କ ଦୀର୍ଘ ଦିନର ସ୍ବପ୍ନ । ପ୍ରତିଶ୍ରୁତି ଦେବାର 6 ମାସ ମଧ୍ୟରେ ପୂର