ଟଙ୍କା ଠକେଇ କରିଛନ୍ତି, ଜେଲ ଯିବେ ନେତା !
by Argus News
Fri, Jan 05 | 8:20 p.m.

ଅର୍ଗସ ବ୍ୟୁରୋ: ଆଉ ଚଳିବନି ବିଜେଡିର ହୀନ ରାଜନୀତି । ୨୪ ନିର୍ବାଚନରେ ବିଜେପି ସରକାର କରିବ, ଯେଉଁ ଶଙ୍ଖ ଦଳର ନେତାମାନେ ଗରିବ ଖଟିଖିଆ ଲୋକଙ୍କ ଟଙ୍କା ଆତ୍ମସାତ୍‌ କରି ମଉଜ ମଜଲିସ କରୁଛନ୍ତି ସେମାନେ ଜେଲକୁ ଯିବେ । ଏମିତିକି ଏବେଠୁ ଜେଲର କୋଠରୀ ତାଙ୍କୁ ଅନାଇ ବସିଛି ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ । ପ୍ରଦୀଙ୍କର ଏପରି ସାଙ୍ଘାତିକ ବୟାନ ପରେ ତେଜିଲାଣି ରାଜନୀତି ।

ରାଜ୍ୟକୁ ବିଭିନ୍ନ ଚିଟଫଣ୍ଡ କମ୍ପାନୀକୁ ଡାକି ଫିତା କାଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ସୁଧ ହାରରେ ବିଭିନ୍ନ କମ୍ପାନୀରେ ଟଙ୍କା ଲଗାଇଥିଲେ ଲୋକେ । ହେଲେ କିଛିଦିନ ପରେ କମ୍ପାନୀ ତ ଗଲା...ଲୋକଙ୍କୁ ବି ଚୂନା ଲଗାଇଦେଲା । ଆଉ ଝାଳବୁହା ଧନକୁ ହରାଇ ଯେତେ କାନ୍ଦିଲେ କି ଛଟପଟ ହେଲେ ଲାଭ କିଛି ହେଲା ନାହିଁ । ବାରମ୍ବାର ଦାବି କରାଗଲା ଫେରସ୍ତ ହେଉ ଚିଟଫଣ୍ଡ ଟଙ୍କା । କିନ୍ତୁ ନିର୍ବାଚନ ପୂର୍ବରୁ ଟଙ୍କା ଫେରାଇବା ପାଇଁ କମିଶନ ବସାଇଲେ, ହେଲେ ଆଜିଯାଏଁ ଟଙ୍କା ଫେରିଲା ନାହିଁ । ଯାହାକୁ ନେଇ କୁହୁଳିବାରେ ଲାଗିଛି ଅସନ୍ତୋଷର ନିଆଁ ।

ସବୁଠୁ ବଡ଼ କଥା ହେଲା ୨୪ ନିର୍ବାଚନରେ ବିଜେପି ହିଁ ସରକାର କରିବ । ଏହାସହ ଯେଉଁଦିନ ସରକାର କରିବ ସେହି ଦିନ ହିଁ ଲୋକଙ୍କ ଟଙ୍କା ଫେରାଇବାକୁ ଅର୍ଡିନାନ୍ସ ଅଣାଯିବ ବୋଲି ପ୍ରଦୀପ କହିଛନ୍ତି । ତେବେ ଗତକାଲି ଚିଟଫଣ୍ଡ ସଂସ୍ଥା ଏଟି ଗ୍ରୁପ ସ୍ଥାବର ଓ ଅସ୍ଥାବର ସଂପତ୍ତି ବ୍ୟାଜାପ୍ତି ପାଇଁ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେବା ପରେ ପୁଣି ତାଜା ହୋଇଛି ଏହି ପ୍ରସଙ୍ଗ । କର୍ପସ୍ ଫଣ୍ଡ ଆଉ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପ୍ରତିଶ୍ରୁତି ଦେଇ ଦୁଇ ଦୁଇଟି ନିର୍ବାଚନ ବୈତରଣୀ ପାର ହେଲାଣି ବିଜେଡି । ହେଲେ ଏବେ ବି ଶତ ପ୍ରତିଶତ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରାଇବାରେ ବିଫଳ ହୋଇଛନ୍ତି ସରକାର । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛି କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚ। ଆଉ ଏତିକି ବେଳେ ଟଙ୍କା ଫେରାଇବାର ପ୍ରତିଶ୍ରୁତି ବିଜେପି ଦେଇଥିବାରୁ ଶଙ୍ଖ ଶିବିରରେ ଏବେଠୁ ପଶିଲାଣି ଛନକା ।
 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍