ନବରାତ୍ରୀ ସମୟରେ ଏହି ୪ ରାଶି ଚମକିବ
by Argus News
Fri, Oct 04 | 6:54 p.m.

ଅର୍ଗସ ବ୍ୟୁରୋ: ନବରାତ୍ରୀ ୯ ଦିନ ଧରି ଦେବୀଙ୍କ ଆରାଧନା ହେବ । ଏହି ସମୟ ମଧ୍ୟରେ ୪ ରାଶିଙ୍କ ଚମତ୍କାର ହେବ । ପଢ଼ନ୍ତୁ କେଉଁ ରାଶି ପାଇଁ ନବରାତ୍ରୀ ଆଣିବ ସୁଖ ସମୃଦ୍ଧି ।୯ ଦିନ ଧରି ମା' ଦୁର୍ଗାଙ୍କର ବିଭିନ୍ନ ସ୍ଵରୂପ ପୂଜା କରାଯିବ । ବିଶ୍ବାସ କରାଯାଏ ଯେ, ନବରାତ୍ରୀର ୯ ଦିନ ଦେବୀ ମା' ପୃଥିବୀପୃଷ୍ଠରେ ଭ୍ରମଣ କରି ଭକ୍ତଙ୍କ ଦୁଃଖକଷ୍ଟ ଦୂର କରନ୍ତି । ମା' ଧରା ପୃଷ୍ଠରେ ଅବତରଣ କରୁଥିବାରୁ ବିଶ୍ବରେ ଥିବା ସମସ୍ତ ନକରାତ୍ମକ ଶକ୍ତିର ପ୍ରଭାବ ହ୍ରାସ ପାଇବ । ଫଳରେ ସାରା ବ୍ରହ୍ମାଣ୍ଡରେ ସକରାତ୍ମକ ଶକ୍ତି ବଡ଼ିବା ସହ ଅନେକ ରାଶିରେ ଏହାର ପ୍ରଭାବ ପଡ଼ିବ । ମା'ଙ୍କ କୃପାରୁ କିଛି ରାଶିରେ ବିଶେଷ ଉନ୍ନତି ଘଟିବା ସହ ଅର୍ଥ ଲାଭ ହେବ । ନବରାତ୍ରୀ ମଧ୍ୟରେ ୪ ରାଶି ଭାଗ୍ୟର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଆର୍ଥିକ ସମସ୍ୟା ଦୂର ହେବା ସହ ଆୟର ନୂଆ ଉତ୍ସ ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ । ତେବେ ନବରାତ୍ରୀ ତେବେ କେଉଁ ରାଶି ପାଇଁ ଶୁଭ ଫଳ ଦେବ ଜାଣନ୍ତୁ

ମିଥୁନ:- ନବରାତ୍ରୀ ଆପଣଙ୍କୁ ଉପରେ ବିଶେଷ ପ୍ରଭାବ ପକାଇବ । ଦେବୀଙ୍କ ଆଶୀର୍ବାଦରୁ କରଜ ମୁକ୍ତ ହେବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।ଅନ୍ୟପାଖରେ ଅଟକି ରହିଥିବା ଆପଣଙ୍କ ଟଙ୍କା ସୁଧମୂଳ ସହ ଫେରି ପାଇବେ । ସେଭିଂ କରିବେ । ନବରାତ୍ରୀର ୭ମ ଦିନ ଆପଣଙ୍କୁ ମୋଟା ଅଙ୍କର ଟଙ୍କା ମିଳିବାର ଯୋଗ ରହିଛି । କର୍ମକ୍ଷେତ୍ରରେ ପଦୋନ୍ନତି ସହିତ ନିଜର ଦବଦବା ବୃଦ୍ଧି ପାଇବ । ଚାକିରି କରିଥିବା ବ୍ୟକ୍ତିମାନଙ୍କ ପଦୋନ୍ନତି ହେବାର ଅନେକ ସମ୍ଭାବନା ରହିଛି । ଆମଦାନୀ ବୃଦ୍ଧି ଯେଉଁଥିରୁ ଆପଣଙ୍କୁ ଅନେକ ଲାଭ ହେବ । 

କନ୍ୟା:- ନବରାତ୍ରୀ ପରଠାରୁ ଆପଣଙ୍କ ଜୀବନେର ବଡ଼ ପରିବର୍ତ୍ତନ ଘଟିବ । କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ । ସମାଜରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ସଙ୍କଟରୁ ମୁକ୍ତି ପାଇବେ । ନବରାତ୍ରୀର ୬ଷ୍ଠ ଦିନରେ ଆପଣଙ୍କୁ ଆକଷ୍ମିକ ଧନ ପ୍ରାପ୍ତ ହେବ । ଟଙ୍କା ରୋଜଗାର କରିବାର ନୂଆ ସୁଯୋଗ ପାଇବେ । କ୍ୟାରିୟର କ୍ଷେତ୍ରରେ ଚାପ ଅନୁଭବ କରୁଥିଲେ ସେଥିରୁ ମୁକ୍ତି ପାଇବେ । ଆପଣଙ୍କ ଉପରେ ଦେବୀ ଦୁର୍ଗାଙ୍କ ଅଶେଷ କୃପାଲାଭ ହେବ । 

ଧନୁ:- ଆପଣଙ୍କ ରାଶିରେ ଗ୍ରହ ଚଳନ ଦୃଢ଼ ରହିଥିବାରୁ ଆପଣ ଶକ୍ତିଶାଳୀ ଅନୁଭବ କରିବେ । ନବରାତ୍ରୀରେ ନୂତନ ବ୍ୟବସାୟ ଆରମ୍ଭ କରିବେ । ମହାଷ୍ଟମୀରେ ଆପଣଙ୍କୁ ଏକ ମୂଲ୍ୟବାନ ଧାତୁ ମିଳିପାରେ । ଆପଣଙ୍କ ଗୃହରେ ପୂର୍ବ-ଦକ୍ଷିଣ ଦିଗରେ ରହୁଥିବା କୌଣସି ବନ୍ଧୁଙ୍କ ସହାୟତା ପାଇଁ ଆଗକୁ ବଢ଼ିବେ । ନିବେଶରୁ ଲାଭବାନ ହେବ । ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ଚାକିରିରେ ପ୍ରମୋସନ ହୋଇପାରେ। ବ୍ୟବସାୟ କ୍ଷେତ୍ରରେ ଅଗ୍ରଗତି କରିବେ ।

ମୀନ:- ନବରାତ୍ରୀରେ ମା' ମହିଷାମର୍ଦ୍ଦିନୀଙ୍କ କୃପାରୁ ମୀନ ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ । ନବମୀ ଦିନ ଆପଣଙ୍କୁ ଏକ ବଡ଼ ଖୁସି ଖବର ପ୍ରାପ୍ତ ହେବ । ବ୍ୟବସାୟୀଙ୍କୁ ବଡ଼ ଚୁକ୍ତି ସ୍ବାକ୍ଷର କରିବାର ହୋଇପାରେ । ଯେଉଁ କାର୍ଯ୍ୟରେ ହାତ ଦେବେ ସବୁଥିରେ ସଫଳତା ପାଇବେ । ସନ୍ତାନସନ୍ତତିଙ୍କ ପକ୍ଷରୁ ଖୁସି ଖବର ମିଳିପାରେ । ରୋଜଗାର କରିବାର ନୂତନ ଉତ୍ସ ଆପଣଙ୍କୁ ଦେଖାଯିବ । 

 

ମେଳି କର୍ପୋରେଟର
ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର
ଭୁବନେଶ୍ୱର: ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର । ନବୀନ ନିବାସ ଯାଇ ଭେଟିଲେ । ଏହି କର୍ପୋରେଟର ଗୋଷ୍ଠୀ କିଛି ଦିନ ତଳେ ଶଙ୍ଖ ଭବନରେ ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା
ବିନାଶକାରୀ ଯୁଦ୍ଧ
ଇସ୍ରାଏଲ୍ ର ଫୋର ଫ୍ରଣ୍ଟ ଆଟାକ୍
ଅର୍ଗସ ବ୍ୟୁରୋ: ଯୁଦ୍ଧ ..ବିନାଶକାରୀ ଯୁଦ୍ଧ...ନା ହଟିବ ନା ଝୁକିବ...ହିଜବୁଲ୍ଲା ବିନାଶ ମୋଡ ରେ ଇସ୍ରାଏଲ୍..ଗୋଟିଏ ପରେ ଗୋଟିଏ ହିଜବୁଲ୍ଲା କମାଣ୍ଡର ଙ୍କୁ ଖୋଜି ଖୋଜି ଧ୍ବସ କରୁଛ
ଶିକ୍ଷକ ନିଯୁକ୍ତି ଦାବି
ସାମ୍ନାକୁ ଆସିଲା ବିଜେଡିର ଦୋମୁହାଁ ଚରିତ୍ର
ଅର୍ଗସ ବ୍ୟୁରୋ: ଜିଲ୍ଲାଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦିଆଯାଇଥିଲା ବନ୍ଦ ଡାକରା । ରାସ୍ତାକୁ ଓହ୍ଲାଇଥିଲେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ନେତା