ସବୁ ପଞ୍ଚାୟତରୁ ଯୁବକ ଯୁବତୀଙ୍କୁ ମିଳିବ ଚାକିରି
by Argus News
Sun, Apr 28 | 2:51 p.m.

ଅର୍ଗସ ବ୍ୟୁରୋ : ଆଉ ରହିବେ ନାହିଁ  ଧାମନଗର ଅଞ୍ଚଳରେ ବେକାରୀ ଯୁବକ ଯୁବତୀ । ଆଉ ଯିବେ ନାହିଁ ଧାମନଗର ଅଞ୍ଚଳର ପାଠ ପଢୁଆ ଯୁବକ ଯୁବତୀ ଦାଦନ । ବେକାରୀ ସମସ୍ୟାର ଖୁବ୍ ଶୀଘ୍ର ହେବ ସମାଧାନ । ସବୁ ପଞ୍ଚାୟତରୁ ୧୦୦ ଯୁବକ ଯୁବତୀଙ୍କୁ ମିଳିବ ଚାକିରି । ଏଭଳି କିଛି କହିଛନ୍ତି, ଧାମନଗର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ୍ । ସେହିପରି ଭଦ୍ରକ ଧାମନଗର ଛକ ଠାରେ ନିର୍ମାଣ ହେଇଥିବା ଟେକ୍ସଟାଇଲ ପାର୍କ ଧାମନଗର ଓ ଭଦ୍ରକ ଜିଲ୍ଲାର ବେକାରୀ ସମସ୍ୟା ମଧ୍ୟ ଦୁର କରିବ ।

ଏହା ସହ ସୂର୍ଯ୍ୟବଂଶୀ ସୁରଜ୍ କହିଛନ୍ତି, ରାଜ୍ୟ ସରକାର ୨୫ ବର୍ଷ ସରକାର ବେକାରୀ ସମସ୍ୟା ଦୁର କରିବାରେ ବିଫଳ ହୋଇଛନ୍ତି । ଯାହା ଏବେ ଧାମନଗର ଅସୁରାଳି ଠାରେ ଭାରତର ପଞ୍ଚମ ସ୍ଥାନର ଥିବା ଏକ SiKLL INDIA ପକ୍ଷରୁ ଶିଳ୍ପ କେନ୍ଦ୍ର କରିବା ସହ, ଧାମନଗର ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ତାଲିମ୍ ଦିଆଯିବ । ଯାହା ଆଗାମୀ ଦିନରେ ଏହା ଧାମନଗର ଅଞ୍ଚଳର ବେକାରୀ ସମସ୍ୟା ମଧ୍ୟ ଦୁର କରିବ । 

 

ସୂର୍ଯ୍ୟବଂଶୀ ସୁରଜଙ୍କର ଏଭଳି ପ୍ରତିଶ୍ରୁତିକୁ ଭରସା ଯୋଗ୍ୟ ବୋଲି କହିଛନ୍ତି, ଧାମନଗର ଅଞ୍ଚଳର ଯୁବକ ଓ ଶିକ୍ଷାବିତ ମାନେ କହିଛନ୍ତି । ତେବେ ରାଜ୍ୟ ସରକାର ୨୫ ବର୍ଷ ଭିତରେ ବେକାରୀ ସମସ୍ୟା ଦୁର କରି ପାରିଲେ ନାହିଁ । ତାହା ଏବେ ଧାମନଗର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ୍ କରିବେ ବୋଲି ସମସ୍ତଙ୍କର ଭରସା ମଧ୍ୟ ରହିଅଛି । 
 

RAHUL
55m ago
ବଲାଙ୍ଗିର ଜନସଭାରେ ଯୋଗ ଦେବେ ରାହୁଲ
ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି। ମେ’ ୧୫ ରେ ବଲାଙ୍ଗିର ଜନସଭାରେ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରୁ ବାଇକ ରାଲି ସହ ସବୁଠି ପ୍ରଚାର କର
NAVEEN PATNAIK
ନବୀନଙ୍କୁ ଫଶାଇଦେଲା ଭାରତ ରତ୍ନ ପ୍ରସଙ୍ଗ !
ଅର୍ଗସ ବ୍ୟୁରୋ : ସ୍ଵାର୍ଥପରର ସୀମାପାର କଲେଣି ମୁଖ୍ୟମନ୍ତ୍ରୀ । ଓଡ଼ିଶା ପାଇଁ ବିଜୁ ବାବୁଙ୍କ ଅନେକ ଅବଦାନ ଅଛି ଆମେ ଜମାରୁ ଅସ୍ଵୀକାର କରୁନୁ । ହେଲେ ରାଜ୍ୟରେ ଶହଶହ ବରପୁତ୍ର ଅଛନ୍ତି
PURI
ରତ୍ନଭଣ୍ଡାର ଚାବି ହଜାଇଛି କିଏ ?
ଅର୍ଗସ ବ୍ୟୁରୋ: ନବୀନ ବାବୁ କହିଲେ ଓଡ଼ିଆଙ୍କ ପାଇଁ ଚିନ୍ତା କରନ୍ତିନି ମୋଦି । ହେଲେ ପ୍ରକୃତରେ ଓଡ଼ିଆଙ୍କ ଲାଗି ଚିନ୍ତା କରନ୍ତି କିଏ ? ସେନେଇ ଗୋଟି ଗୋଟି ଗୁମର ଖୋଲିଦେଲେ ଧର୍ମେନ୍ଦ୍ର