ଅକ୍ଟୋବରରେ ୧୫ ଦିନ ଛୁଟି ରହିବ ବ୍ୟାଙ୍କ
by Argus News
Tue, Oct 01 | 6:25 p.m.

ଅର୍ଗସ ବ୍ୟୁରୋ :  ବ୍ୟାଙ୍କରେ ଜଦି କିଛି ଗୁରୁତ୍ବପୂର୍ଣ୍ଣ କାମ ରହିଛି, ତେବେ ଜଲଦି ଶେଷ କରିବାକୁ ଚେଷ୍ଟା କରନ୍ତୁ । କାରଣ ବ୍ୟାଙ୍କ ଛୁଟି ୧୫ ଦିନ ରହିବ। ଆରବିଆଇର ସୂଚନା ମୁତାବକ,  ଅକ୍ଟୋବର ମାସରେ ବିଭିନ୍ନ ପର୍ବପର୍ବାଣୀ ଥିବାରୁ ଅଧିକ ଦିନ ଛୁଟି ରହିବ ବ୍ୟାଙ୍କ । ତେବେ ସବୁ ରାଜ୍ୟ ପାଇଁ ଅଲଗା ଅଲଗା ଛୁଟିଦିନ ରହିଛି । ଆସନ୍ତୁ ଜାଣିବା କେଉଁକେଉଁ ଦିନ ଛୁଟି ରହିବ ବ୍ୟାଙ୍କ । ଆଜି ଅକ୍ଟୋବର ୧ ରେ ଜାମ୍ମୁ କାଶ୍ମୀରର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଶେଷ ହୋଇଛି । ଯେଉଁଥିପାଇଁ ବ୍ୟାଙ୍କ ବ୍ୟବସ୍ଥା ବନ୍ଦ ରହିଛି । ସେହପରି ଆସନ୍ତା କାଲି ଗାନ୍ଧିଜୟନ୍ତୀ ପାଇଁ ମଧ୍ୟ ବନ୍ଦ ରହିବ ବ୍ୟାଙ୍କ ।୩ ଅକ୍ଟୋବରରେ ନବରାତ୍ରୀ ଉତ୍ସବ  ଆରମ୍ଭ ହେଉଥିବାରୁ ଜୟପୁରରେ ବ୍ୟାଙ୍କ ହଲିଡେ ରହିଛି । 

ଅଧିକ ପଢନ୍ତୁ : ଓ୍ବାର୍କ ପ୍ରେସର ନେଉଛି ଜୀବନ

ଅକ୍ଟୋବର ୧୦ରେ ମହାସପ୍ତମୀ ଉପଲକ୍ଷେ ଅଗରତାଲା , ଗୌହାଟୀ, କୋହିମା ଏବଂ କୋଲକାତାରେ ବ୍ୟାଙ୍କ ଛୁଟି ରହିବ । ୧୧ ସେପ୍ଟେମ୍ବରରେ ଦଶହରା ପାଇଁ ବ୍ୟାଙ୍ଗଲୁର, ଭୁବନେଶ୍ବର, ଚେନ୍ନାଇ, ଗ୍ୟାଙ୍ଗଟକ, ରାଞ୍ଚି ଆଦି ସହରରେ ବ୍ୟଙ୍କ ବ୍ୟବସ୍ଥା ବନ୍ଦ ରହିବ । ପୁଣି ୧୨ ଅକ୍ଟୋବରରେ ସେକେଣ୍ଡ ସଟର୍ଡେ ପାଇଁ ଛୁଟି ରହିବ ବ୍ୟାଙ୍କ । ସେହିପରି ୧୩ ରେ ରବିବାର ଥିବାବେଳେ ୧୪ ରେ ଦଶମୀ ପାଇଁ ଗ୍ୟାଙ୍ଗଟକରେ ବ୍ୟାଙ୍କ ବନ୍ଦ ରହିବ । 

୧୬ରେ ଲକ୍ଷ୍ମୀପୂଜା ପାଇଁ ଅଗରତାଲା, କୋଲକାତାରେ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ । ଏଥିସହ ୧୭ ଅକ୍ଟୋବରରେ ମହର୍ଷି ବାଲ୍ମିକୀ ଜୟନ୍ତୀକୁ ନେଇ ବ୍ୟାଙ୍ଗଲୋର , ଗୌହାଟୀ ଏବଂ ସିମଲାରେ ବନ୍ଦ ରହିବ ବ୍ୟାଙ୍କ । ୨୦,୨୬,୨୭ ରେ ଶନିବାର , ରବିବାର ଯୋଗୁଁ ବ୍ୟାଙ୍କ ସେବା ବନ୍ଦ ରହିବ । ସେହିପରି ଶେଷରେ ୩୧ ଅକ୍ଟୋବରକୁ ଦିପାବଳୀ ପାଇଁ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।
  
 

ରାଜଧାନୀରେ
ରାଜଧାନୀରେ ଲଜ୍ଜା: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ଅର୍ଗସ ବ୍ୟୁରୋ: ରାଜଧାନୀରେ ଜଣେ ମହିଳାଙ୍କୁ କେତେକ ଚୋର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ହୋଇଛି। ଘରେ ମହିଳାଙ୍କ ସହ ତାଙ୍କ ଦୁଇ ବର୍ଷର ଛୁ
ମାହାଙ୍ଗା ଡବଲ
ମାହାଙ୍ଗା ଡବଲ ମର୍ଡର ଘଟଣା: ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି
ଅର୍ଗସ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ଆଇନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି। ସାଲେପୁର JMFC କୋର୍ଟଙ୍କ ରାୟକୁ ଖାରଜ କଲ
ଟେଷ୍ଟ ମ୍ୟାଚରେ
ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ଆଉ ଏକ ବଡ଼ ଧମାକା
ଅର୍ଗସ ବ୍ୟୁରୋ: କାନପୁର ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ହରାଇବା ସହ ଇତିହାସ ରଚିଛି। ଭାରତ କାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶରେ ୭ ୱିକେଟରେ ବିଜୟ ହାସଲ କରିଛି