ଏମିତି ଏକ ଦେଶ ଅଛି ଯେଉଁଠି କ୍ରିକେଟ ଖେଳିବା ମନା
by Argus News
Fri, Sep 13 | 7:58 a.m.

ଅର୍ଗସ ବ୍ୟୁରୋ: କେବେ ଶୁଣିଛନ୍ତି, କ୍ରିକେଟ ଖେଳିଲେ ଦେବାକୁ ହୁଏ ଜରିମାନା? ହଁ ଏମିତି ଏକ ଦେଶ ଅଛି ଯେଉଁଠି କ୍ରିକେଟ ଖେଳିବା ହେଉଛି ଅପରାଧ। କ୍ରିକେଟ ଖେଳିଲେ ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ଯାଏ ସେଠାରେ ଓ ଆଦାୟ କରେ ମୋଟା ତଣ୍ଡ । ଭାରତୀୟ କରେନ୍ସିରେ ଯାହାର ମୂଲ୍ୟ ପ୍ରାୟ ୯୨୦୦ ଟଙ୍କା । କେହି କାଳେ କେତେବେଳେ କ୍ରିକେଟ ଖେଲିବ ବୋଲି, ଗଳି, କନ୍ଦି, ଖେଳ ପଡିଆରେ ସବୁଠି ଲାଗିଛି କ୍ୟାମେରା ।

ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ କ୍ରିକେଟ। ମାତ୍ର ଏହାକୁ ବ୍ୟାନ କରାଯିବା ପଛରେ କଣ ରହିଛି କାରଣ ବୋଲି ଆପଣ ଭାବୁଥିବେ ନିଶ୍ଚୟ। କାରଣ ଏହି ସହରର ମୋଟ ଜନସଂଖ୍ୟା ୩୦ ହଜାର। ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ହେଉଛନ୍ତି ବାଙ୍ଗଲାଦେଶୀ ସଂଖ୍ୟା ଲଘୁ ସଂପ୍ରଦାୟର। ଆଉ ବାଙ୍ଗଲାଦେଶରେ କ୍ରିକେଟ ପ୍ରତି ଲୋକଙ୍କ ଭିତରେ ରହିଛି କ୍ରେଜ। 

୧୯୯୦ ଦଶକରେ କ୍ରୁଜସିପ ତିଆରି ପାଇଁ ବାଙ୍ଗଲାଦେଶରୁ ଶ୍ରମିକ ଆସିଥିଲେ । ଧୀରେ ଧୀରେ ସେହି ସହରରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ସେମାନେ କ୍ରିକେଟରେ ବହୁ ସମୟ ଦେଉଥିଲେ। ସାର୍ବଜନୀନ ସ୍ଥାନରେ ନମାଜ ପଢୁଥିଲେ । ଯାହା ସେହି ସହରର ସ୍ଥାୟୀ ବାସିନ୍ଦାଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କଲା । ସେଠାକାର ସାଂସ୍କୃତିକ ଅସ୍ମିତା ପ୍ରତି ବିପଦ ସୃଷ୍ଟି କଲା । ଯାହାକୁ ନିର୍ବାଚନରେ ମୁଦ୍ଦାକଲା ବାମପନ୍ଥୀ ପାର୍ଟି । ପାର୍ଟିର ନେତା ମାରିୟା ସିସିଏନ ଏହି ମୁଦ୍ଦାକୁ ନେଇ ମୈଦାନକୁ ଓହ୍ଲାଇଲେ। କ୍ରିକେଟକୁ ବାଙ୍ଗଲାଦେଶୀ ସଂଖ୍ୟାଲଘୁ ସଂପ୍ରଦାୟ ବିରୋଧରେ ପ୍ରତୀକ ଭାବେ ବ୍ୟବହାର କରି ଖେଳକୁ ବ୍ୟାନ କରିଦିଆଗଲା। 
ମାତ୍ର ଆପଣ ଥରୁଟିଏ ଭାବନ୍ତୁ ଯଦି ଭାରତରେ କ୍ରିକେଟ ଖେଳିବାକୁ କେହି ବନ୍ଦ କରିଥାନ୍ତା। ତାହେଲେ ଅବସ୍ଥା ଆପଣଙ୍କୁ ଜଣା।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ଗୁଟଖା
26m ago
ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉ
ବ୍ରହ୍ମପୁର: ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉ। ଲକ୍ଷାଧିକ ଟଙ୍କାର ମେସିନ ଗୁଟଖା ଜବତ । ଗଂଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଉଁଶିଆପାଲ୍ଲୀରେ ଥିବା ନୀଳଚକ୍ର ପ୍ରଡକ୍ସନରେ ଦୀର୍
ହରିଲୁଟ
48m ago
ଚୂନ ମାରି ମିଳିମିଶି ଖାଇଗଲେ କୋଟି କୋଟି ଟଙ୍କା
ନୂଆପଡା: ଶିକ୍ଷାର ବିକାଶ ଲାଗି ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ଏଠି ନିମ୍ନମାନର ସାମଗ୍ରୀ ଯୋଗାଇ ମାଲେମାଲ୍ ଇଞ୍ଜିନିୟର୍ । ନୂଆପଡ଼ା ଜିଲ୍ଲାରୁ ଆସିଲ
ବନ ବିଭାଗ
57m ago
ହାତୀ ମୃତ୍ୟୁ ଘଟଣାରେ  ବନ ବିଭାଗ କର୍ମଚାରୀଙ୍କୁ ଗିରଫ କଲା ବନ ବିଭାଗ
ବାଲେଶ୍ୱର: ବନ ବିଭାଗ କର୍ମଚାରୀଙ୍କୁ ଗିରଫ କଲା ବନ ବିଭାଗ। ହାତୀ ମୃତ୍ୟୁ ଘଟଣା ରେ ସୋର ରେଞ୍ଜ ଔପଦା ବେତେଇ ଫରେଷ୍ଟ ଗାର୍ଡ ପଦ୍ମଲୋଚନ ପାତ୍ର ସହ ୪ ସବୁଜ ବାହିନୀ କର୍ମଚାର